ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଣଦେଖା

ଭୁବନେଶ୍ୱର,୨୭।୩(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ପୌରସଂସ୍ଥାରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମାନ ଗ୍ରାଚ୍ୟୁଇଟି ଟଙ୍କା ପ୍ରଦାନ କରାଯାଉ ନାହିଁ। ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଗ୍ରାଚ୍ୟୁଇଟି ପରିମାଣ ତୁଳନାରେ ପୌର କର୍ମଚାରୀଙ୍କୁ ଅଧା ଟଙ୍କା ମିଳୁଥିବାରୁ ଏଥିରେ ପାତରଅନ୍ତର କରାଯାଉଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୌର ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜ୍ୟ ସରକାରଙ୍କ ଅନ୍ୟ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅବସର ତଥା ମୃତ୍ୟୁ ହେଲେ ଗ୍ରାଚ୍ୟୁଇଟି ବାବଦକୁ ୧୫ଲକ୍ଷ ଟଙ୍କା ଦିଆଯାଉଛି। ମାତ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ମାତ୍ର ୮ଲକ୍ଷ ଟଙ୍କା ଦିଆଯାଉଛି। ତୁରନ୍ତ ଗ୍ରାଚ୍ୟୁଇଟି ପରିମାଣ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଏମ୍‌ସି ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି।
ରାଜ୍ୟ ସରକାରଙ୍କ ଓଡ଼ିଶା ସିଭିଲ ସର୍ଭିସ ଆକ୍ଟ ୨୦୧୬ ସେକ୍ସନ ୧୮ ଅନୁଯାୟୀ, ମ୍ୟୁନିସିପାଲ କର୍ମଚାରୀମାନେ ସରକାରୀ କର୍ମଚାରୀଙ୍କ ପରି ସମସ୍ତ ସୁବିଧା ପାଇବେ। ମାତ୍ର ପୌର କର୍ମଚାରୀଙ୍କ କ୍ଷେତ୍ରରେ ଗ୍ରାଚ୍ୟୁଇଟି ୮ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ୨୦୨୦ ଜାନୁୟାରୀ ୧୬ରେ ନଗର ଉନ୍ନୟନ ବିଭାଗର ରେଜୁଲେଶନ ନଂ.୧୪୧୪ରେ ପ୍ରକାଶ ପାଇଥିଲା। ଯାହାକୁ ପୌର କର୍ମଚାରୀ ବିରୋଧ କରିବା ସହ ଏହାର ସଂଶୋଧନ ଦାବି କରୁଥିବାବେଳେ ଏନେଇ କୌଣସି ସମାଧାନ ବାହାରିପାରୁ ନାହିଁ। ଦାବି ସମ୍ପର୍କରେ ବିଏମ୍‌ସି ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଏପରିକି ଗ୍ରାଚ୍ୟୁଇଟି ଟଙ୍କା ବୃଦ୍ଧି କରିବା ନିମନ୍ତେ ଜାନୁୟାରୀରେ ବସିଥିବା ବିଏମ୍‌ସି କର୍ପୋରେଶନ୍‌ ବୈଠକରେ ମଧ୍ୟ ଅନୁମୋଦିତ ହୋଇଛି। କର୍ପୋରେଟରମାନେ ଏହାକୁ ସର୍ବସମ୍ମତି କ୍ରମେ ପାସ୍‌ କରିଛନ୍ତି। କେବଳ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରେ ବିଏମ୍‌ସି ତା’ ନିଜ ପାଣ୍ଠିରୁ ଗ୍ରାଚ୍ୟୁଇଟି ପ୍ରଦାନ କରିବ। ମାତ୍ର ବିଏମ୍‌ସି ପକ୍ଷରୁ ଇତି ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ବାରମ୍ବାର ଚିଠି କରାଯାଇଥିଲେ ବି କୌଣସି ଉତ୍ତର ମିଳୁନାହଁ। ଗୋଟେପଟେ ନଗର ଉନ୍ନୟନ ବିଭାଗ ହାତ ବାନ୍ଧି ବସିଥିବାବେଳେ ବିଏମ୍‌ସି ଅଧିକାରୀ ଚିଠି କରିଦେଇ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଉଛନ୍ତି। ସେହିପରି ଅବସରପ୍ରାପ୍ତ ବିଏମ୍‌ସି କର୍ମଚାରୀଙ୍କୁ ପେନ୍‌ସନ୍‌ ବହି ମିଳୁନାହିଁ। ଫଳରେ ସେମାନଙ୍କୁ କେଉଁଠାରୁ ଋଣ ମିଳିପାରୁ ନାହିଁ। ରାଜ୍ୟର ଏତେବଡ଼ ପୌର ସଂସ୍ଥାରେ କାମ କରି ଏଭଳି ସମସ୍ୟା ଦେଇ ଗତି କରିବା ନିହାତି ପକ୍ଷେ ଲଜ୍ୟାର ବିଷୟ ବୋଲି ସଂଘ ସମ୍ପାଦକ ବ୍ରଜ ପଣ୍ଡା କହିଛନ୍ତି। ସେହିପରି ବିଭାଗ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ପ୍ରକାଶ କରା ନ ଗଲେ ଆଗାମୀ ଦିନରେ ଚରମ ନିଷ୍ପତ୍ତି ନେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବିଏମ୍‌ସି କର୍ପୋରେଶନରେ ପାରିତ ହୋଇଥିବା ପ୍ରସ୍ତାବର ନକଲ ସହ ଚଳିତ ମାସ ୨୧ ତାରିଖରେ ବିଭାଗକୁ ପୁଣିଥରେ ଚିଠି କରିଛି। ମାତ୍ର ଏହାସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri