ଚାଇନାର ଅବରୋଧ

ତାଇଓ୍ବାନ୍‌ ପାଇଁ ଇଣ୍ଟରନେଟ୍‌ ସଂଯୋଗୀକରଣ ହେଉଛି ଏକ ଜୀବନରେଖା। ନିକଟରେ ତାଇପେଇରେ ଚାଇନା ପକ୍ଷରୁ ସୃଷ୍ଟ ଯୁଦ୍ଧସ୍ଥିତି ଓ ଚାଇନାର ଅବରୋଧ କାର୍ଯ୍ୟକଳାପ (ଇଣ୍ଟରନେଟ୍‌ ସଂଯୋଗରେ ବ୍ୟାଘାତ) ଯୋଗୁ ଏହି ଦ୍ୱୀପ ଯୋଗାଯୋଗରୁ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଫେବୃୟାରୀରେ ତାଇୱାନ୍‌ର ଡିଜିଟାଲ ଭିତ୍ତିଭୂମି ପ୍ରତି ସୃଷ୍ଟି ହୋଇଥିବା ବିପଦ ସ୍ପଷ୍ଟ ହୋଇଥିଲା। ଚାଇନା ଉପକୂଳରେ ଅବସ୍ଥିତ ତାଇଓ୍ବାନ୍‌ର କ୍ଷୁଦ୍ର ଦ୍ୱୀପ ମାଟୁସ ସହ ସଂଯୋଗ କରୁଥିବା ତଥା ସମୁଦ୍ର ଭିତରେ ଥିବା ଦୁଇଟି କେବଲ୍‌କୁ ଚାଇନାର ବୁଡ଼ାଜାହାଜ କାଟି ଦେବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଥିଲା। ସେବେଠାରୁ ଅନେକ ମାସ ହେଲା ଲୋକେ ଇଣ୍ଟରନେଟ୍‌ ସେବାରୁ ବଞ୍ଚତ୍ତ ହୋଇଛନ୍ତି। କ୍ଷତିଗ୍ରସ୍ତ କେବୁଲ୍‌ଗୁଡ଼ିକ ଆମେରିକାର ଟେକ୍‌ କମ୍ପାନୀ ଗୁଗୁଲ ପ୍ରତି ସମ୍ଭାବ୍ୟ ବିପଦକୁ ବି ସାମ୍ନାକୁ ଆଣିଛି। ତାଇୱାନ୍‌ ପଶ୍ଚିମ ଉପକୂଳରେ ଏହି କମ୍ପାନୀର ଏକ ଡେଟା କେନ୍ଦ୍ର ଅଛି। ସମ୍ପ୍ରତି ସମୁଦ୍ର ଭିତରେ ୧୫ଟି କେବୁଲ୍‌ ତାଇୱାନ୍‌କୁ ବିଶ୍ୱ ଟେଲି ଯୋଗାଯୋଗ ସହିତ ସଂଯୋଗ କରୁଛି। ଏଣୁ ଚାଇନାର ଦୀର୍ଘ ଦିନର ଅବରୋଧ ଏହି ଦ୍ୱୀପକୁ ଅବଶିଷ୍ଟ ବିଶ୍ୱରୁ ବିଚ୍ଛିନ୍ନ କରିପାରେ ଏବଂ ଏହାର ପରିଣାମ ବିଶ୍ୱ ଅର୍ଥନୀତି ଓ ଆର୍ଥିକ ବଜାର ଉପରେ ପଡ଼ିବାର ସମ୍ଭାବନା ଅଛି। ଏଭଳି ପରିଣାମ ଜାପାନ ସମେତ ଆମେରିକା ଏବଂ ଏହାର ଆଞ୍ଚଳିକ ସହଯୋଗୀମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ଏଣୁ ତାଇୱାନ୍‌ ସରକାର ଯୋଗାଯୋଗ କ୍ଷମତାକୁ ଦୃଢ଼ କରିବା ସହ ବିଶ୍ୱାସଯୋଗ୍ୟ ଇଣ୍ଟରନେଟ୍‌ ସଂଯୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ।
ଏଭଳି ସ୍ଥିତିର ଏକ ସମ୍ଭାବ୍ୟ ସମାଧାନ ହେଉଛି ମୋବାଇଲ ଉପଗ୍ରହ-ଇଣ୍ଟରନେଟ୍‌ ସିଷ୍ଟମ ଷ୍ଟାର୍‌ଲିଙ୍କ ସେବା କାର୍ଯ୍ୟକାରୀ କରିବା। ଏଲୋନ ମସ୍କଙ୍କ ରକେଟ୍‌ କମ୍ପାନୀ ସ୍ପେସ୍‌ ଏକ୍ସ ଦ୍ୱାରା ଷ୍ଟାର୍‌ଲଙ୍କ୍‌ ପରିଚାଳିତ। ଷ୍ଟାରଲିଙ୍କ ମସ୍କଙ୍କ ବ୍ୟବସାୟିକ ସାମ୍ରାଜ୍ୟର ଏକ ପ୍ରମୁଖ ଅଂଶ। ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପିତ ଏହାର ୪୫୦୦ରୁ ଅଧିକ ସାଟେଲାଇଟ ମାଧ୍ୟମରେ ବିଶ୍ୱରେ ଏହା ଇଣ୍ଟରନେଟ୍‌ ସଂଯୋଗ ଯୋଗାଇଥାଏ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ମସ୍କ ତାଙ୍କ ଉପଗ୍ରହଗୁଡ଼ିକୁ ମାଗଣାରେ ପ୍ରସାରଣ କରିବାକୁ ଅନୁମତି ଦେଇଥିଲେ। ୟୁକ୍ରେନ୍‌ର ଟେଲିକମ୍‌ ଭିତ୍ତିଭୂମି ଉପରେ ରୁଷିଆର ଆକ୍ରମଣରୁ କୌଣସି ଉପାୟରେ ବଞ୍ଚତ୍ବା ପାଇଁ ହଜାର ହଜାର ଷ୍ଟାରଲିଙ୍କ ଟର୍ମିନାଲ ୟୁକ୍ରେନ୍‌ ସରକାରଙ୍କୁ ପ୍ରଦାନ କରିଥିଲେ। ସେହି ଦିନଠାରୁ ଷ୍ଟାରଲିଙ୍କ ୟୁକ୍ରେନ୍‌ ସୈନ୍ୟବାହିନୀର ଏକ ଅତ୍ୟାବଶ୍ୟକ ସାଧନ ହୋଇଆସିଛି। ଏହାଦ୍ୱାରା ୟୁକ୍ରେନ୍‌ରେ ରୁଷିଆ ସୈନ୍ୟଙ୍କ ଗତିବିଧି ଉପରେ ଗୁପ୍ତ ତଥ୍ୟ ସଂଗ୍ରହ କରିପାରୁଛି। ଏହାସହ ନାଟୋ ସହଭାଗୀମାନଙ୍କ ସହ ନିରାପଦରେ ଯୋଗାଯୋଗ କରିବାକୁ ଅନୁମତି ଦେଇଛି। କିନ୍ତୁ ଗତବର୍ଷ ରୁଷିଆର ଜାହାଜ ଉପରେ ୟୁକ୍ରେନ୍‌ ଡ୍ରୋନ ଆକ୍ରମଣକୁ ରୋକିବା ପାଇଁ ମସ୍କ କ୍ରମିଆ ଉପକୂଳ ନିକଟବର୍ତ୍ତୀ ଅଞ୍ଚଳରେ ଷ୍ଟାରଲିଙ୍କକୁ ଅକାମୀ କରିଦେଇଥିଲେ। ତେବେ ଏଭଳି କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ଇଣ୍ଟରନେଟ୍‌ ସେବା ପାଇଁ ଷ୍ଟାର୍‌ଲିଙ୍କକୁ ବ୍ୟବହାର କରି ବାହାର ଦେଶଗୁଡ଼ିକ ସହ ସଂଯୋଗ ସ୍ଥାପନ କରିବା ତାଇଓ୍ବାନ୍‌ ଲାଗି କେତୋଟି ସମସ୍ୟା ଆଣିପାରେ। ପ୍ରଥମେ, କେବଳ ଷ୍ଟାର୍‌ଲିଙ୍କ ଉପରେ ନିର୍ଭର କରିବା ଅର୍ଥ କୌଣସି ବ୍ୟବସ୍ଥିତ ବିଫଳତା ଆସିପାରେ କିମ୍ବା ତଥ୍ୟ ପ୍ରତ୍ୟାବର୍ତ୍ତନ ନ ହୋଇପାରେ। ଦ୍ୱିତୀୟତଃ, ଏହା ସ୍ପଷ୍ଟ ଯେ ମସ୍କ ଚାଇନାର ଜଣେ ଜଣାଶୁଣା ସମର୍ଥକ। ଏପରିକି ହଂକଂ ପରି ପିପୁଲ୍ସ ରିପବ୍ଲିକର ତାଇୱାନ୍‌ ଏକ ସ୍ବତନ୍ତ୍ର ପ୍ରଶାସନିକ ଜୋନ ହେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। ତୃତୀୟତଃ, ଚାଇନାରେ ମସ୍କଙ୍କର ଅତ୍ୟଧିକ ବ୍ୟବସାୟିକ ଆଗ୍ରହ ରହିଛି। ଚାଇନାରେ ତାଙ୍କ ବୈଦ୍ୟୁତିକ ଯାନ (ଇଭି) କମ୍ପାନୀ ଟେସ୍‌ଲାର ସର୍ବାଧିକ ଉତ୍ପାଦନକାରୀ କେନ୍ଦ୍ର ଅଛି।
ଏସବୁକୁ ଲକ୍ଷ୍ୟ କଲେ ଚାଇନା ଏବଂ ତାଇୱାନ୍‌ ମଧ୍ୟରେ ଯୁଦ୍ଧ ହେଲେ ମସ୍କ ଚାଇନାର ଦାବିଗୁଡ଼ିକ ଯେ ସ୍ବୀକାର କରିବେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଡେଟା ପ୍ରବାହ ଏବଂ ଡାଟା ଷ୍ଟୋରେଜ ସହିତ ତଥ୍ୟର ସାର୍ବଭୌମ ନିୟନ୍ତ୍ରଣ ବିନା ତାଇୱାନ୍‌ର ଜାତୀୟ ସୁରକ୍ଷା ବିପଦରେ ପଡ଼ିବ। ତାଇଓ୍ବାନ୍‌ ଏବେ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ବିଶ୍ୱରେ ସବୁଠୁ ଆଗରେ ରହିଛି। ଏଣୁ ନିଜକୁ ରକ୍ଷା କରିବା ପାଇଁ ଏହା ଉପଗ୍ରହ ଯୋଗାଯୋଗ ଏବଂ ପ୍ରଯୁକ୍ତିବିଦ୍ୟାରେ ସ୍ବଦେଶୀ ଦକ୍ଷତା ବିକାଶ କରିବା ଆବଶ୍ୟକ। ସମ୍ବଳକୁ ସମନ୍ବିତ ଓ ଏକୀକରଣ କରି ତାଇୱାନ୍‌ ସରକାର ସରକାରୀ-ବେସରକାରୀ ସହଭାଗିତା ପ୍ରତିଷ୍ଠା ଏବଂ ତାହାର ନିୟନ୍ତ୍ରଣ ବଜାୟ ରଖିପାରିବେ, ଯାହା ଯୁଦ୍ଧରେ ତାହାର କ୍ଷମତାକୁ ବୃଦ୍ଧି କରିବାରେ ସକ୍ଷମ ହେବ। ପ୍ରତିରକ୍ଷା କଣ୍ଟ୍ରାକ୍ଟରମାନଙ୍କ ସହିତ ଷ୍ଟାର୍ଟଅପଗୁଡ଼ିକୁ ସହଜରେ କାମ କରିବା ଲାଗି ସରକାର କ୍ରୟ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିବା ଉଚିତ।
ତାଇଓ୍ବାନ୍‌ ଜାତୀୟ ବିକାଶ ପାଣ୍ଠି ସାଟେଲାଇଟ୍‌ ଟେକ୍‌ନୋଲୋଜି ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ଭିତ୍ତିଭୂମିରେ ନିବେଶ କରିଥିବାବେଳେ ପ୍ରତିରକ୍ଷା ଓ ଡିଜିଟାଲ ବ୍ୟାପାର ମନ୍ତ୍ରଣାଳୟ ଗୁପ୍ତ ତଥ୍ୟ ଆଦାନପ୍ରଦାନ ପାଇଁ ତାଇଓ୍ବାନ୍‌ ମହାକାଶ ସଂସ୍ଥା ସହିତ କାମ କରିବା ଉଚିତ। ଏହା ସହ ସହଭାଗିତାରେ ଜାପାନ, ଦକ୍ଷିଣକୋରିଆ, ଫିଲିପାଇନ୍ସ ଏବଂ ଅଷ୍ଟ୍ରେଲିଆ ସହିତ ଏକ ପ୍ରତିରକ୍ଷାକୈନ୍ଦ୍ରିକ ବ୍ୟବସ୍ଥା ଗଢ଼ିବା ଦରକାର। ନିରବଚ୍ଛିନ୍ନ ବ୍ୟାକ୍‌ଅପ୍‌ କଭରେଜକୁ ନିଶ୍ଚିତ କରିବା ପାଇଁ ତାଇୱାନକୁ ୧୨୦ଟି ଉପଗ୍ରହ ଉତ୍‌କ୍ଷେପଣ କରିବା ଆବଶ୍ୟକ। ନୀତି ନିର୍ଦ୍ଧାରକମାନେ ଏଭଳି ସ୍ଥିତିରେ ଶୀଘ୍ର କିଛି ପଦକ୍ଷେପ ନେବା ଉଚିତ ଏବଂ ସହଯୋଗୀ ଦେଶଗୁଡ଼ିକ ସମର୍ଥନକୁ ଉପଯୋଗ କରିବାକୁ ପଡ଼ିବ। ତାଇଓ୍ବାନ୍‌ ସହ ମିଳିତ ଭାବେ ବିକାଶ କରିବା ଲାଗି ଚିପ୍ସ ଆକ୍ଟ ଏବଂ ନ୍ୟାଶନାଲ ଡିଫେନ୍ସ ଆକ୍ଟ ଅନୁଯାୟୀ କିଛି ପାଣ୍ଠି ଆବଣ୍ଟନ କରିବା ଉପରେ ଆମେରିକା ସରକାର ବିଚାର କରିବା ଉଚିତ। ଉପଗ୍ରହ-ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଏବଂ ସମ୍ପୃକ୍ତ ସେମିକଣ୍ଡକ୍ଟର ଚିପ୍ସ କ୍ଷେତ୍ରରେ ବି ମିଳିତ ଭାବେ କାମ କରିବା ଦରକାର। ଅଧିକନ୍ତୁ, ଭାରତ- ପ୍ରଶାନ୍ତ ମହାସାଗରୀୟ ରଣନୀତିର ଏକ ଅଂଶ ଭାବେ ଆମେରିକା ସକ୍ରିୟ ଗୋଷ୍ଠୀ ଗଠନ, ପ୍ରଯୁକ୍ତିବିଦ୍ୟା ମାନକ ନିର୍ଦ୍ଧାରଣ ଏବଂ ଉଚ୍ଚସ୍ତରୀୟ ଆଦାନପ୍ରଦାନ ବ୍ୟବସ୍ଥା କରି ମେଣ୍ଟ ଗଠନ କରିବାରେ ନେତୃତ୍ୱ ନେବା ଆବଶ୍ୟକ।
ତାଇୱାନ୍‌ର ପରିସ୍ଥିତି ୟୁକ୍ରେନ୍‌ ସହିତ ସମ୍ପୂର୍ଣ୍ଣ ଅନୁରୂପ ନୁହେଁ। ରୁଷିଆ ସହିତ ୟୁକ୍ରେନ୍‌ର ଏକ ଦୀର୍ଘ ଭୂ-ସୀମା ଅଛି। ହେଲେ ଚାଇନା ସହ ତାଇଓ୍ବାନର ଏଭଳି ସୀମା ନାହିଁ। ତାଇୱାନ ପ୍ରଣାଳୀ (ଷ୍ଟ୍ରେଟ୍‌) ଏହାକୁ ଚାଇନାଠାରୁ ଅଲଗା କରିଛି। ତାଇୱାନ୍‌ ଏହାର ଆବଶ୍ୟକ ଶକ୍ତିର ୯୦% ଆମଦାନୀ କରୁଛି। ଏଥିରୁ ବୁଝାପଡ଼ୁଛି ଯେ, କୌଣସି ଅବରୋଧ ତାଇଓ୍ବାନର ଅର୍ଥ ବ୍ୟବସ୍ଥାକୁ ଶୀଘ୍ର ମାନ୍ଦା କରିଦେବ। ଏହାର ପଡ଼ୋଶୀଙ୍କ ସୁରକ୍ଷା ପ୍ରତି ବିଶେଷକରି ଭାରତ- ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ପ୍ରତି ବିପଦ ସୃଷ୍ଟି କରିବ। ଏହା ସହ ତାଇଓ୍ବାନର ଇଣ୍ଟରନେଟ୍‌ ସଂଯୋଗରେ ବ୍ୟାଘାତ ସହଜରେ ଏକ ବିଶ୍ୱ ସଙ୍କଟରେ ପରିଣତ ହୋଇପାରେ। ତାଇୱାନ୍‌ ପ୍ରଣାଳୀରେ ଉତ୍ତେଜନା ବଢ଼ୁଥିବାରୁ ଏହି ଦ୍ୱୀପର ସୁରକ୍ଷା ଏବେ ଏକ ଭାଗୀଦାରି ଭୂରାଜନୈତିକ ଚିନ୍ତାର ବିଷୟ ପାଲଟିଛି। ଚାଇନାକୁ ପରାସ୍ତ କରିବା ସମ୍ଭବ ନୁହେଁ, କିନ୍ତୁ ନିଶ୍ଚିତ ଭାବେ ତାକୁ ମାତ୍‌ ଦିଆଯାଇପାରିବ। ଏଭଳି ଏକ ସବୁଠୁ ଜଟିଳ ସମୟରେ ଅବଶିଷ୍ଟ ବିଶ୍ୱ ସହିତ ତାଇୱାନ୍‌ର ଯୋଗାଯୋଗ ନିଶ୍ଚିତ କରିବାକୁ ଏହି ଦ୍ୱୀପ ଓ ତା’ର ସହଯୋଗୀମାନେ ଆଜିଠୁ ନିବେଶ ଆରମ୍ଭ କରିବାକୁ ପଡ଼ିବ।

  • ଜାସନ ହସୁ, ଫେଲୋ, ହାର୍ଭାର୍ଡ କେନେଡି ସ୍କୁଲ
  • ରିଚାର୍ଡ ଓ୍ବାଇ.କେ. ଚେନ୍‌, ପୂର୍ବତନ ଉପମନ୍ତ୍ରୀ (ନୀତି ପାଇଁ), ତାଇୱାନ ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?