ଠିକ୍‌ ଭାବେ ଆବର୍ଜନା ପରିଚାଳନା କରିପାରୁନି ବିଏମ୍‌ସି

ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):ସହରକୁ ସ୍ବଚ୍ଛ ଓ ସୁନ୍ଦର କିରବା ପାଇଁ ପାଇଁ ବିଏମ୍‌ସି ବିଭିନ୍ନ ଯୋଜନା ହାତକୁ ନେଉଥିବାବେଳେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛି। ଘନ ଘନ ବୈଠକ, କ୍ଷେତ୍ର ପରିଦର୍ଶନରେ ବ୍ୟସ୍ତ ରହୁଛନ୍ତି ଅଧିକାରୀ। ଟୁଇଟ୍‌ ପରେ ଟୁଇଟ୍‌ କରି କେଉଁଠୁ ଅଳିଆ ସଫା ହେଲା, କେଉଁଠାରୁ ଜରିମାନା ଆଦାୟ ହେଲା ସେ ନେଇ ସୂଚନା ଦେଉଛନ୍ତି। ବିଏମ୍‌ସି ନିଜ ପ୍ରଶଂସାରେ ବ୍ୟସ୍ତ ଥିବାବେଳେ ବାସ୍ତବରେ ସହରର ସ୍ଥିତି ବିଗିଡିବାରେ ଲାଗିଛି। ଏମିତି କୌଣସି ଓ୍ବାର୍ଡ ନାହିଁ ଯେଉଁଠାରେ ଶତପ୍ରତିଶତ ଅଳିଆ ଉଠୁଛି। କେବଳ ଜନସାଧାରଣ ନୁହନ୍ତି, ଏହାକୁ ନେଇ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରସାରା ଯୁଆଡେ ଦେଖିବ କେବଳ ଅଳିଆ ଗଦା ହୋଇ ରହିଛି। କହିବାକୁ ଗଲେ ଆବର୍ଜନା ପରିଚାଳନାରେ ବିଏମ୍‌ସି ଫେଲ୍‌ ମାରିଛି। ସଫେଇ ପାଇଁ ପ୍ରତି ମାସରେ ବିଏମ୍‌ସି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସହରର ଚାରିଆଡେ ଆବର୍ଜନାର ପାହାଡ ବିଏମ୍‌ସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତ୍ୟେକ ଦିନ ଘରୁ ଅଳିଆ ଉଠୁ ନଥିବାରୁ ସହରବାସୀ ପୁଣି ରାସ୍ତାରେ ଅଳିଆ ଫିଙ୍ଗା ଆରମ୍ଭ କରିଛନ୍ତି। ରାସ୍ତାକଡ଼, ଗଳିମୁଣ୍ଡ ଛକ, ଡ୍ରେନ୍‌ କଡ ଆଦି ସ୍ଥାନରେ ଅଳିଆ ଫୋପାଡ଼ି ଦେଉଛନ୍ତି। ରାସ୍ତାକଡ଼ରେ କୁଢ କୁଢ ଅଳିଆ ଗଦା ହୋଇ ରହୁଥିବାବେଳେ ସେହି ରାସ୍ତାଦେଇ ଯାତାୟତ କରିବା କଷ୍ଟକର ହୋଇ ପଡୁଛି। ଏପରିକି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାମାନେ ଟୁଇଟ୍‌ କରି ଅଭିଯୋଗ କଲେ ମଧ୍ୟ ବିଏମ୍‌ସି କିଛି ନ ଜାଣିବା ପରି ଚୁପ୍‌ ବସିଛି। ପୂର୍ବରୁ ଡଷ୍ଟବିନ୍‌ ରହୁଥିବା ସ୍ଥାନରେ କିଛି ଲୋକ ଆଣି ଅଳିଆ ପକାଇ ଦେଉଥିଲେ। ମାତ୍ର ସହରକୁ ଡଷ୍ଟବିନ୍‌ମୁକ୍ତ କରିବା ପରେ ଯିଏ ଯେଉଁଠି ପାରୁଛି ଲୁଚିଛପି ଅଳିଆ ପକାଉଛନ୍ତି। ସହରର କେଉଁ ସ୍ଥାନରେ ଅଳିଆ ଗଦା ହେଉଛି, କାହିଁକି ଅଳିଆ ପଡ଼ି ରହୁଛି, କିଏ ଫିଙ୍ଗୁଛି ଏହାର ତଦାରଖ କରିବାକୁ ସାନିଟାରୀ ଇନ୍ସପେକ୍ଟର ଓ ସ୍ବଚ୍ଛସାଥୀଙ୍କୁ ବିଏମସି ନିୟୋଜିତ କରିଛି। ମାତ୍ର ଏମାନେ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ ଲୋକମାନେ ମନଇଛା ଅଳିଆ ଗଦା କରୁଛନ୍ତି। ଏପରିକି ଓଭରବ୍ରିଜ୍‌ ଉପରେ ମଧ୍ୟ ପଲିଥିନ୍‌ରେ ଅଳିଆ ବାନ୍ଧି ଫୋପାଡ଼ି ଦେଉଛନ୍ତି। ସେହିପରି ବିଏମ୍‌ସି ଦ୍ୱାରା ସହରର ବିଭିନ୍ନ ୱାର୍ଡରେ ଥିବା କଞ୍ଜରଭେନ୍ସି ଲେନର ସଫେଇ କାର୍ଯ୍ୟ ଚାଲିଛି। ୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରାୟ ୭୫ କିମିର କଞ୍ଜରଭେନ୍ସି ଲେନକୁ ବିକାଶ କରାଯାଉଛି। ମାତ୍ର କେତେକ କଞ୍ଜରଭେନ୍ସି ଲେନ୍ସ ଏବେବି ବିଏମ୍‌ସିର ଦୃଷ୍ଟି ଆଢୁଆଳରେ ରହି ଯାଇଛି। କୌଣସି ସଫେଇ ହେଉ ନ ଥିବାରୁ ଏବେ ସେଠାରେ ଲୋକମାନେ ଅଳିଆ ପକାଇବା ପାଇଁ ବ୍ୟବହାର କରୁଛନ୍ତି। ଏପରିକି ଡ୍ରେନ୍‌ ଗୁଡିକରେ ମଧ୍ୟ ଆବର୍ଜନା ପଡି ରହୁଥିବା ଦେଖା ଯାଉଛି। ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ସପକ୍ଷରେ ଭୋଟ ଦେବାପାଇଁ ମେୟର ଏବଂ ବିଏମ୍‌ସି ଅଧିକାରୀ ନାଗରିକଙ୍କୁ ଅପିଲ କରୁଥିବାବେଳେ ରାଜଧାନୀର ରାସ୍ତଘାଟକୁ ଦେଖିଲେ ଏହାକୁ ସ୍ବଚ୍ଛ ସହର ଭାବେ ବିବେଚନା କରିବା କଷ୍ଟକର ହୋଇ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri