Posted inଜାତୀୟ

ସରକାରୀ ମେଡିକାଲରେ ବିଛାଡ଼ି ହୋଇ ପଡ଼ିଛି ମୃତଦେହ

ଭୋପାଳ, ୧୨ା୪- ମେଡିକାଲରେ ଏଣେତେଣ ପଡ଼ି ରହିଛି ମୃତଦେହ। କେବଳ ଚଟାଣାରେ କିମ୍ବା ବାହାରେ ନୁହେଁ, ମେଡିକାଲ ପରିସରରେ ଯେଉଁଠାରେ ଫାଙ୍କା ଯାଗ ମିଳିଲା ସେଠାରେ ରଖାଯାଇଛି କୋଭିଡ୍‌ କାରଣରୁ ଘଟିଥିବା ଲୋକଙ୍କ ମୃତୁଦେହ। ଛତିଶଗଡ଼ ରାଜଧାନୀ ରାୟପୁରର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ନିୟମ ଅନୁସାରେ, ମୃତଦେହକୁ ଅନ୍ତିମ ସଂସ୍କାର ପୂର୍ବରୁ ଫ୍ରିଜରରେ ରଖାଯିବା କଥା। କିନ୍ତୁ ଡ. ଭିମ ରାଓ ଆମ୍ବେଡକର ମେମୋରିଆଲ ହସ୍ପିଟାଲରେ ମୃତଦେହ ରଖିବା ପାଇଁ ଆଉ ଯାଗା ନାହିଁ। ଏଣୁ ମେଡିକାଲ ପରିସରରେ ଫାଙ୍କା ଥିବା ଯେକୌଣସି ସ୍ଥାନରେ ରଖାଯାଉଛି ମୃତଦେହ। ହସ୍ପିଟାଲ କର୍ତ୍ତୁପକ୍ଷ ନିଜ ଅକ୍ଷମତା ପ୍ରକାଶ କରିସାରିଛନ୍ତି। ମର୍ଚରିରେ ରଖାଯାଇଥିବା ମୃତଦେହର ଅନ୍ତିମ ସଂସ୍କାର କରାଯିବା ପୂର୍ବରୁ ଗଦା ହୋଇଯାଉଛି ମୃତଦେହ। ହସ୍ପିଟାଲର ଆଇସିୟୁ ଓ ଓକ୍ସିଜେନ ଥିବା ବେଡ୍‌ ଗତ କିଛି ସପ୍ତାହ ହେଲା ଶତ ପ୍ରତିଶତ ଫୁଲ ରହିଛି।

କେହି ଚିନ୍ତା କରି ନ ଥିଲେ, ଏତେ ସଂଖ୍ୟାରେ ଏକାଥରକେ ମୃତ୍ୟୁ ଘଟିବ। ସାଧାରଣ ସଂଖ୍ୟକ ମୃତ୍ୟୁ ପାଇଁ ଆମ ପାଖରେ ଫ୍ରିଜର୍ସ ଅଛି। ଜଣେ ଦୁଇ ଜଣଙ୍କ ମୃତୁଦେହ ପାଇଁ ଆମେ ପ୍ରସ୍ତୁତ ହେଲାବେଳେ ଏକାଥରକେ ୧୦ରୁ ୨୦ ଜଣଙ୍କ ମୃତ୍ୟୁ ହୋଉଛି। ଏକା ସମୟରେ ଆମେ କେଉଁ ଭଳି ଏତେ ସଂଖ୍ୟାରେ ଫ୍ରିଜର୍ସ ଯୋଗାଡ଼ କରିପାରିବୁ? ବୋଲି ପ୍ରଶ୍ନ କରିଛନ୍ତି ରାୟପୁର ମେଡିକାଲ ମୁଖ୍ୟ ଓ ସ୍ବାସ୍ଥ୍ୟ ଅଫିସର ମିରା ବାଘେଲ।


Enter your email to get our daily news in your inbox.

All Right Reserved By Dharitri.Com

‘ରାଜନୈତିକ ପ୍ରଭାବରୁ ଦୂରେଇ ରହୁ ନ୍ୟାୟପାଳିକା’

ନୂଆଦିଲ୍ଲୀ,୨୦ା୬(ପି.ଟି.): ସ୍ବାଧୀନତା ନ୍ୟାୟପାଳିକାର ଆତ୍ମା। ବିଚାର ବ୍ୟବସ୍ଥା ଜନତାଙ୍କ ଆସ୍ଥା ଜୁଟାଇବାରେ ବିଫଳ ହେଲେ କଦାପି ନ୍ୟାୟ ସ୍ଥାପନ କରିପାରିବ ନାହିଁ ବୋଲି ଭାରତର ପ୍ରଧାନ...

ମମତାଙ୍କ ଖୋଲା ଚ୍ୟାଲେଞ୍ଜ: ସାହସ ଅଛି ତ ଗିରଫ କରାଉ ଭାଜପା

କୋଲକାତା,୨୫।୧୧: ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ସ୍ଥିତିରେ ଶାସକ ଦଳ ଟିଏମ୍‌ସି ଓ ବିରୋଧୀ ଦଳ ରାଜ୍ୟରେ ନିର୍ବାଚନ ପ୍ରଚାର ଜୋରଦାର...

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଦାବି କଲେ ବିହାର ସରକାର

ପାଟନା,୪।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦେଢ଼ ମାସରୁ ଊର୍ଦ୍ଧ୍ୱ ବିତିଯାଇଛି। ହେଲେ ତାଙ୍କ ମୃତ୍ୟୁ ପଛର କାରଣ ଏବେ ବି ରହସ୍ୟ...

ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…

ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି। କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।...

ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତ-ତର୍କପୂର୍ଣ୍ଣ ହେବା ଆବଶ୍ୟକ: ମୋଦି

ନୂଆଦିଲ୍ଲୀ, ୨୨।୨: ଦେଶର ବିକାଶ ପାଇଁ ଜାରି ରହିଥିବା ସାମାଜିକ ଆର୍ଥିକ ପରିବର୍ତ୍ତନ ନ୍ୟାୟ ସଙ୍ଗତଏବଂ ତର୍କପୂର୍ଣ୍ଣ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଖବରଦାତାଙ୍କ ବେକରେ ଦଉଡ଼ି

ନୂଆଦିଲ୍ଲୀ,୨୯ା୪: ମହାମାରୀ କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇନେଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଖବରଦାତା। କର୍ମକ୍ଷେତ୍ର ସଙ୍କୁଚିତ ହୋଇଯାଇଥିବାବେଳେ ନିର୍ଭୟରେ ରିପୋର୍ଟ କରିବା ମଧ୍ୟ...

ଚିନ୍ତାବ୍ୟକ୍ତ କଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧।୭: କେନ୍ଦ୍ର ସରକାର ଦେଶରେ ଚାଇନା ଭିଡିଓ ଆପ୍‌ ଟିକ୍‌ଟକ୍‌ ସମେତ ୫୯ଟି ଆପ୍ଲିକେଶନ ଉପରେ ସୋମବାର କଟକଣା ଜାରି କରିଛନ୍ତି। ଟିକ୍‌ଟକ୍‌କୁ ଗୁଗଲ ପ୍ଲେ...

ସିଏଏ-ଏନ୍‌ଆର୍‌ସିକୁ ନେଇ ହୋଇଥିବା ବୈଠକରେ ଯୋଗଦେଲେ ୨୦ ବିରୋଧୀ ଦଳ

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନଆର୍‌ସି) ବିରୋଧରେ ସୋମବାର ଅପରାହ୍ନରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିଲେ। ଏଥିରେ କଂଗ୍ରେସ...

Advertisement


Archives

Model This Week