ଠିକ୍‌ ଭାବେ ଆବର୍ଜନା ପରିଚାଳନା କରିପାରୁନି ବିଏମ୍‌ସି

ଭୁବନେଶ୍ୱର, ୨୧।୯ (ବନ୍ଦନା ସେଠୀ):ସହରକୁ ସ୍ବଚ୍ଛ ଓ ସୁନ୍ଦର କିରବା ପାଇଁ ପାଇଁ ବିଏମ୍‌ସି ବିଭିନ୍ନ ଯୋଜନା ହାତକୁ ନେଉଥିବାବେଳେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛି। ଘନ ଘନ ବୈଠକ, କ୍ଷେତ୍ର ପରିଦର୍ଶନରେ ବ୍ୟସ୍ତ ରହୁଛନ୍ତି ଅଧିକାରୀ। ଟୁଇଟ୍‌ ପରେ ଟୁଇଟ୍‌ କରି କେଉଁଠୁ ଅଳିଆ ସଫା ହେଲା, କେଉଁଠାରୁ ଜରିମାନା ଆଦାୟ ହେଲା ସେ ନେଇ ସୂଚନା ଦେଉଛନ୍ତି। ବିଏମ୍‌ସି ନିଜ ପ୍ରଶଂସାରେ ବ୍ୟସ୍ତ ଥିବାବେଳେ ବାସ୍ତବରେ ସହରର ସ୍ଥିତି ବିଗିଡିବାରେ ଲାଗିଛି। ଏମିତି କୌଣସି ଓ୍ବାର୍ଡ ନାହିଁ ଯେଉଁଠାରେ ଶତପ୍ରତିଶତ ଅଳିଆ ଉଠୁଛି। କେବଳ ଜନସାଧାରଣ ନୁହନ୍ତି, ଏହାକୁ ନେଇ କର୍ପୋରେଟରମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରସାରା ଯୁଆଡେ ଦେଖିବ କେବଳ ଅଳିଆ ଗଦା ହୋଇ ରହିଛି। କହିବାକୁ ଗଲେ ଆବର୍ଜନା ପରିଚାଳନାରେ ବିଏମ୍‌ସି ଫେଲ୍‌ ମାରିଛି। ସଫେଇ ପାଇଁ ପ୍ରତି ମାସରେ ବିଏମ୍‌ସି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବାବେଳେ ସହରର ଚାରିଆଡେ ଆବର୍ଜନାର ପାହାଡ ବିଏମ୍‌ସିର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତ୍ୟେକ ଦିନ ଘରୁ ଅଳିଆ ଉଠୁ ନଥିବାରୁ ସହରବାସୀ ପୁଣି ରାସ୍ତାରେ ଅଳିଆ ଫିଙ୍ଗା ଆରମ୍ଭ କରିଛନ୍ତି। ରାସ୍ତାକଡ଼, ଗଳିମୁଣ୍ଡ ଛକ, ଡ୍ରେନ୍‌ କଡ ଆଦି ସ୍ଥାନରେ ଅଳିଆ ଫୋପାଡ଼ି ଦେଉଛନ୍ତି। ରାସ୍ତାକଡ଼ରେ କୁଢ କୁଢ ଅଳିଆ ଗଦା ହୋଇ ରହୁଥିବାବେଳେ ସେହି ରାସ୍ତାଦେଇ ଯାତାୟତ କରିବା କଷ୍ଟକର ହୋଇ ପଡୁଛି। ଏପରିକି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦାମାନେ ଟୁଇଟ୍‌ କରି ଅଭିଯୋଗ କଲେ ମଧ୍ୟ ବିଏମ୍‌ସି କିଛି ନ ଜାଣିବା ପରି ଚୁପ୍‌ ବସିଛି। ପୂର୍ବରୁ ଡଷ୍ଟବିନ୍‌ ରହୁଥିବା ସ୍ଥାନରେ କିଛି ଲୋକ ଆଣି ଅଳିଆ ପକାଇ ଦେଉଥିଲେ। ମାତ୍ର ସହରକୁ ଡଷ୍ଟବିନ୍‌ମୁକ୍ତ କରିବା ପରେ ଯିଏ ଯେଉଁଠି ପାରୁଛି ଲୁଚିଛପି ଅଳିଆ ପକାଉଛନ୍ତି। ସହରର କେଉଁ ସ୍ଥାନରେ ଅଳିଆ ଗଦା ହେଉଛି, କାହିଁକି ଅଳିଆ ପଡ଼ି ରହୁଛି, କିଏ ଫିଙ୍ଗୁଛି ଏହାର ତଦାରଖ କରିବାକୁ ସାନିଟାରୀ ଇନ୍ସପେକ୍ଟର ଓ ସ୍ବଚ୍ଛସାଥୀଙ୍କୁ ବିଏମସି ନିୟୋଜିତ କରିଛି। ମାତ୍ର ଏମାନେ ଠିକ୍‌ ଭାବେ ତଦାରଖ କରୁ ନ ଥିବାରୁ ଲୋକମାନେ ମନଇଛା ଅଳିଆ ଗଦା କରୁଛନ୍ତି। ଏପରିକି ଓଭରବ୍ରିଜ୍‌ ଉପରେ ମଧ୍ୟ ପଲିଥିନ୍‌ରେ ଅଳିଆ ବାନ୍ଧି ଫୋପାଡ଼ି ଦେଉଛନ୍ତି। ସେହିପରି ବିଏମ୍‌ସି ଦ୍ୱାରା ସହରର ବିଭିନ୍ନ ୱାର୍ଡରେ ଥିବା କଞ୍ଜରଭେନ୍ସି ଲେନର ସଫେଇ କାର୍ଯ୍ୟ ଚାଲିଛି। ୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରାୟ ୭୫ କିମିର କଞ୍ଜରଭେନ୍ସି ଲେନକୁ ବିକାଶ କରାଯାଉଛି। ମାତ୍ର କେତେକ କଞ୍ଜରଭେନ୍ସି ଲେନ୍ସ ଏବେବି ବିଏମ୍‌ସିର ଦୃଷ୍ଟି ଆଢୁଆଳରେ ରହି ଯାଇଛି। କୌଣସି ସଫେଇ ହେଉ ନ ଥିବାରୁ ଏବେ ସେଠାରେ ଲୋକମାନେ ଅଳିଆ ପକାଇବା ପାଇଁ ବ୍ୟବହାର କରୁଛନ୍ତି। ଏପରିକି ଡ୍ରେନ୍‌ ଗୁଡିକରେ ମଧ୍ୟ ଆବର୍ଜନା ପଡି ରହୁଥିବା ଦେଖା ଯାଉଛି। ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱର ସପକ୍ଷରେ ଭୋଟ ଦେବାପାଇଁ ମେୟର ଏବଂ ବିଏମ୍‌ସି ଅଧିକାରୀ ନାଗରିକଙ୍କୁ ଅପିଲ କରୁଥିବାବେଳେ ରାଜଧାନୀର ରାସ୍ତଘାଟକୁ ଦେଖିଲେ ଏହାକୁ ସ୍ବଚ୍ଛ ସହର ଭାବେ ବିବେଚନା କରିବା କଷ୍ଟକର ହୋଇ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri