କବରରେ ୨୧୫ ପିଲାଙ୍କ ଦେହାବଶେଷ

ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ ରେସିଡେନ୍ସିଆଲ ସ୍କୁଲରେ ଭର୍ତ୍ତି କରାଯାଉଥିଲା। ଛୋଟ ପିଲାମାନଙ୍କୁ ଶାରୀରିକ ନିର୍ଯାତନା ଏପରି କି ବଳାତ୍କାର ମଧ୍ୟ କରାଯାଉଥିଲା। କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିବା ରେସିଡେନ୍ସିଆଲ ସ୍କୁଲରେ ଚାଲିଥିଲା ‘କଲ୍‌ଚରାଲ ଜେନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’। ଏକ ସ୍କୁଲ ପରିସରରେ ବିଶାଳ କବରରୁ ୨୧୫ ଆଦିବାସୀ ପିଲାଙ୍କ ଦେହାବଶେଷ ମିଳିବା ପରେ କାନାଡାର ସେହି କଳଙ୍କିତ ଇତିହାସ ପୁଣି ସାମ୍‌ନାକୁ ଆସିଛି।
କାନାଡାର ଏକ ରେସିଡେନ୍ସିଆଲ ବା ଆବାସିକ ସ୍କୁଲ ପରିସରରୁ ୨୧୫ ପିଲାଙ୍କ ଦେହାବଶେଷ ମିଳିଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁବେଳେ କେତେଜଣଙ୍କ ବୟସ ମାତ୍ର ୩ ବର୍ଷ ହୋଇଥିଲା। ଟେମ୍‌ଲୁପ୍ସ ସି କ୍ୱେପେମସି ଫାଷ୍ଟ ନେଶନର ମୁଖ୍ୟ ଏହି କବର ଠାବ ହୋଇଥିବା ନେଇ ଗୁରୁବାର ଘୋଷଣା କରିଥିଲେ। ଭୂମି ଭେଦକ ବା ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌ ସ୍ପେଶିଆଲିଷ୍ଟ୍‌ ଟିମ୍‌ କବରକୁ ଖୋଜି ପାଇଥିବା ଫାଷ୍ଟ ନେଶନ ପକ୍ଷରୁ କୁହାଯାଇଛି। ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଶୁକ୍ରବାର ଟୁଇଟ୍‌ କରିଛନ୍ତି। ଦେଶର କଳା ଇତିହାସ ଏବଂ ଏଭଳି ଲଜ୍ଜାଜନକ ଘଟଣା ମନେପଡ଼ିଲେ କଷ୍ଟ ହୁଏ ବୋଲି ଟ୍ରୁଡୋ କହିଛନ୍ତି। ଘଟଣାରେ ପ୍ରଭାବିତ ହୋଇଥିବା ଲୋକଙ୍କ ସହ ସରକାର ଅଛନ୍ତି ବୋଲି ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ମୃତ ପିଲାମାନେ ବ୍ରିଟିଶ କଲମ୍ବିଆରେ ଥିବା କମ୍‌ଲୁପ୍ସ ଇଣ୍ଡିଆନ ରେସଡେନ୍ସିଆଲ ସ୍କୁଲରେ ରହୁଥିଲେ। ୧୯୭୮ ମସିହାରେ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିଲା।
କାନାଡାରେ ୧୮୬୩ରୁ ୧୯୯୮ ପର୍ଯ୍ୟନ୍ତ ରେସିଡେନ୍ସିଆଲ ସ୍କୁଲ ବ୍ୟବସ୍ଥା ପ୍ରଚଳନ ଥିଲା। ଏହା କେତେକ ଚର୍ଚ୍ଚ ଦ୍ୱାରା ପରିଚାଳିତ ହେଉଥିଲା। ପ୍ରାୟ ଦେଢ଼ ଲକ୍ଷ ପିଲାଙ୍କୁ ସେମାନଙ୍କ ଘରୁ ନିଆଯାଇ ଏହି ସ୍କୁଲରେ ରଖାଯାଇଥିଲା। ସେହି ପିଲାମାନଙ୍କୁ ସେମାନଙ୍କ ନିଜ ଭାଷା, ସଂସ୍କୃତିଠାରୁ ଦୂରରେ ରହିବାକୁ ବାଧ୍ୟ କରାଯାଉଥିଲା। ଅନେକଙ୍କୁ ଶାରୀରିକ ନିର୍ଯାତନା ଏପରିକି ଛୋଟ ପିଲାଙ୍କୁ ବଳାତ୍କାର ମଧ୍ୟ କରାଯାଉଥିଲା। ଏହି ବ୍ୟବସ୍ଥାର ପ୍ରଭାବ ଯାଞ୍ଚ ପାଇଁ ୨୦୦୮ରେ ଦି ଟ୍ରୁଥ୍‌ ଆଣ୍ଡ ରିକନ୍‌ସିଲିଏସନ୍‌ କମିଶନ (ଟିଆର୍‌ସି) କାନାଡାରେ ଗଠନ ହୋଇଥିଲା।
୨୦୧୫ରେ ଟିଆର୍‌ସି ଏହାର ରିପୋର୍ଟ ପ୍ରଦାନ କରିଥିଲା। ଏହି ରିପୋର୍ଟରେ ପ୍ରାୟ ଦେଢ଼ ଲକ୍ଷ ଆଦିବାସୀଙ୍କ ଯନ୍ତ୍ରଣାମୟ ଜୀବନ ବଖାଣିଥିଲା। ଖ୍ରୀଷ୍ଟିଆନ ଚର୍ଚ୍ଚ ଦ୍ୱାରା ପରିଚାଳିତ ରେସିଡେନ୍ସିଆଲ ସ୍କୁଲଗୁଡ଼ିକରେ ଥିବା ପିଲାଙ୍କ ମଧ୍ୟରୁ ଅନେକ ସେମାନଙ୍କ ଘରକୁ ଫେରି ନ ଥିବା ଟିଆର୍‌ସି କହିଥିଲା। ଅନେକ ପିଲାଙ୍କୁ ବଳାତ୍କାର କରାଯାଇଥିବା, ଭୋକରେ ରଖାଯିବା ସହ ସେମାନଙ୍କ ଉପରେ ଅତ୍ୟାଚାର ସହ ଅନେକଙ୍କୁ ହତ୍ୟା କରାଯାଇଥିଲା। ସ୍କୁଲରେ ଥିବାବେଳେ ହିଁ ପ୍ରାୟ ୪,୧୦୦ ପିଲାଙ୍କ ମୃତ୍ୟୁ ଘଟିଥିଲା ବୋଲି ଟିଆର୍‌ସି କହିଥିଲା। ମୃତ୍ୟୁ ପରେ ପିଲାଙ୍କୁ ସେଠାରେ ପୋତି ଦିଆଯାଉଥିଲା। ଆବାସିକ ସ୍କୁଲ ବ୍ୟବସ୍ଥାକୁ ‘କଲଚରାଲ ଜିନୋସାଇଡ୍‌’ ବା ‘ସାଂସ୍କୃତିକ ନରସଂହାର’ ବୋଲି ଏହି କମିଶନ ନାମିତ କରିଥିଲା। ଗୋଟିଏ ଗୋଷ୍ଠୀକୁ ଏକ କରି ରଖୁଥିବା କାର୍ଯ୍ୟକଳାପ ତଥା ଭାଷା, ସଂସ୍କୃତିକୁ ଏହି ବ୍ୟବସ୍ଥାରେ ନଷ୍ଟ କରାଯିବାକୁ ଉଦ୍ୟମ ହେଉଥିଲା। ଏପରି ସ୍କୁଲ ବ୍ୟବସ୍ଥାକୁ ନେଇ ୨୦୦୮ରେ କାନାଡା ସରକାର ସାଧାରଣରେ କ୍ଷମା ମଧ୍ୟ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri