ଅନ୍‌ଲାଇନରେ ହେବ ବୋଟ୍‌ ବୁକିଂ

ପୁରୀ ଅଫିସ,୩୦ା୧୦: ଆସିଲାଣି ପର୍ଯ୍ୟଟନ ଋତୁ। ଚିଲିକାକୁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ବଢିବ। ପର୍ଯ୍ୟଟକମାନେ ଯେପରି କୌଣସି ହଇରାଣ ନ ହୁଅନ୍ତି ତାହା ଉପରେ ପୁରୀ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ବିଭିନ୍ନ ସମୟରେ ସାତପଡ଼ାରେ ବୋଟ୍‌ ବୁକିଂକୁ ନେଇ ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ପର୍ଯ୍ୟଟକଙ୍କୁ ଶୋଷଣ ଏପରି କି ମାଡ଼ ମରାଯିବାର ନଜିର ରହିଛି। ଏହାକୁ ନଜରରେ ରଖି ଗୁରୁବାର ପୁରୀ ସର୍କିଟ ହାଉସ୍‌ରେ ଚିଲିକା ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବଲୱନ୍ତ ସିଂ ଅଧ୍ୟକ୍ଷତା କରିଥିବାବେଳେ ବିଭିନ୍ନ ବୋଟ ସଂଘର ମାଲିକ ଯୋଗଦେଇଥିଲେ।
ବୈଠକରେ ପର୍ଯ୍ୟଟକଙ୍କ ସୁବିଧାକୁ ପ୍ରାଥମିକତା ଦିଆଯାଇ ସ୍ବତନ୍ତ୍ର ଗାଇଡ୍‌ଲାଇନ ଜାରି କରାଯାଇଛି। ପ୍ରତ୍ୟେକ ଡଙ୍ଗା ପଞ୍ଜୀକରଣ, ନବୀକରଣ ଓ ଯାଞ୍ଚ କରାଯିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ ରହିବା ବାଧ୍ୟତାମୂଳକ। ଯଦି କୌଣସି ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ ପିନ୍ଧିବାକୁ ମନା କରିବେ ତାଙ୍କୁ ବୋଟକୁ ଚଢ଼ାଯିବ ନାହିଁ। ଡଙ୍ଗା ବୁକିଂ ଭଡ଼ାକୁ ନେଇ ପର୍ଯ୍ୟଟକଙ୍କୁ କାହା ସହ ଯୁକ୍ତିତର୍କ କରିବାକୁ ପଡ଼ିବ ନାହିଁ। ଅନ୍‌ଲାଇନ ମାଧ୍ୟମରେ ପର୍ଯ୍ୟଟକମାନେ ବୋଟ୍‌ ବୁକିଂ ଓ ଦେୟ ପଇଠ କରିବେ। ଏଥିପାଇଁ ଖୁବ୍‌ଶୀଘ୍ର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏକ ମୋବାଇଲ ଆପ୍‌ ପ୍ରଚଳନ କରିବେ। ସମ୍ପୃକ୍ତ ଡଙ୍ଗା ମାଲିକ ଏବଂ ଅଂଶୀଦାରଙ୍କ ମତାମତ ନିଆଯାଇ ମୋବାଇଲ ଆପ୍‌ ବିକଶିତ କରାଯିବ। ଏହାଦ୍ୱାରା ସବୁ ସଂଘକୁ ସମାନ ବୁକିଂ ସୁବିଧା ମିଳିବ। ଡଙ୍ଗାରେ ଚିଲିକାର ବିଭିନ୍ନ ସ୍ଥାନକୁ ବୁଲିବା ଲାଗି ଧାର୍ଯ୍ୟ ଦର ତାଲିକା ପ୍ରଦର୍ଶନ କରାଯିବ। ନକଲି ମୋତି କାରବାର କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକସ୍ଥଳେ ପ୍ରଶାସନ ନିଜଆଡୁ ମାମଲା ରୁଜୁ କରିବ। ଏଥିସହ ବୋଟ ଚଳାଇବା ଲାଗି ଯେଉଁମାନେ ଲାଇସେନ୍ସ ପାଇଛନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ। ବିନା ଲାଇସେନ୍ସଧାରୀ ବୋଟ୍‌ ନେଇ ଚିଲିକା ଭିତରକୁ ଯାଇପାରିବେ ନାହିଁ। ଚିଲିକା ଭିତରକୁ ପର୍ଯ୍ୟଟକ କିମ୍ବା ବୋଟ୍‌ କର୍ମଚାରୀ ପ୍ଲାଷ୍ଟିକ ସାମଗ୍ରୀ ପକାଇ ପାରିବେ ନାହିଁ। ପ୍ରତି ବୋଟ୍‌ରେ ଡଷ୍ଟବିନ ରହିବ। ପର୍ଯ୍ୟଟକଙ୍କୁ ଉତ୍ତମ ସେବା ଯୋଗାଇଦେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟିବ ବୋଲି ଜିଲାପାଳ ସିଂ କହିଛନ୍ତି। ବୈଠକରେ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ଶଶାଙ୍କ ଶେଖର ରଥ, ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri