ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ ଏକ୍ସ’ରେ ଶେୟାର କରାଯାଇଛି। ଚଳିତ ମାସରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ଏହି ଲୁନାର ଲାଣ୍ଡର ୧୨୦ କି.ମି. ଉପରୁ ଉକ୍ତ ଫୁଟେଜକୁ ରେକର୍ଡ କରିଥିଲା। ଏହି ଫୁଟେଜ୍‌ରେ ଚନ୍ଦ୍ରର ବିସ୍ତୃତ ଦୃଶ୍ୟକୁ ଦେଖିବାକୁ ମିଳିଛି, ଯେଉଁଥିରେ ଏହାର ଦୁର୍ଗମ ଏବଂ ଅସମତଳ ଭୂମି ସହ ବିଭିନ୍ନ ଗର୍ତ୍ତ ଥିବା ସ୍ଥାନକୁ ଦେଖିବାକୁ ମିଳିଛି।
ସେହିପରି ଏହି ଭିଡିଓରେ ଚନ୍ଦ୍ରର ଲୁକ୍କାୟିତ ପାର୍ଶ୍ୱକୁ ଦେଖିବାକୁ ମିଳିଛି, ଯାହାକୁ ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଚନ୍ଦ୍ରର ଏହି ଲୁକ୍କାୟିତ ପାର୍ଶ୍ୱ ପୃଥିବୀରୁ ଦୃଶ୍ୟମାନ ହୁଏନାହିଁ ବୋଲି ବୁଧବାର ‘ବ୍ଲ୍ୟୁ ଘୋଷ୍ଟ’ର ଉପମୁଖ୍ୟ ଇଞ୍ଜିନିୟର ଯୋଶେଫ ମାର୍ଲିନ କହିଛନ୍ତି। ଚନ୍ଦ୍ରର ଚତୁଃପାର୍ଶ୍ୱରେ ବ୍ଲ୍ୟୁ ଘୋଷ୍ଟ ପରିକ୍ରମା କରୁଥିବା ସମୟରେ ଉକ୍ତ ଫୁଟେଜକୁ ନିଆଯାଇଛି। ଏହି ଫୁଟେଜରୁ ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ଭୂବିଜ୍ଞାନ ବିଷୟରେ ମୂଲ୍ୟବାନ୍‌ ସୂଚନା ମିଳିଥିବା ଯୋଶେଫ କହିଛନ୍ତି। ସେ ଏହି ଫୁଟେଜକୁ ଭରପୂର ପ୍ରଶଂସା ମଧ୍ୟ କରିଛନ୍ତି। ଚନ୍ଦ୍ରର ଏପରି ବିସ୍ତୃତ ଦୃଶ୍ୟ ଦେଖିବାର ଅନୁଭୂତି ଅବିଶ୍ୱସନୀୟ ହୋଇଥିବା ସେ କହିଛନ୍ତି। ଆସନ୍ତା ମାର୍ଚ୍ଚ ୨ରେ ବ୍ଲ୍ୟୁ ଘୋଷ୍ଟ ମହାକାଶଯାନ ମାରେ କ୍ରିସିୟମରେ ଲାଣ୍ଡିଂ କରିବ ବୋଲି ତାରିଖ ସ୍ଥିର ହୋଇଥିବା ସେ ସୂଚନା ଦେଇଛନ୍ତି।
ଗତ ଜାନୁଆରୀ ୧୫ରେ ଫ୍ଲୋରିଡାର କେନେଡ଼ି ସ୍ପେସ୍‌ ସେଣ୍ଟରରୁ ବ୍ଲ୍ୟୁ ଘୋଷ୍ଟ ଲୁନାର ଲାଣ୍ଡରକୁ ଲଞ୍ଚ୍‌ କରାଯାଇଥିଲା। ସ୍ପେସ୍‌ ଏକ୍ସ’ର ଫାଲ୍‌କନ-୯ ରକେଟରୁ ଅଲଗା ହେବା ପରେ ଟେକ୍ସାସରେ ଥିବା ସ୍ପେସ୍‌ ଏକ୍ସ ମିଶନ ଅପରେଶନ ସେଣ୍ଟର ପକ୍ଷରୁ ଏହାର ଗତିବିଧି ଉପରେ ନଜର ରଖାଯାଇଛି। ଚନ୍ଦ୍ରକୁ ଯିବା ପୂର୍ବରୁ ଏହି ମହାକାଶଯାନ ୨୫ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିଥିଲା। ପରେ ଏହାକୁ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ୪ ଦିନ ସମୟ ଲାଗିଥିଲା। ଫେବୃଆରୀ ୧୩ରୁ ବ୍ଲ୍ୟୁ ଘୋଷ୍ଟ ଚନ୍ଦ୍ରର ପରିକ୍ରମା କରିଆସୁଛି। ଚନ୍ଦ୍ରରେ ବ୍ଲ୍ୟୁ ଘୋଷ୍ଟର ସଫଳ ପରିକ୍ରମା ଏବଂ ଏହାର ଆଗାମୀ ଲାଣ୍ଡିଂ ଚନ୍ଦ୍ର ସମ୍ବନ୍ଧିତ ବିଭିନ୍ନ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri