ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ

ଅନୁଗୋଳ ଅଫିସ, ୧୪ା୧୦ – ଅନୁଗୋଳ ସହରର ବିକାଶ ହେବ। ପାନୀୟ ଜଳ ସମସ୍ୟାର ସମାଧାନ ସହ ସ୍ଥାନେ ସ୍ଥାନେ ଓ୍ବାଟର ଏଟିଏମ୍‌ ସ୍ଥାପନ କରାଯିବ। ଲୋକଙ୍କ ମନୋରଞ୍ଜନ ପାଇଁ ସ୍ମାର୍ଟ ପାର୍କ ନିର୍ମାଣ ହେବ। ଏଲ୍‌ଇଡି ଜରିଆରେ ସରକାରୀ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯିବ। ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। କେତୋଟି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ଅନୁଗୋଳ ସହରର ରୂପରେଖ ବଦଳାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ସେବା ପ୍ରଦାନ କରିବାକୁ ପୌରପାଳିକା ସମ୍ମୁଖରେ ପ୍ରଥମେ ଏକ ୱାଟର ଏଟିଏମ୍‌ ଖୋଲାଯାଇଥିଲା। ଏହାର ଚାହିଦା ବଢ଼ିବା ସହ ଲୋକେ ଗହଳି କରୁଥିବାରୁ ଅନ୍ୟ ଦୁଇଟି ସ୍ଥାନରେ ୱାଟର ଏଟିଏମ୍‌ ଖୋଲିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସହରର ବସ୍‌ଷ୍ଟାଣ୍ଡ ଓ ଜଗନ୍ନାଥ ମନ୍ଦିର ନିକଟସ୍ଥ ଗୋପବନ୍ଧୁ ପାର୍କ ପାର୍ଶ୍ୱରେ ଏହି ୱାଟର ଏଟିଏମ୍‌ ଖୋଲାଯିବ। ଟଙ୍କାଟିଏ ଦେଇ ଲୋକମାନେ ଏହି ଏଟିଏମ୍‌ରୁ ଗୋଟିଏ ଲିଟର ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ସେହିପରି ନୂତନ ବସ୍‌ଷ୍ଟାଣ୍ଡ ପଛପାର୍ଶ୍ୱରେ ଏକ ସ୍ମାର୍ଟ ପାର୍କ ନିର୍ମାଣ କରାଯିବ। ଏ ନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। କୋଟିଏ ଟଙ୍କା ବ୍ୟୟରେ ଏହି ପାର୍କରେ ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ଅତ୍ୟାଧୁନିକ ସୁବିଧା ରଖାଯିବ। ପୂର୍ବରୁ ସହରର ବିଭିନ୍ନ କୋଣ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ହୋର୍ଡିଂ ଲଗାଯାଇ ବିଜ୍ଞାପନ ବ୍ୟବସ୍ଥା କରାଯାଉଥିଲା। ଏବେ କିନ୍ତୁ ପ୍ରଥମ କରି ଏଲ୍‌ଇଡିରେ ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ହେଉଥିବା ଅନୁଗୋଳବାସୀ ଦେଖିବେ। ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସହ ପୌରପାଳିକା ମୁଖ୍ୟ ଫାଟକ ସମ୍ମୁଖରେ ପ୍ରଥମେ ଏହା ଲାଗିବ। ପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଲ୍‌ଇଡି ଲଗାଯିବାର ବ୍ୟବସ୍ଥା କରାଯାଉଛି। ଆସନ୍ତା ସପ୍ତାହରେ ଏହି କାର୍ଯ୍ୟ ଆରମ୍ଭ ହେବାର ଅନୁମାନ କରାଯାଉଛି ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି।
ସହରବାସୀଙ୍କ ସ୍ବାର୍ଥ ପାଇଁ ଯୋଜନା
ଅନୁଗୋଳ ସହରବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଏହା କେବଳ ସହରର ସୌନ୍ଦର୍ଯ୍ୟ ବଢ଼ାଇବ ନାହିଁ ବରଂ ଗର୍ବର ବିଷୟ ହେବ। ସ୍ମାର୍ଟ ପାର୍କ ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ୱାଟର ଏଟିଏମ୍‌ କରାଯିବ। ଏହାଦ୍ୱାରା ପୌରପାଳିକାର ରାଜସ୍ବ ମଧ୍ୟ ବୃଦ୍ଧି ପାଇବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ୱାଟର ଏଟିଏମ୍‌ ଜରୁରୀ
ସହରରେ ପାନୀୟ ଜଳ ସମସ୍ୟା ରହିଛି। ୱାଟର ଏଟିଏମ୍‌ ହେଲେ ଲୋକମାନେ ସୁବିଧାରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଗୋପବନ୍ଧୁ ପାର୍କରେ ଏହା ହେଉଥିବାରୁ ସହରକୁ ଆସୁଥିବା ଲୋକମାନେ ମଧ୍ୟ ସୁବିଧା ନେବେ। ଏଭଳି ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରାଯାଉ।
-ଭବାନୀ ଶଙ୍କର ପ୍ରଧାନ, ହୁଲୁରୁସିଂହା ବାସିନ୍ଦା
ସ୍ମାର୍ଟ ପାର୍କ ସ୍ବାଗତଯୋଗ୍ୟ ପଦକ୍ଷେପ
ସହରରେ ଏକାଧିକ ପାର୍କ ଅଛି। କିନ୍ତୁ ଅତ୍ୟାଧୁନିକ ସୁବିଧା ଥିବା ସ୍ମାର୍ଟ ପାର୍କ ନିଶ୍ଚିତ ସ୍ବାଗତ୍ୟଯୋଗ୍ୟ ପଦକ୍ଷେପ। ଏହା ସହରବାସୀଙ୍କ ମନୋରଞ୍ଜନର ଏକ ବଡ଼ ମାଧ୍ୟମ ହେବ। ତେବେ ଏହାର ରକ୍ଷଣବେକ୍ଷଣା ପ୍ରତି ପୌରପାଳିକା ଆବଶ୍ୟକ ଧ୍ୟାନ ଦେବା ଆବଶ୍ୟକ।
-ମମତା ଧୀରସାମନ୍ତ, ଅନୁଗୋଳ ବାସିନ୍ଦା
ବେସରକାରୀ ବିଜ୍ଞାପନ ସୁବିଧା ରହୁ
ସହରରେ ପ୍ରଥମ କରି ଏଲଇଡିରେ ସରକାରୀ ଯୋଜନାର ପ୍ରଚାର ପ୍ରସାର କରାଯିବାର ବ୍ୟବସ୍ଥା ଭଲ କଥା। ହେଲେ କେବଳ ସରକାରୀ କାହିଁିକି, ବେସରକାରୀ ବିଜ୍ଞାପନ ପାଇଁ ସୁଯୋଗ ରହିଲେ ଭଲ ହୁଅନ୍ତା। କେଉଁ ସମୟରେ ବଜାରରେ କ’ଣ ଅଫର୍‌ ରହୁଛି, ତାହା ଲୋକେ ଜାଣିପାରନ୍ତେ।
-ବିକ୍ରମ ଅଗ୍ରୱାଲ, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri