ବବିଙ୍କ ଭାଇ ଲଲଙ୍କ ଜାମିନ ଆବେଦନ ଖାରଜ, ଆଉ ୩ ମାମଲା ରୁଜୁ

ଯାଜପୁର/ଯାଜପୁର ଟାଉନ(ହର୍ଷବର୍ଦ୍ଧନ ବେହେରା/ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି),୨୫ା୧୧: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ସୋମବାର ଯାଜପୁର ଟାଉନ୍‌ ଥାନା ପୋଲିସ ପକ୍ଷରୁ ଦୁଇଟି ମାମଲା (ରାସ୍ତାରୋକୋ-କେସ୍‌ ନଂ.୪୬୯ ଏବଂ ଥାନା ଘେରାଉ-କେସ୍‌ ନଂ.୪୭୦) ରୁଜୁ ହୋଇଥିବାବେଳେ ହାଟକୁ ଆସୁଥିବା ଚାଷୀଙ୍କୁ ଧମକ ଦେବା ନେଇ ଚାଷୀ ଗୋବିନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ଆଉ ଏକ ମାମଲା (କେସ୍‌ ନଂ.୪୭୨) ରୁଜୁ ହୋଇଛି।

ସମାନ ଅଭିଯୋଗରେ ପୂର୍ବରୁ ଗିରଫ ହୋଇଥିବା ଲଲଙ୍କୁ ସୋମବାର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଲଲଙ୍କ ଜାମିନ ଆବେଦନକୁ ଏସ୍‌ଡିଜେଏମ୍‌ ଖାରଜ କରିଛନ୍ତି। ଲଲ ଜଣେ କର୍କଟ ରୋଗୀ ହୋଇଥିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ଜେଲ୍‌ରେ ବିଗୁଡୁ ଥିବାରୁ ତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯିବା ପାଇଁ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ପିଟିସନ୍‌ ଉପରେ ତଦନ୍ତ କରି ସ୍ବାସ୍ଥ୍ୟବସ୍ଥାର ସ୍ଥିତି ପ୍ରଦାନ କରିବା ପାଇଁ ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ପୁଣି ଥରେ ଯାଜପୁର ଜିଲା ଜେଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ...

KIIT ରେ ଛାତ୍ରୀ ମୃତ୍ୟୁ ଘଟଣା: ଗିରଫ କରୁ କରୁ ମିଳିଗଲା ଜାମିନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟ ଉଠୁଛି ପଡୁଛି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ଘଟଣାରେ ଗିରଫ...

କିଟ୍‌ କାଣ୍ଡର ଖୋଲିଲା ବଡ଼ ଗୁମର, ନେପାଳୀ ଛାତ୍ରୀଙ୍କୁ ହୋଇଥିଲା ବ୍ୟାନ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ସାରା ରାଜ୍ୟକୁ ତାଜୁବ କରିଦେଇଛି। ଏହାକୁ ନେଇ ରାଜ୍ୟ ରାଜନୀତି ଉଠୁଛିପଡୁଛି। ଘଟଣା ପାଇଁ ଓଡ଼ିଶାକୁ ସାରା...

KIIT student death case: ଛାତ୍ରୀଛାତ୍ରଙ୍କ ଉପରେ କାଲି କରିଥିଲେ ଜୁଲମ, ଆଜି ମାଗିଲେ କ୍ଷମା

ଭୁବନେଶ୍ୱର,୧୮।୨: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (KIIT)ରେ ଜଣେ ନେପାଳୀ ଛାତ୍ରଙ୍କ ଆତ୍ମହତ୍ୟା ପରେ, ସାରା ରାଜ୍ୟରେ ଚହଳ ପଡିଛି। କେବଳ ରାଜ୍ୟରେ ନୁହେଁ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

ଅବକାରୀ ଚଢଉ ୩ ଗିରଫ: ୩୦ଲିଟର ମଦ ଜବତ

ପାଟଣା,୧୮।୨(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶି ଓ ବଲାଣିପଶି ଗ୍ରାମ ଅଞ୍ଚଳରେ ମଙ୍ଗଳବାର ପାଟଣା ଅବକାରୀ...

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଦିଗପହଣ୍ଡି, ୧୮।୨ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସର ରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri