ବ୍ଲ୍ୟୁ-ଫ୍ଲାଗ୍‌: ବିକଶିତ ହେବ ଆଉ ୫ ବେଳାଭୂମି

ଭୁବନେଶ୍ୱର,୫।୭(ବ୍ୟୁରୋ): ଓଡ଼ିଶା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି। ସରକାର ପୁରୀ ପରେ ଏବେ ଆଉ ୫ ବେଳାଭୂମିର ସୌନ୍ଦର୍ଯ୍ୟକରଣ କରି ବ୍ଲ୍ୟୁ-ଫ୍ଲାଗ୍‌ ମାନ୍ୟତା ଯୋଗ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଗତବର୍ଷ ଅକ୍ଟୋବର ୧୧ରେ ପୁରୀ ସ୍ବର୍ଣ୍ଣିମ ବେଳାଭୂମିକୁ ବ୍ଲ୍ୟୁ-ଫ୍ଲାଗ୍‌ ମାନ୍ୟତା ମିଳିସାରିଥିବାବେଳେ ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ଆଉ ୫ ବିଚ୍‌କୁ ବିଶ୍ୱସ୍ତରୀୟ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଗୁଡ଼ିକ ହେଲା, ଗଞ୍ଜାମ ଜିଲାର ପତି ସୋନାପୁର ଓ ହରିପୁର, ପୁରୀ ଜିଲାର ନୀଳାଦ୍ରି, ମୁହାଣ ଏବଂ ପିର ଜାହାନିଆ। ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏହି ୫ ବେଳାଭୂମିର ବିକାଶ କରିବେ। ତେବେ ପୁରୀ ନୀଳାଦ୍ରି ବେଳାଭୂମିର କାର୍ଯ୍ୟ ଶେଷ ହେବା ଉପରେ ଥିବାବେଳେ ଅନ୍ୟ ୪ ବିଚ୍‌ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ। ପ୍ରତି ବିଚ୍‌ ନିମନ୍ତେ ଦେଢ଼ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ବେଳାଭୂମିରେ ଶୌଚାଳୟ, ସିମେଣ୍ଟ ଚେୟାର, ସୋଲାର ଲାଇଟିଂ ବ୍ୟବସ୍ଥା ଏବଂ ଓ୍ବାଚ୍‌ ଟାଓ୍ବାର ନିର୍ମାଣ କରାଯିବ। ବେଳାଭୂମି କୂଳରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା ଭାଙ୍ଗିବା ଅଭିଯୋଗ: ୨୪୫ ମାମଲା ରୁଜୁ

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୨୧ ଦିନିଆ କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବିଭିନ୍ନ ଛକ ସ୍ଥାନରେ ପୋଲିସମାନେ ଗାଡ଼ିମୋଟର...

ଶ୍ରୀମନ୍ଦିରର ୮ ଦ୍ୱାର ହେବ ରୁପା ଛାଉଣି

ପୁରୀ ଅଫିସ,୨୩ା୧୦: ଶ୍ରୀମନ୍ଦିରର ୩ଟି ଦ୍ୱାର (ଜୟ ବିଜୟ, କଳାହାଟ ଓ ବେହେରଣ) ରୁପା ଛାଉଣି ହେବ। ଜଣେ ଭକ୍ତ ଏଥିପାଇଁ ଆବଶ୍ୟକ ରୁପା ଏବଂ...

କିରୋସିନ ଆବଣ୍ଟନରେ ଠକାମୀ: ପ୍ରତିବାଦରେ କଣ୍ଟାପଡ଼ା ବ୍ଲକ ସମ୍ମୁଖରେ ଧାରଣା

କଣ୍ଟାପଡ଼ା, ୨।୬(ଡି.ଏନ୍‌.ଏ.): କରୋନା ମହାମାରୀ ଓ ଲକ୍‌ଡାଉନ ଯୋଗୁ ଗରିବ ତଥା ଦିନମଜୁରିଆ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି। ତେବେ ରାସନ କାର୍ଡଧାରୀଙ୍କ ପାଇଁ ସରକାର କମ୍‌...

ବରିଷ୍ଠ ନାଗରିକ, ଗର୍ଭବତୀଙ୍କୁ ମନା

ଛତ୍ରପୁର,୨୯।୩: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ମଙ୍ଗଳବାର ଆରମ୍ଭ ହେବ। ଯାତ୍ରା ମାସେ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଚାଳିବ ହେବ...

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ

ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି...

ଗଞ୍ଜାମ ସହରରେ ଗୋଷ୍ଠୀ ସଂକ୍ରମଣ ରୋକିବା, ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ

ଗଞ୍ଜାମ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମାନ...

୨୩ ଦିନରେ ୧୫୬.୬ମି.ମି ବର୍ଷା

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ଥିବାରୁ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଗତ ୨୩ ଦିନରେ ଅର୍ଥାତ୍‌ ଗତ ୧ରୁ ୨୩ତାରିଖ...

ଦୀପମୟ କପିଳାସ

ଢେଙ୍କାନାଳ ଅଫିସ, ୨୨।୨ – ପବିତ୍ର ଜାଗରଯାତ୍ରାକୁ ନେଇ ଶିବମୟ ହୋଇଉଠିଛି କପିଳାସ। ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜୀଉଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ...

Advertisement


Archives

Model This Week