୧୯୯୭ରେ କରୋନା ବିଷୟରେ ଜାଣିପାରିଥିଲେ ବବି ଦେଓଲ! ଐଶ୍ୱର୍ଯ୍ୟାଙ୍କର କରିଥିଲେ ସ୍ବାବ୍‌ ପରୀକ୍ଷା

ମହାମାରୀ କରୋନା ଦିନକୁ ଦିନ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏଇ କିଛି ଦିନ ମଧ୍ୟରେ ଦେଶରେ କରୋନାର ନୂଆ ମାମଲା ସାମ୍ନାକୁ ଆସିଛି। କରୋନାକୁ ନେଇ ବଲିଉଡ୍‌ କଳାକାରମାନେ ମଧ୍ୟ ଲୋକଙ୍କୁ ନିରନ୍ତର ପରାମର୍ଶ ଦେଉଛନ୍ତି। ଏହି କ୍ରମରେ ନିକଟରେ ଅଭିନେତା ବବି ଦେଓଲଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖିବା ପରେ କୁହାଯାଉଛି ଯେ, ୧୯୯୭ରେ ବବି କରୋନା ଭାଇରସ ବିଷୟରେ ଜାଣିପାରିଥିଲେ। ଖାଲି ସେତିକି ନୁହେଁ, ସେ ଭିଡିଓରେ ସାମାଜିକ ଦୂରତା ପାଳନ କରୁଥିବା ସହ ଐଶ୍ୱର୍ଯ୍ୟା ରାୟଙ୍କ ସ୍ବାବ ପରୀକ୍ଷା ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି।
ତେବେ ବବିଙ୍କ ଏହି ଦୃଶ୍ୟ ଏକ ଫିଲ୍ମର। ବବି ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିବା ସହ ପ୍ରଶଂସକଙ୍କୁ କରୋନା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହି ଭିଡିଓ ଶେୟାର କରି ସେ ଲେଖିଛନ୍ତି, ବର୍ତ୍ତମାନ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଏହା ପରେ ଏକ ଦୃଶ୍ୟରେ ସେ ଫେସ୍‌ ମାସ୍କ ଲଗାଉଥିବାବେଳେ ଅନ୍ୟ ଏକ କ୍ଲିପ୍‌ରେ ହାତ ଧୋଉଥିବାର ନଜର ଆସିଛନ୍ତି। ଅଭିନେତାଙ୍କ ଏହି ଭିଡିଓରେ ପ୍ରଶଂସକମାନେ ଖୁବ୍‌ କମେଣ୍ଟ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri