ବଡି ଫିଟ୍‌ନେସ୍‌, ଅତିରୁ ଇତି

ଡା.ପ୍ରଫୁଲ୍ଲ କୁମାର ଦାସ

 

ନିକଟରେ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବାସୀଙ୍କ ଜିମ୍‌ରେ ବ୍ୟାୟାମ କରୁଥିବା ଅବସ୍ଥାରେ ହିଁ ହୃଦ୍‌ଘାତ ହେଲା, ଆଉ ପରବର୍ତ୍ତୀ ସମୟରେ ତାଙ୍କ ଜୀବନ ଚାଲିଗଲା। ଏହା ପୂର୍ବରୁ ଚାଳିଶ ବର୍ଷ ବୟସ୍କ ରୂପେଲୀ ପରଦାର ଲୋକପ୍ରିୟ ଚେହେରା ସିଦ୍ଧାର୍ଥ ଶୁକ୍ଳାଙ୍କର ମଧ୍ୟ ଜୀବନ ଘାତକର କାରଣ ହୋଇଥିଲା ଜିମ୍‌ଜନିତ ଅତ୍ୟଧିକ ବ୍ୟାୟାମ। ସେହିପରି ପ୍ରସିଦ୍ଧ କମେଡିଆନ ରାଜୁ ଶ୍ରୀବାସ୍ତବ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ଅସୁସ୍ଥ ହୋଇ ପରେ ଚିକିତ୍ସାଧୀନ ସମୟରେ ତାଙ୍କର ପରଲୋକ ହୋଇଥିଲା। ସେହିପରି ସଲମନ ଖଁାଙ୍କ ବଡ଼ି ଟ୍ରେନର ସାଗର ପାଣ୍ଡେଙ୍କ ମୃତ୍ୟୁ ସମାନ କାରଣରୁ ହୋଇଥିଲା। ଏହାର ଏକମାତ୍ର କାରଣ ହେଉଛି ଅଧିକ ବ୍ୟାୟାମ କରିବା ଦ୍ୱାରା ସିଧାସଳଖ ପ୍ରଭାବ ହୃତପିଣ୍ଡ ଉପରେ ପଡ଼ି ପରବର୍ତ୍ତୀ ସମୟରେ ଏହା ଜୀବନ ନେଇଯାଉଛି।
ଶରୀରକୁ ସୁଗଠିତ, ବଳିଷ୍ଠ ଓ କାର୍ଯ୍ୟକ୍ଷମ ରଖିବା ପାଇଁ ସ୍ବାସ୍ଥ୍ୟରକ୍ଷାର ଅନେକ ନିୟମ ରହିଛି। ଶରୀରକୁ ଆକର୍ଷଣୀୟ କରିବା ପାଇଁ ନିୟମ ଅନୁଯାୟୀ ବ୍ୟାୟାମ କରିବା ଉଚିତ। ବିଭିନ୍ନ କାରଣରୁ ଆମେ ମୋଟା ହୋଇଯାଉ। ପୁଣି ମୋଟାରୁ ପତଳା ହେବାକୁ ବ୍ୟଗ୍ର ହୋଇପଡ଼ୁ। ଏଥିପାଇଁ ଡାକ୍ତର, ଡାଏଟିସିଆନଙ୍କ କଥା ଶୁଣିବା ପାଇଁ ବି ଆମର ଧୈର୍ଯ୍ୟ ନ ଥାଏ। ଆମେ ମନଇଚ୍ଛା ନିଜ ଖାଦ୍ୟ ଖାଉ ବା ଖାଇବା ଛାଡ଼ିଦେଉ। ଅନ୍ୟମାନଙ୍କ ଆଖିକୁ ସୁନ୍ଦର ଦିଶିବା ପାଇଁ ଆମେ ନିଜ ଇଚ୍ଛାରେ କସ୍‌ମେଟିକ ସର୍ଜରି, ପ୍ଲାଷ୍ଟିକ ସର୍ଜରିର ସହାୟତା ନେଉ। ଶରୀରକୁ କାଟି, ଯୋଡ଼ି ନୂଆ ରୂପରେ ସଜାଉ। ବ୍ୟାୟାମ ହେଉ କିମ୍ବା ଡାଏଟିଂ, ରୂପଚର୍ଯ୍ୟା- ଏ ସବୁଥିରେ କିନ୍ତୁ ସଂଯମତା ଜରୁରୀ। ଅର୍ଥାତ୍‌ ଆମ ଶରୀରର ଗଢ଼ଣ, ସାମର୍ଥ୍ୟ ଦକ୍ଷତାକୁ ଦେଖି ବ୍ୟାୟାମ କରାଯିବା ଦରକାର। ତାହା ନ କରି ଏସବୁର ଅତ୍ୟଧିକ ପ୍ରୟୋଗ ଆମର ଉପକାର କରିବା ବଦଳରେ ଅପକାର କରିଥାଏ। ଅତିରୁ ଇତି ହେବାକୁ ବେଶି ସମୟ ଲାଗେ ନାହିଁ।
ବର୍ତ୍ତମାନ ବ୍ୟସ୍ତ ଜୀବନଶୈଳୀ କାରଣରୁ ଲୋକଙ୍କ ମଧ୍ୟରେ ଶାରୀରିକ ନିଷ୍କ୍ରିୟତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଖାଦ୍ୟ ଓ ଜୀବନଶୈଳୀ ତୁଳନାରେ ଶାରୀରିକ ପରିଶ୍ରମ କମି ଯାଉଥିବାରୁ ଅଳ୍ପ ବୟସରୁ ଶରୀର ରୋଗାକ୍ରାନ୍ତ ହୋଇପଡ଼ୁଛି। ଏସବୁକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଶେଷଜ୍ଞ, ଚିକିତ୍ସକମାନେ ଯୋଗ, ବ୍ୟାୟାମ କରିବାକୁ ପରାମର୍ଶ ଦେଉଛନ୍ତି। ନିଜକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଲୋକେ ଜିମ୍‌ରୁ ନେଇ ଯୋଗାଭ୍ୟାସ, ସାଇକେଲିଂ, ରନିଂ, ୱାକିଂ, ସୁଇମିଂ କରୁଛନ୍ତି। ବିଶେଷକରି ନିତିଦିନିଆ ଜୀବନ ଶୈଳୀରେ ଅତି କମ୍‌ରେ ୩୦ ମିନିଟ ଯେକୌଣସି ପ୍ରକାର ବ୍ୟାୟାମ କରିବାକୁ କୁହାଯାଉଛି। ମନେରଖିବା ଉଚିତ ଯେ ସୁସ୍ଥ ରହିବା ପାଇଁ ସୁଷମ ତଥା ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ରହିଛି, ଠିକ୍‌ ସେମିତି ନିର୍ଦ୍ଦିଷ୍ଟ ସମୟ ଏବଂ ଶରୀରର ଆବଶ୍ୟକତା ଅନୁସାରେ ନିର୍ଦ୍ଦିଷ୍ଟ ପ୍ରକାର ବ୍ୟାୟାମ କରିବା ଉଚିତ।
ମାତ୍ରାଧିକ ବ୍ୟାୟାମ କରିବା ଦ୍ୱାରା ଶରୀର ଉପରେ ଅନେକ ପ୍ରଭାବ ପଡ଼ୁଛି। ମାତ୍ରାଧିକ ବ୍ୟାୟାମ ହୃତପିଣ୍ଡ ଏବଂ ଅସ୍ଥିମଜ୍ଜା ପାଇଁ ମଧ୍ୟ ବିଭିନ୍ନ ସମସ୍ୟାର କାରଣ ସାଜିପାରେ। ଆମେରିକାନ ହାର୍ଟ ଆସୋସିଏଶନ ଅନୁସାରେ ଶରୀରକୁ ସୁସ୍ଥ ରଖିବା ପାଇଁ ସବୁ ବୟସର ଲୋକମାନଙ୍କୁ ସପ୍ତାହରେ ୧୫୦ ମିନିଟ ପର୍ଯ୍ୟନ୍ତ ମଧ୍ୟମ ତୀବ୍ରତାର ଏରୋବିକ୍ସ ବ୍ୟାୟାମ ଅଭ୍ୟାସ କରିବା ଉଚିତ। କିନ୍ତୁ କିଛି ଲୋକ କମ୍‌ ସମୟ ମଧ୍ୟରେ ଅଧିକ ଲାଭ ପାଇବା ଆଶାରେ ଦିନକୁ ୩ରୁ ୪ ଘଣ୍ଟା ଜିମ୍‌ କରୁଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଏକ ସପ୍ତାହରେ ୩୦୦ ମିନିଟରୁ ଅଧିକ ବ୍ୟାୟାମ ଫିଜିକାଲ ବର୍ନଆଉଟର କାରଣ ସାଜିପାରେ, ଯାହାଫଳରେ ଶରୀର ପ୍ରତି ବିଭିନ୍ନ ପ୍ରକାର କ୍ଷତି ପହଞ୍ଚିପାରେ। ବ୍ୟାୟାମ ସମୟରେ ଶରୀରରେ ଗଚ୍ଛିତ କ୍ୟାଲୋରି ବର୍ନ ହୋଇଥାଏ ଯାହାକୁ ଓଜନ ନିୟନ୍ତ୍ରିତ କରିବା ପାଇଁ ଆବଶ୍ୟକ ବୋଲି ଧରାଯାଏ। ତେବେ ଅତ୍ୟଧିକ ବ୍ୟାୟାମ କାରଣରୁ କ୍ୟାଲୋରୀ ଝରିବାର ଭୟ ଅଧିକ ହୋଇପାରେ ଯେଉଁଥିପାଇଁ ମଣିଷ ଅତ୍ୟଧିକ ଥକ୍କାପଣ ଏବଂ ଦୁର୍ବଳ ଅନୁଭବ କରିଥାନ୍ତି। ଅତ୍ୟଧିକ ବ୍ୟାୟାମ କରିବା ପରେ ଶରୀରକୁ ବିଶ୍ରାମର ଆବଶ୍ୟକତା ଥାଏ। କିନ୍ତୁ ସମସ୍ତେ ଆରାମ କରିବାର ସୁଯୋଗ ପାଆନ୍ତି ନାହିଁ। ବ୍ୟାୟାମ କରିସାରିବା ପରେ ସ୍କୁଲ, କଲେଜ ଓ ଅଫିସ ଆଦି ଯିବାକୁ ପଡ଼ିଥାଏ। ଫଳରେ ଶରୀର ଆହୁରି ଦୁର୍ବଳ ହୋଇପଡ଼େ।
ଜର୍ମାନୀର ଏକ ବିଶେଷଜ୍ଞ ଦଳ କରିଥିବା ଅଧ୍ୟୟନ ଅନୁସାରେ ଯେଉଁ ଲୋକମାନେ ମାତ୍ରାଧିକ ବ୍ୟାୟାମ କରିଥାନ୍ତି ସେମାନଙ୍କଠାରେ ହୃଦ୍‌ଜନିତ ସମସ୍ୟା ବିକଶିତ ହେବାର ଆଶଙ୍କା ସାଧାରଣ ଲୋକଙ୍କ ତୁଳାନରେ ଅଧିକ ଥାଏ। ଅଧିକ ବ୍ୟାୟାମ ହୃତ୍‌ପିଣ୍ଡ ଉପରେ ଅତିିରିକ୍ତ ବୋଝ ପକାଉଥିବାରୁ ଏହାର କାର୍ଯ୍ୟକ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ଅଧିକ ବ୍ୟାୟାମ କାରଣରୁ ହୃଦ୍‌ସ୍ପନ୍ଦନ ଅଚାନକ ବଢ଼ିଯାଏ। ହୃଦ୍‌ସ୍ପନ୍ଦନର ଗତି ଅଧିକ ହେବାରୁ ତାହା ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍‌ ଭଳି ଗୁରୁତର ସମସ୍ୟାର ସଙ୍କେତ ଦେଇଥାଏ। ଜିମ୍‌ରେ ଶରୀରର ଓଜନ ତୁଳନାରେ ଅଧିକ ଓଜନର ବସ୍ତୁ ଉଠାଇବା ପାଇଁ କୁହାଯାଇଥାଏ। ଏହା ଫଳରେ ମାଂସପେଶୀ ଉପରେ ପ୍ରଭାବ ପଡ଼ିଥାଏ। ଓଜନ କମାଇବା ପାଇଁ କିଛି ଲୋକ ଯୋଗ, ବ୍ୟାୟାମ ଉପରେ ନିର୍ଭର କରୁଥିବା ବେଳେ ଆଉ କିଛି ଲୋକ ଡାଏଟ କରିବାକୁ ପସନ୍ଦ କରନ୍ତି। ସେଲିବ୍ରିଟିମାନେ ଡାଏଟ ମାନି ଚଳନ୍ତି । ସେମାନଙ୍କ ଦେଖାଦେଖି ସାଧାରଣ ଲୋକ ବି ଏମିତି ସବୁ ଡାଏଟ ଅନୁସରଣ କରୁଛନ୍ତି, ଯାହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ସାବ୍ୟସ୍ତ ହେଉଛି। ଅନେକ ସମୟରେ ଭୁଲ ଡାଏଟ ପ୍ରାଣଘାତକ ସାବ୍ୟସ୍ତ ହେଉଛି। ମାତ୍ରାଧିକ ଡାଏଟ ଓ ମାତ୍ରାଧିକ ତଥା ଉଚ୍ଚ ପ୍ରୋଟିନଯୁକ୍ତ ଖାଦ୍ୟ ମଧ୍ୟ ବ୍ରେନ ଫକ ବା ମୁଣ୍ଡ ବୁଲେଇଦେବା ଭଳି ସମସ୍ୟା ସୃଷ୍ଟି କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯୋଗ ପ୍ରାଣାୟମ ବା କିଛି ନିୟନ୍ତ୍ରିତ ବ୍ୟାୟାମ ଅଭ୍ୟାସ ଖୁବ୍‌ ଭଲ। ତେବେ ଅଭିଜ୍ଞ ଜିମ୍‌ ଟ୍ରେନରଙ୍କ ପରାମର୍ଶ ନେଇପାରନ୍ତି। ସେହିପରି ଡାଏଟ କିପରି ନେବେ ତାହା ମଧ୍ୟ ଏକ ବଡ଼ ଆଲୋଚନାର ପ୍ରସଙ୍ଗ। ଆପଣଙ୍କ ଶରୀରକୁ ଦେଖି ଏବଂ କ୍ଲିନିକାଲ ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ନେଇ ଡାଏଟ ଗ୍ରହଣ କରନ୍ତୁ। ତେବେ ବ୍ୟାୟାମ ବା ଡାଏଟ ଗ୍ରହଣ କରି ରାତାରାତି ସୁନ୍ଦର ଓ ଆକର୍ଷଣୀୟ ଶରୀରର ଅଧିକାରୀ ହୋଇପାରିବେ ବୋଲି ଚିନ୍ତା କରିବା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
କନ୍‌ସଲଣ୍ଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍‌ଆର୍‌ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ
ମୋ: ୯୪୩୭୦୨୩୪୪୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri