ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ

ସୁନାବେଡ଼ା,୨୩ା୯(କୃତ୍ତିବାସ ପ୍ରଧାନ): ”ମୋ ଝିଅକୁ ସାହାଯ୍ୟ କର,ତା’ର ପାଠ ପଢ଼ିବାକୁ ବହୁତ ଆଗ୍ରହ ରହିଛି। ମୋ ଅସୁସ୍ଥ ଝିଅକୁ ଭଲ କରିଦିଅ“- ଏପରି ଦୁଃଖର ସହ କହୁଛନ୍ତି ଜଣେ ଉପାୟଶୂନ୍ୟ ବାପା। ସେ ହେଲେ ସୁନାବେଡ଼ା ଏଇଏଫ୍‌ କଲୋନି କାଳୀମନ୍ଦିର ନିକଟରେ ରହୁଥିବା ଯବାନ ବଢେଇ। ତାଙ୍କ ଝିଅ ନିବେଦିତା (୧୩) ଦୀର୍ଘ ୩ବର୍ଷ ହେବ ରକ୍ତକର୍କଟ ରୋଗରେ ପୀଡ଼ିତ। ଝିଅର ଚିକିତ୍ସା ପାଇଁ ତାଙ୍କ ନିକଟରେ ଅର୍ଥ ନାହିଁ। ଯବାନ ଜଣେ ଦିନ ମଜୁରିଆ। ଝିଅ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସବୁ ସଞ୍ଚତ୍ତ ଅର୍ଥ ଝିଅ ପାଇଁ ଖର୍ଚ୍ଚ କରିସାରିଲେଣି ସେ। ୨୦୨୧ରେ ଭୁବନେଶ୍ବର ଏମସ୍‌ରେ ଚିକିତ୍ସା ପରେ ଝିଅ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲା। ମାତ୍ର ଗତ ଅଗଷ୍ଟ ମାସରୁ ପୁଣି ଅସୁସ୍ଥ ହୋଇ ପଡିଛି। ତାକୁ ପୁଣି ଭୁବନେଶ୍ବର ଏମସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ପରିବାର ଲୋକେ। ସେଠାରେ ଡାକ୍ତରଙ୍କ କହିବା ମୁତାବକ ଝିଅକୁ ଦିଲ୍ଲୀ ନେବା ଜରୁରୀ, ଯାହା ଯବାନଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ। ଦିଲ୍ଲୀନେଇ ଝିଅକୁ ଚିକିତ୍ସା କରିବା ଲାଗି ତାଙ୍କ ନିକଟରେ ଅର୍ଥ ନାହିଁ। ସରକାର ତଥା ବଦାନ୍ୟ ବ୍ୟକ୍ତିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଯବାନ। ସୂଚନାଯୋଗ୍ୟ, ଝିଅର ରୋଗ ସମ୍ପର୍କରେ ଜାଣିବା ପରେ ମା’ ଘର ଛାଡି ପଳାଇଛନ୍ତି। ଯବାନଙ୍କ ଭଉଣୀ ପଦ୍ମିନୀ ଜେନା ନିବେଦିତାଙ୍କ ସେବା କରୁଛନ୍ତି। ନିବେଦିତା ସ୍ଥାନୀୟ ଶିଶୁ ମନ୍ଦିରରେ ଅଷ୍ଟମ ଶ୍ରେଣୀରେ ପଢନ୍ତି। ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ନିବେଦିତାଙ୍କ ପାଠ ପଢା ପ୍ରତି ରହିଛି ପ୍ରବଳ ଆଗ୍ରହ। ଯଦି କେହି ସହୃଦୟ ବ୍ୟକ୍ତି ନିବେଦିତାଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ ଯବାନଙ୍କ ଫୋନ୍‌ ୭୭୩୫୭୦୭୪୭୯ରେ ଯୋଗାଯୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିସାରା ଦେଖିଲେ ଲିଆଖିଆ ଉତ୍ସବ: ସକାଳକୁ ଆସି ଦେଖିଲା ବେଳକୁ ନ ଥିଲା

ନନ୍ଦପୁର/ପାଡୁଆ, ୧୧।୫ (ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଲିଆଖିଆ ଉତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କ ବାଇକ (ନମ୍ବର- OD 10 Q 4739) କେହି ଦୁର୍ବୃତ୍ତ ଚୋରି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ସିଭିଲ ସର୍ଭିସ ଆଶାୟୀଙ୍କୁ ପାଠ ପଢ଼ାଇଲେ ଜିଲାପାଳ: ଅଚାନକ ପହଞ୍ଚି…

ଭଞ୍ଜନଗର,୧୧।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରଠାରେ ସିଭିଲ ସର୍ଭିସ ପରୀକ୍ଷା ଦେବାପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକଙ୍କୁ ଗଞ୍ଜାମ ଲକ୍ଷ୍ୟ ନିକେତନ ଯୋଜନା ମାଧ୍ୟମରେ ତାଲିମ ପ୍ରଦାନ କରାଯାଉଛି। ଆଜିକୁ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବେଆଇନ ଛଟେଇ: ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ

ବଞ୍ଚୋ,୧୧।୫(ପ୍ରଦୋଷ ବିଶ୍ୱାଳ): ଟାଟା ପାୱାର ବିରୋଧରେ ତାତିଲେ ଠିକା କର୍ମଚାରୀ। ବେଆଇନ ଛଟେଇକୁ ବିରୋଧ କରି ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମଚାରୀ ନାରାବାଜି କରିବା ସହ…

ବିଦ୍ୟୁତ ଆଘାତ ଦେଇ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସ୍ତ୍ରୀ, ନିଦରୁ ଉଠିପଡିଲେ ସ୍ବାମୀ, ଆଉ ତା’ପରେ…

ମୁମ୍ବାଇ, ୧୧।୫: ମହାରାଷ୍ଟ୍ରର ଯବତମାଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାତ ପ୍ରତିଜ୍ଞାର ଏକ ବିବାହ ହତ୍ୟା ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଅଭିଯୋଗ…

ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା: ତେଜିଲା ପ୍ରତିବାଦ, ବାଇକ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ରାୟଗଡ଼ା,୯।୫: ରାୟଗଡ଼ାର ନିଖିଲ ହାଡ଼ିପାଙ୍କୁ ଅପହରଣ ପରେ ହତ୍ୟା ଘଟଣାକୁ ନେଇ ସହରରେ ଚାପା ଉତ୍ତେଜନା ଦେଖାଦେଇଛି। ହତ୍ୟା ପ୍ରତିବାଦରେ ସ୍ଥାନୀୟ ଲୋକେ ରାୟଗଡ଼ା ଥାନା ଆଗରେ…

ପେଟ୍ରୋଲ-ଡିଜେଲ, ଏଲପିଜି ସମ୍ପର୍କରେ ବଡ଼ ବୟାନ ଜାରି କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ, ଭାରତ ଉପରେ…

ନୂଆଦିଲ୍ଲୀ,୧୧।୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri