ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ

ଅନୁଗୋଳ ଅଫିସ, ୧୪ା୧୦ – ଅନୁଗୋଳ ସହରର ବିକାଶ ହେବ। ପାନୀୟ ଜଳ ସମସ୍ୟାର ସମାଧାନ ସହ ସ୍ଥାନେ ସ୍ଥାନେ ଓ୍ବାଟର ଏଟିଏମ୍‌ ସ୍ଥାପନ କରାଯିବ। ଲୋକଙ୍କ ମନୋରଞ୍ଜନ ପାଇଁ ସ୍ମାର୍ଟ ପାର୍କ ନିର୍ମାଣ ହେବ। ଏଲ୍‌ଇଡି ଜରିଆରେ ସରକାରୀ ଯୋଜନା ସମ୍ପର୍କରେ ପ୍ରଚାର ପ୍ରସାର କରାଯିବ। ଜିଲା ପ୍ରଶାସନ ଓ ପୌରପାଳିକା ପକ୍ଷରୁ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି। କେତୋଟି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।
ଅନୁଗୋଳ ସହରର ରୂପରେଖ ବଦଳାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ସେବା ପ୍ରଦାନ କରିବାକୁ ପୌରପାଳିକା ସମ୍ମୁଖରେ ପ୍ରଥମେ ଏକ ୱାଟର ଏଟିଏମ୍‌ ଖୋଲାଯାଇଥିଲା। ଏହାର ଚାହିଦା ବଢ଼ିବା ସହ ଲୋକେ ଗହଳି କରୁଥିବାରୁ ଅନ୍ୟ ଦୁଇଟି ସ୍ଥାନରେ ୱାଟର ଏଟିଏମ୍‌ ଖୋଲିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସହରର ବସ୍‌ଷ୍ଟାଣ୍ଡ ଓ ଜଗନ୍ନାଥ ମନ୍ଦିର ନିକଟସ୍ଥ ଗୋପବନ୍ଧୁ ପାର୍କ ପାର୍ଶ୍ୱରେ ଏହି ୱାଟର ଏଟିଏମ୍‌ ଖୋଲାଯିବ। ଟଙ୍କାଟିଏ ଦେଇ ଲୋକମାନେ ଏହି ଏଟିଏମ୍‌ରୁ ଗୋଟିଏ ଲିଟର ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ। ସେହିପରି ନୂତନ ବସ୍‌ଷ୍ଟାଣ୍ଡ ପଛପାର୍ଶ୍ୱରେ ଏକ ସ୍ମାର୍ଟ ପାର୍କ ନିର୍ମାଣ କରାଯିବ। ଏ ନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। କୋଟିଏ ଟଙ୍କା ବ୍ୟୟରେ ଏହି ପାର୍କରେ ସହରବାସୀଙ୍କ ଆମୋଦପ୍ରମୋଦ ପାଇଁ ଅତ୍ୟାଧୁନିକ ସୁବିଧା ରଖାଯିବ। ପୂର୍ବରୁ ସହରର ବିଭିନ୍ନ କୋଣ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ପୌରପ୍ରଶାସନ ପକ୍ଷରୁ ହୋର୍ଡିଂ ଲଗାଯାଇ ବିଜ୍ଞାପନ ବ୍ୟବସ୍ଥା କରାଯାଉଥିଲା। ଏବେ କିନ୍ତୁ ପ୍ରଥମ କରି ଏଲ୍‌ଇଡିରେ ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ହେଉଥିବା ଅନୁଗୋଳବାସୀ ଦେଖିବେ। ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସହ ପୌରପାଳିକା ମୁଖ୍ୟ ଫାଟକ ସମ୍ମୁଖରେ ପ୍ରଥମେ ଏହା ଲାଗିବ। ପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ଏଲ୍‌ଇଡି ଲଗାଯିବାର ବ୍ୟବସ୍ଥା କରାଯାଉଛି। ଆସନ୍ତା ସପ୍ତାହରେ ଏହି କାର୍ଯ୍ୟ ଆରମ୍ଭ ହେବାର ଅନୁମାନ କରାଯାଉଛି ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି।
ସହରବାସୀଙ୍କ ସ୍ବାର୍ଥ ପାଇଁ ଯୋଜନା
ଅନୁଗୋଳ ସହରବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଏହା କେବଳ ସହରର ସୌନ୍ଦର୍ଯ୍ୟ ବଢ଼ାଇବ ନାହିଁ ବରଂ ଗର୍ବର ବିଷୟ ହେବ। ସ୍ମାର୍ଟ ପାର୍କ ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ୱାଟର ଏଟିଏମ୍‌ କରାଯିବ। ଏହାଦ୍ୱାରା ପୌରପାଳିକାର ରାଜସ୍ବ ମଧ୍ୟ ବୃଦ୍ଧି ପାଇବ।
-ବିନୋଦ ଚନ୍ଦ୍ର ପଣ୍ଡା, ପୌର ନିର୍ବାହୀ ଅଧିକାରୀ, ଅନୁଗୋଳ
ୱାଟର ଏଟିଏମ୍‌ ଜରୁରୀ
ସହରରେ ପାନୀୟ ଜଳ ସମସ୍ୟା ରହିଛି। ୱାଟର ଏଟିଏମ୍‌ ହେଲେ ଲୋକମାନେ ସୁବିଧାରେ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଗୋପବନ୍ଧୁ ପାର୍କରେ ଏହା ହେଉଥିବାରୁ ସହରକୁ ଆସୁଥିବା ଲୋକମାନେ ମଧ୍ୟ ସୁବିଧା ନେବେ। ଏଭଳି ବ୍ୟବସ୍ଥା ବିଭିନ୍ନ ସ୍ଥାନରେ କରାଯାଉ।
-ଭବାନୀ ଶଙ୍କର ପ୍ରଧାନ, ହୁଲୁରୁସିଂହା ବାସିନ୍ଦା
ସ୍ମାର୍ଟ ପାର୍କ ସ୍ବାଗତଯୋଗ୍ୟ ପଦକ୍ଷେପ
ସହରରେ ଏକାଧିକ ପାର୍କ ଅଛି। କିନ୍ତୁ ଅତ୍ୟାଧୁନିକ ସୁବିଧା ଥିବା ସ୍ମାର୍ଟ ପାର୍କ ନିଶ୍ଚିତ ସ୍ବାଗତ୍ୟଯୋଗ୍ୟ ପଦକ୍ଷେପ। ଏହା ସହରବାସୀଙ୍କ ମନୋରଞ୍ଜନର ଏକ ବଡ଼ ମାଧ୍ୟମ ହେବ। ତେବେ ଏହାର ରକ୍ଷଣବେକ୍ଷଣା ପ୍ରତି ପୌରପାଳିକା ଆବଶ୍ୟକ ଧ୍ୟାନ ଦେବା ଆବଶ୍ୟକ।
-ମମତା ଧୀରସାମନ୍ତ, ଅନୁଗୋଳ ବାସିନ୍ଦା
ବେସରକାରୀ ବିଜ୍ଞାପନ ସୁବିଧା ରହୁ
ସହରରେ ପ୍ରଥମ କରି ଏଲଇଡିରେ ସରକାରୀ ଯୋଜନାର ପ୍ରଚାର ପ୍ରସାର କରାଯିବାର ବ୍ୟବସ୍ଥା ଭଲ କଥା। ହେଲେ କେବଳ ସରକାରୀ କାହିଁିକି, ବେସରକାରୀ ବିଜ୍ଞାପନ ପାଇଁ ସୁଯୋଗ ରହିଲେ ଭଲ ହୁଅନ୍ତା। କେଉଁ ସମୟରେ ବଜାରରେ କ’ଣ ଅଫର୍‌ ରହୁଛି, ତାହା ଲୋକେ ଜାଣିପାରନ୍ତେ।
-ବିକ୍ରମ ଅଗ୍ରୱାଲ, ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri