ମୟୂରଭଞ୍ଜ ରାଜନୀତି ସରଗରମ: ଗୋଟିଏ ମଞ୍ଚରେ ବବି, ବିଜୟ

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଛଉ ପଡ଼ିଆର ଅନୁଷ୍ଠିତ ମୟୂରଭଞ୍ଜ ମହୋତ୍ସବର ଗୋଟିଏ ମଞ୍ଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପୂର୍ବତନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏକାଠି ବସିବା ନେଇ ଜିଲା ରାଜନୀତି ସରଗରମ ହେବାରେ ଲାଗିଛି। ବିଜୟଙ୍କ ଜିଲାଗସ୍ତକୁ ନେଇ ବିଜେଡି କର୍ମକର୍ତ୍ତା ଉତ୍ସାହିତ ହୋଇପଡ଼ିଛନ୍ତି।
ପ୍ରକାଶ ଯେ, ସାଧାରଣ ନିର୍ବାଚନରେ ଜିଲାର ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଭାଜପା ଖାତାକୁ ଯାଇଛି। ନିର୍ବାଚନ ଫଳାଫଳକୁ ନେଇ ବିଜେଡି ନେତାମାନେ ଆଲୋଚନା ଓ ପର୍ଯ୍ୟାଲୋଚନା କରି ଦୋଷତ୍ରୁଟିକୁ ସୁଧାରିବାରେ ଲାଗିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆମତ୍ ବିଶ୍ୱାସ ଏବଂ ଜିଲାରେ ସାଂଗଠନିକ ବ୍ୟବସ୍ଥାକୁ ନେଇ ପୁନର୍ବାର ଦଳର କର୍ମୀଙ୍କୁ ଏକସୂତ୍ରୀ ଯୋଜନାରେ ବାନ୍ଧିବାକୁ ଚେଷ୍ଟା କରାଯାଉଛି। ଶନିବାର ବିଜେଡି କାର୍ଯ୍ୟାଳୟରେ ଉପସ୍ଥିତ ରହି ବବି ପଞ୍ଚାୟତ ନିର୍ବାଚନରେ ପୁନର୍ବାର ଦମ୍‌ ଦେଖାଇବାକୁ ପରାମର୍ଶ ଦେଇଥିଲେ। ବିରୋଧୀ ଦଳ ଭାବେ ବିଜେଡିର କାର୍ଯ୍ୟକ୍ରମ ଓ ସଭ୍ୟ ସଂଖ୍ୟା ବୃଦ୍ଧିକୁ ନେଇ ଜିଲାର ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ୫୨ ଜିଲା ପରିଷଦ ଆସନ ମଧ୍ୟରୁ ୪୯ଟି ମିଳିଥିବା ବେଳେ ୩ଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ଯାଇଥିଲା। ଭାଜପା ଖାତା ଖୋଲିବାରେ ସକ୍ଷମ ହୋଇ ନ ଥିଲା। ତେବେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତି ସବୁକିଛି ଓଲଟପାଲଟ କରିଦେଇଥିଲା। ପଞ୍ଚାୟତ ନିର୍ବାଚନରେ ଭାଜପାର ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସାଧାରଣ ନିର୍ବାଚନରେ ବିଜେଡି ମଧ୍ୟ ସେହିଭଳି ପରିସ୍ଥିତି ସାମ୍ନା କରିଥିଲା। ଆରୋପ ପ୍ରତ୍ୟାରୋପ ମଧ୍ୟରେ କିଛି ଦିନ ବିତିବା ପରେ ଜିଲାରେ ବିଜେଡିର ସଂଗଠନକୁ ମଜବୁତ କରାଯିବା ନେଇ ପ୍ରୟାସ ହେଉଥିବା ବବିଙ୍କ ବାରମ୍ବାର ଜିଲା ଗସ୍ତ ପ୍ରମାଣିତ କରୁଛି। ମନମାଳିନ୍ୟଠୁ ଦୂରେଇ ପୁଣି ଏକାଠି ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବା ଲକ୍ଷ୍ୟ ରଖି ସଂଗଠିତ ହେବାକୁ ସେ ପରାମର୍ଶ ଦେଇଛନ୍ତି। ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ର ଜିଲାଗସ୍ତରେ ଆସି ମହୋତ୍ସବ ମଞ୍ଚରେ ପାଦ ଥାପିବା ଘଟଣାକୁ ନେଇ ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଆଶାର ନୂଆ କିରଣ ଦେଖାଦେଇଛି। ବିଗତ ଦିନରେ ବିଜୟଙ୍କ ବଳିଷ୍ଠ ରାଜନୀତି ଆଜି ଦଳର ନେତୃତ୍ୱରେ ଶୂନ୍ୟସ୍ଥାନ ହୋଇରହିଛି। ତେବେ ବିଜୟଙ୍କ ପୁନର୍ବାର ଘର ବାହୁଡ଼ାକୁ ନେଇ କର୍ମୀମାନେ ଆଶାବାଦୀ ରହିଛନ୍ତି। ଅନ୍ୟପକ୍ଷରେ ଭାଜପାକୁ ଅହେତୁକ ସମର୍ଥନ ଜଣାଇଥିବା ଜିଲାବାସୀଙ୍କ ପାଇଁ ଦଳ ପକ୍ଷରୁ କୌଣସି ଆଖିଦୃଶିଆ ଯୋଜନା ଆରମ୍ଭ ହୋଇପାରିନାହିଁ। ଦଳର ସାଂଗଠନିକ ବ୍ୟବସ୍ଥା ତଦୃପ ରହିଥିବା ବେଳେ ନେତାଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ଯାହାକୁ ନେଇ କର୍ମୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଦଳର ମଙ୍ଗ ଧରିବାକୁ ନେତୃତ୍ୱର ଅଭାବ ପରିଲକ୍ଷିତ ହୋଇଛି। ଜିଲାରୁ ୨ ବିଧାୟକ ରାଜ୍ୟ କ୍ୟାବିନେଟରେ ସାମିଲ ହୋଇଥିବା ବେଳେ ଦଳର ଆଗାମୀ କାର୍ଯ୍ୟପନ୍ଥା ପଛରେ ପଡ଼ିଛି। ୱାର୍ଡଠାରୁ ଆରମ୍ଭ କରି ଗଁା, ପଞ୍ଚାୟତ, ବ୍ଲକ୍‌ ଓ ଜିଲାସ୍ତରର ନେତାମାନେ ନିଜ ନିଜର ପତିଆରା ବଜାୟ ରଖିବାକୁ ଅପଚେଷ୍ଟା ଚଳାଇଛନ୍ତି। ଏପରି ସ୍ଥଳେ ବିଜେଡି ସଂଗଠନକୁ ମଜୁବତ କରି ଏହାର ଫାଇଦା ନେବାକୁ ସହଜସାଧ୍ୟ ହୋଇପାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?