ସପ୍ତାହକ ମଧ୍ୟରେ ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ, ହାଇକୋର୍ଟରୁ ବିଏମ୍‌ସିକୁ ମିଳିଲା ଅନୁମତି

ଭୁବନେଶ୍ୱର, ୮।୧ (ବନ୍ଦନା ସେଠୀ): ଦୀର୍ଘ ୬ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥିବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବା କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏନେଇ ସୋମବାର ହାଇକୋର୍ଟ ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ଏବିସି କାର୍ଯ୍ୟକ୍ରମ ଠିକ୍‌ ତଥା ସୁରକ୍ଷିତ ଭାବେ ହେଉ ନ ଥିବା ଅଭିଯୋଗ କରି ଆଇନଜୀବୀ ବିଶ୍ୱଜିତ୍‌ ପ୍ରଧାନ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ତେବେ ସହରରେ ବୁଲା କୁକୁରଙ୍କ ଉପଦ୍ରବ ବଢି ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷକୁ ଦେଖି ବିଏମ୍‌ସି ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା।

ସୋମବାର ମାମଲାର ଶୁଣାଣି କରି ହାଇକୋର୍ଟ ପୁଣିଥରେ ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ଅସ୍ତ୍ରୋପଚାର ପାଇଁ ଚୁକ୍ତି କରିଥିବା ମହାରାଷ୍ଟ୍ରର ସଂସ୍ଥା ‘ଭେଟ୍‌ ଫର୍‌ ଆନିମଲ୍‌’ ସହିତ ବିଏମ୍‌ସି ପକ୍ଷରୁ ଯୋଗାଯୋଗ କରାଯାଇଛି। ଆସନ୍ତା ୨/୩ଦିନ ମଧ୍ୟରେ କର୍ମଚାରୀଙ୍କ ସହ ଭୁବନେଶ୍ୱର ଆସିବାକୁ କୁହାଯିବା ସହ ସପ୍ତାହେ ଭିତରେ କାମ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ୫ମାସରୁ ଅଧିକ ସମୟ ଧରି କାର୍ଯ୍ୟ ବନ୍ଦ ଥିବାରୁ ସଂସ୍ଥାର କର୍ମଚାରୀମାନେ ନିଜ ଘରକୁ ପଳାଇଛନ୍ତି। ତେଣୁ କର୍ମଚାରୀମାନେ ଆସିବାକୁ ପ୍ରାୟ ୧ ସପ୍ତାହ ଲାଗିଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଅନୁମତି ମିଳିବା ପରେ ବିଏମ୍‌ସିର ଏହି ସଜବାଜ ରାଜଧାନୀରେ କୁକୁରଙ୍କ ସଂଖ୍ୟା ବୃଦ୍ଧି ଓ ଉପଦ୍ରବରେ ରୋକ୍‌ ଲାଗିବା ନେଇ ଆଶା ଦେଖାଦେଇଛି।

ହାଇକୋର୍ଟରେ ମାମଲା ଦାଏର ହେବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିଯୋଗ ବାବଦରେ ରିପୋର୍ଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଅଗଷ୍ଟ ୩୧ ପର୍ଯ୍ୟନ୍ତ କୁକୁର ଅସ୍ତ୍ରୋପଚାର ବନ୍ଦ ରଖିବାକୁ କୁହାଯାଇଥିଲା। ମାତ୍ର ଏନେଇ ବିଭାଗ ନୀରବତା ଅବଲମ୍ବନ କରିବା ସହ କୌଣସି ରିପୋର୍ଟ ଦାଖଲ ନ କରିବାରୁ ସେପ୍ଟେମ୍ବର ୩୦ ଏବଂ ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅସ୍ତ୍ରୋପଚାର ଉପରେ ଷ୍ଟେ’ ବଳବତ୍ତର ରହିଥିଲା। ତେବେ କୁକୁରଙ୍କ ଦୌରାତ୍ମ୍ୟକୁ ନେଇ ସହରବାସୀଙ୍କ ଅସନ୍ତୋଷ ବଢିବାକୁ ନଭେମ୍ବରରେ ବିଏମ୍‌ସି ନିଜଆଡୁ ପକ୍ଷ ରଖି ମାମଲାରେ ହସ୍ତକ୍ଷେପ କରିଥିଲା।

ଯେଉଁଭଳି ଭାବେ କୁକୁରଙ୍କ ବଂଶ ବୃଦ୍ଧି ଘଟିଛି ତାକୁ ନିୟନ୍ତ୍ରଣକୁ ଆଣିବା ଏବେ ବିଏମ୍‌ସି ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଆଶଙ୍କା କରାଯାଉଛି। ଆକଳନ ଅନୁଯାୟୀ, ୬ମାସ ତଳେ କୁକୁରଙ୍କ ସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ ହଜାର ଡେଇଁଥିବା ସୂଚନା ମିଳିଛି। ହେଲେ ଏହାର ପ୍ରକୃତ ତଥ୍ୟ ବିଏମ୍‌ସି ଅଧିକାରୀଙ୍କ ପାଖରେ ନାହିଁ। ହାଇକୋର୍ଟଙ୍କ ରୋକ୍‌ ପୂର୍ବରୁ ବିଏମ୍‌ସି ପ୍ରାୟ ୨୮ହଜାର କୁକୁରଙ୍କ ବନ୍ଧ୍ୟାକରଣ କରିଥିବା ସୂଚନା ଦେଇଥିଲା। ତେବେ ଅସ୍ତ୍ରୋପଚାର ବନ୍ଦ ଯୋଗୁ କୁକୁର ବଂଶ ଦ୍ରୁତଗତିରେ ବଢିଥିବାରୁ ବିଏମ୍‌ସିର ଅର୍ଥ ପାଣିରେ ପଡିଥିଲା।

ଅସ୍ତ୍ରୋପଚାର ପାଇଁ ବିଏମ୍‌ସି ପ୍ରଥମଥର ଗ୍ଲୋବାଲ ଟେଣ୍ଡର ଜରିଆରେ ‘ଭେଟ୍‌ ଫର୍‌ ଆନିମଲ୍‌’ ସଂସ୍ଥା ସହିତ ଚୁକ୍ତି କରିଥିଲା। ଏଥିପାଇଁ କୁକୁର ପିଛା ସଂସ୍ଥାକୁ ୧୬୫୦ ଟଙ୍କା ପ୍ରଦାନ କରାଯାଉଥିଲା। ଏଥିରେ କୁକୁରଙ୍କୁ ହସ୍ପିଟାଲକୁ ଆଣିବାଠାରୁ ଆରମ୍ଭ କରି ଅସ୍ତ୍ରୋପଚାର, ଔଷଧ, ଆଣ୍ଟି ରାବିଜ୍‌ ଡୋଜ୍‌ ଏବଂ ସେମାନଙ୍କୁ ନେଇ ସମ୍ପୃକ୍ତ ସ୍ଥାନରେ ଛାଡିବା ପର୍ଯ୍ୟନ୍ତ ସବୁକିଛି ଅନ୍ତର୍ଭୁକ୍ତ ଥିଲା। ସମ୍ପୃକ୍ତ ସଂସ୍ଥା ନଭେମ୍ବର ୧୬ରୁ ଜୁଲାଇ ୧୦ ମଧ୍ୟରେ ୪ହଜାର ୭୦ଟି କୁକୁରଙ୍କ ଅସ୍ତ୍ରୋପଚାର କରିଥିଲା। ୨ମାସ ଧରି ଅପେକ୍ଷା କରିବା ପରେ ଏଥିରେ ନିୟୋଜିତ ଡାକ୍ତର, କର୍ମଚାରୀ, ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବା ସଂସ୍ଥା ପକ୍ଷରେ ଅସମ୍ଭବ ହୋଇପଡିବାରୁ ସଂସ୍ଥାର ମୁଖ୍ୟ ଓ କର୍ମଚାରୀମାନେ ମହାରାଷ୍ଟ୍ର ଫେରିଯାଇଥିଲେ। ଅପରପକ୍ଷେ ହାଇକୋର୍ଟଙ୍କ ରୋକ୍‌ ପରଠାରୁ ମଞ୍ଚେଶ୍ୱରରେ ପ୍ରସ୍ତୁତ ହେଉଥିବା କୁକୁରଙ୍କ ହସ୍ପିଟାଲ କାମ ଧିମେଇ ଯାଇଛି। ୨୦୨୩ ମେ’ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଥିବା ପ୍ରଥମେ ବିଏମସି ଅଧିକାରୀ କହିଥିଲେ। ମାତ୍ର ନିର୍ଦ୍ଧାରିତ ସମୟର ୮ମାସ ପରେ ବି କାମ ସରିନି। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ତୁରନ୍ତ ହସ୍ପିଟାଲ ଉଦ୍‌ଘାଟନ କରାଯାଇ ଫୁଲ୍‌ ଫେଜ୍‌ରେ କାମ ଆରମ୍ଭ କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

କନ୍ନଡ ଅଭିନେତା ଅନନ୍ତ ନାଗ୍‌ ପାଇବେ ଦାଦା ସାହେବ ଫାଲ୍‌କେ ଆୱାର୍ଡ

ନୂଆଦିଲ୍ଲୀ,୧୬।୯: ଭାରତୀୟ ସିନେମାରେ ନିଜର ଦୀର୍ଘ ଓ ସ୍ମରଣୀୟ ଅବଦାନ ପାଇଁ ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ କନ୍ନଡ଼ ସିନେମାର ଭେଟେରାନ୍‌ ଅଭିନେତା ଅନନ୍ତ ନାଗ ।…

ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ପରଲୋକ; ରାଜ ଶ୍ମଶାନରେ ହେଲା ଅନ୍ତିମ ସଂସ୍କାର, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ବଡ଼ଖେମୁଣ୍ଡି ରାଜକୁମାର ମୋହନ ପ୍ରସାଦ ଦେବଙ୍କ ଦେହାନ୍ତ ହୋଇଛି । ଗଞ୍ଜାମ ଜିଲାର ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଶେଷ ସମ୍ରାଟ ରାଜା ରାମଚନ୍ଦ୍ର…

ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲରୁ ଧମକ, ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ ): ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ପୁଣି ବଢ଼ିଲା ଅଡୁଆ । ଜେଲରେ ରହିଥିବା ସମୟରେ ମୃତ ଭାଜପା ନେତା ତଥା ଆଇନଜୀବୀ…

ସି ଜିନପିଙ୍ଗଙ୍କ ଅସୁସ୍ଥତାକୁ ନେଇ ବଢୁଛି କଳ୍ପନାଜଳ୍ପନା, ୨୪ ଘଣ୍ଟା ପରେ ଭାରତ ଛାଡ଼ିବାର କାରଣକୁ ନେଇ ହେଉଛି ଚର୍ଚ୍ଚା

ବେଜିଂ,୧୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରାୟତଃ ବିଭିନ୍ନ ଖବର ସାମ୍ନାକୁ ଆସିଥାଏ। ପୁଣିଥରେ ସୋସିଆଲ ମିଡିଆରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଆରମ୍ଭ…

ସହରର ମୁଖ୍ୟ ରାସ୍ତାରେ ଗଦାହୋଇଛି ବାଲି, ଦୁର୍ଘଟଣାକୁ ଆମନ୍ତ୍ରଣ କରି…

ଗଞ୍ଜାମ,୧୬ା୯(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥଠାରୁ ଗଞ୍ଜାମ ସହରକୁ ସଂଯୋଗ ମୁଖ୍ୟ ରାସ୍ତାରେ ଅଧିକାଂଶ ସମୟରେ ଘର ନିର୍ମାଣ କାର୍ଯ୍ୟ ପାଇଁ ବାଲି ଶୁଖା ଯାଉଥିବା…

ବଜ୍ରପାତରେ ଦୁଇ ପରିବାରର ଚାଲିଗଲା ୨ ଜୀବନ

ବଞ୍ଚୋ/ଆନନ୍ଦପୁର,,୧୬ା୯(ପ୍ରଦୋଷ ବିଶ୍ୱାଳ/ ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବୁଧବାର ବଜ୍ରପାତ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅଚାନକ ବଜ୍ରପାତରେ ଦୁଇଟି…

ମୂର୍ତ୍ତି ବିସର୍ଜନବେଳେ ପୋଖରୀରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା, ଗାଁରେ ଶୋକାକୁଳ ପରିବେଶ

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ପଞ୍ଚାୟତ ସିଦ୍ଧଖଣ୍ଡି ଗାଁ ସ୍କୁଲରେ ୮ମ ଶ୍ରେଣୀରେ ପଢୁଥିବା ମରମ ଜେନାଙ୍କ ପୁଅ ସୀତାଂଶୁ (୧୩)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?