ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ପୌରସଂସ୍ଥାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମାନ ଗ୍ରାଚ୍ୟୁଇଟି ଟଙ୍କା ପ୍ରଦାନ କରାଯାଉ ନାହିଁ। ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚ୍ୟୁଇଟି ପରିମାଣ ତୁଳନାରେ ପୌର କର୍ମଚାରୀଙ୍କୁ ଅଧା ଟଙ୍କା ମିଳୁଥିବାରୁ ଏଥିରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୌର ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅବସର ତଥା ମୃତ୍ୟୁ ହେଲେ ଗ୍ରାଚ୍ୟୁଇଟି ବାବଦକୁ ୧୫ଲକ୍ଷ ଟଙ୍କା ଦିଆଯାଉଛି। ମାତ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଉଛି। ତୁରନ୍ତ ଗ୍ରାଚ୍ୟୁଇଟି ପରିମାଣ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି।
ରାଜ୍ୟ ସରକାରଙ୍କ ଓଡ଼ିଶା ସିଭିଲ ସର୍ଭିସ ଆକ୍ଟ ୨୦୧୬ ସେକ୍ସନ ୧୮ ଅନୁଯାୟୀ, ମ୍ୟୁନିସିପାଲ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପରି ସମସ୍ତ ସୁବିଧା ପାଇବେ। ମାତ୍ର ପୌର କର୍ମଚାରୀଙ୍କ କ୍ଷେତ୍ରରେ ଗ୍ରାଚ୍ୟୁଇଟି ୮ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ୨୦୨୦ ଜାନୁୟାରୀ ୧୬ରେ ନଗର ଉନ୍ନୟନ ବିଭାଗର ରେଜୁଲେଶନ ନଂ.୧୪୧୪ରେ ପ୍ରକାଶ ପାଇଥିଲା। ଯାହାକୁ ପୌର କର୍ମଚାରୀ ବିରୋଧ କରିବା ସହ ଏହାର ସଂଶୋଧନ ଦାବି କରୁଥିବାବେଳେ ଏନେଇ କୌଣସି ସମାଧାନ ବାହାରିପାରୁ ନାହିଁ। ଦାବି ସମ୍ପର୍କରେ ବିଏମ୍‌ସି ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଏପରିକି ଗ୍ରାଚ୍ୟୁଇଟି ଟଙ୍କା ବୃଦ୍ଧି କରିବା ନିମନ୍ତେ ଜାନୁୟାରୀରେ ବସିଥିବା ବିଏମ୍‌ସି କର୍ପୋରେଶନ୍‌ ବୈଠକରେ ମଧ୍ୟ ଅନୁମୋଦିତ ହୋଇଛି। କର୍ପୋରେଟରମାନେ ଏହାକୁ ସର୍ବସମ୍ମତି କ୍ରମେ ପାସ୍‌ କରିଛନ୍ତି। କେବଳ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରେ ବିଏମ୍‌ସି ତା’ ନିଜ ପାଣ୍ଠିରୁ ଗ୍ରାଚ୍ୟୁଇଟି ପ୍ରଦାନ କରିବ। ମାତ୍ର ବିଏମ୍‌ସି ପକ୍ଷରୁ ଇତି ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ବାରମ୍ବାର ଚିଠି କରାଯାଇଥିଲେ ବି କୌଣସି ଉତ୍ତର ମିଳୁନାହଁ। ଗୋଟେପଟେ ନଗର ଉନ୍ନୟନ ବିଭାଗ ହାତ ବାନ୍ଧି ବସିଥିବାବେଳେ ବିଏମ୍‌ସି ଅଧିକାରୀ ଚିଠି କରିଦେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ସେହିପରି ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କୁ ପେନ୍‌ସନ୍‌ ବହି ମିଳୁନାହିଁ। ଫଳରେ ସେମାନଙ୍କୁ କେଉଁଠାରୁ ଋଣ ମିଳିପାରୁ ନାହିଁ। ରାଜ୍ୟର ଏତେବଡ଼ ପୌର ସଂସ୍ଥାରେ କାମ କରି ଏଭଳି ସମସ୍ୟା ଦେଇ ଗତି କରିବା ନିହାତି ପକ୍ଷେ ଲଜ୍ୟାର ବିଷୟ ବୋଲି ସଂଘ ସମ୍ପାଦକ ବ୍ରଜ ପଣ୍ଡା କହିଛନ୍ତି। ସେହିପରି ବିଭାଗ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ପ୍ରକାଶ କରା ନ ଗଲେ ଆଗାମୀ ଦିନରେ ଚରମ ନିଷ୍ପତ୍ତି ନେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସି କର୍ପୋରେଶନରେ ପାରିତ ହୋଇଥିବା ପ୍ରସ୍ତାବର ନକଲ ସହ ଚଳିତ ମାସ ୨୧ ତାରିଖରେ ବିଭାଗକୁ ପୁଣିଥରେ ଚିଠି କରିଛି। ମାତ୍ର ଏହାସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri