ପାର୍କ ଭ୍ରମ ସୃଷ୍ଟି କରୁଛି ବ୍ଲକ କାର୍ଯ୍ୟାଳୟ ପରିସର

କେନ୍ଦୁଝର,୩୦ା୧୨(ଦୀପକ ମିଶ୍ର) କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ପରିସରର ସୌନ୍ଦର୍ଯ୍ୟ ବଢ଼ାଉଛି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଜିନିଆ ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ। ବ୍ଲକ୍‌ ପରିସରକୁ ପ୍ରବେଶ କଲେ ଏହା ଏକ ପାର୍କର ଭ୍ରମ ସୃଷ୍ଟି କରିବ। କୌଣସି ସରକାରୀ ଯୋଜନାରେ ନୁହେଁ, ଏଠାରେ ନୂତନ ଭାବେ ଯୋଗ ଦେଇଥିବା ବିଡିଓ ଉମାକାନ୍ତ ପରିଡ଼ାଙ୍କ ପ୍ରକୃତି ପ୍ରେମ ଉକ୍ତ ପରିବେଶକୁ ପରିବର୍ତ୍ତନ କରିଦେଇଛି। ବ୍ଲକ୍‌ କାର୍ଯ୍ୟାଳୟର ପରିତ୍ୟକ୍ତ ପରିସରକୁ ନିଜ ଉଦ୍ୟମରେ ସୌନ୍ଦର୍ଯ୍ୟମୟ କରିଥିବାରୁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ପ୍ରଶାସନିକ ଅଧିକାରୀ ହୋଇ ବି ଯେଉଁ କର୍ମକ୍ଷେତ୍ରକୁ ବଦଳି ହୋଇ ଯାଇଛନ୍ତି ସେଠାରେ ସୁନ୍ଦର ପରିବେଶ ସୃଷ୍ଟି କରିବା ତାଙ୍କର ନିଶା ପାଲଟିଛି। ତାଙ୍କର ଇଚ୍ଛାଶକ୍ତି ଆଗରେ ପ୍ରଶାସନିକ ଅଙ୍କୁଶ ଅନ୍ତରାୟ ସୃଷ୍ଟି କରିପାରିନାହିଁ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ସେ ଆନନ୍ଦପୁରରେ ବିଡିଓ ଦାୟିତ୍ୱରେ ଥିବା ବେଳେ କାର୍ଯ୍ୟାଳୟ ପରିସରରେ ୫୦ କିସମର ଆମ୍ବଗଛ ଲଗାଇ ଚର୍ଚ୍ଚାରେ ଥିଲେ। ଏପରିକି ଯାଜପୁର ଜିଲାର ରସୁଲପୁର ବ୍ଲକ୍‌ରେ ଥିବାବେଳେ ପ୍ରାୟ ୫୦୦ ଏକର ଜାଗାକୁ ବନୀକରଣ କରାଇଥିଲେ। ଏବେ ଝୁମ୍ପୁରା ବ୍ଲକ୍‌ କାର୍ଯ୍ୟାଳୟ ପରିସରରେ ମାତ୍ର ୩ ମାସ ମଧ୍ୟରେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରି ପ୍ରାୟ ୫ ଏକର ଜମିରେ ୩୦ ହଜାରରୁ ଊର୍ଦ୍ଧ୍ୱ ଚାରାରୋପଣ କରାଇଛନ୍ତି। ଏଥିରେ ୭ଟି କିସମର ୫ ହଜାର ଗେଣ୍ଡୁ, ୫ କିସମର ୨ହଜାର ସେବତୀ ଫୁଲ ସହ ଅନେକ କିସମର ଜିନିଆ ଗଛ ଲଗାଇଛନ୍ତି। ଗତ ଅଗଷ୍ଟ ମାସରେ ଝୁମ୍ପୁରା ବ୍ଲକ୍‌ରେ ଯୋଗଦେଇ ବ୍ଲକ୍‌ର ଭଙ୍ଗା ଭିତ୍ତିଭୂମି ଓ ଅସଜଡ଼ା ପରିସର ସଜାଡ଼ିବାକୁ ପ୍ରୟାଶ ଆରମ୍ଭ କରିଥିଲେ। ନିଜର ବ୍ୟସ୍ତ ବହୁଳ ଜୀବନ ଚର୍ଯ୍ୟାରୁ ମିଳୁଥିବା ସମୟରେ ନିଜ ହାତରେ କୋଡ଼ି ଧରି ବଗିଚା ସୃଷ୍ଟି କରିବାକୁ ସେ ଭଲ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି। କର୍ମକ୍ଷେତ୍ରର ପରିସରକୁ ନୂତନ ରୂପ ଦେବା ତାଙ୍କର ସବୁବେଳେ ଇଚ୍ଛା ରହିଆସିଛି। ଏପରିକି କାନ୍ଥ ଓ ବାଡ଼ ଗୁଡ଼ିକରେ ରଙ୍ଗ ଓ ଚିତ୍ର ଦ୍ୱାରା ସୌନ୍ଦର୍ଯ୍ୟକରଣ କରନ୍ତି। ବର୍ତ୍ତମାନ ବ୍ଲକ୍‌ ପରିସରକୁ ଏକ ଘରୋଇ ଉଦ୍ୟାନର ରୂପ ଦେବା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି। ଏ ସମ୍ପର୍କରେ ପଚାରିବାରୁ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ପରିବେଶବିତ୍‌ ସଂଗ୍ରାମ କେଶରୀ ରାଉତଙ୍କ କାର୍ଯ୍ୟ ତାଙ୍କୁ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି କରିବାରେ ପ୍ରେରଣା ଦେଇଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌: ଭିତରେ ଥିଲେ ଡ୍ରାଇଭର

ଜୟପୁର,୮।୪(ପବନ ପାଣିଗ୍ରାହୀ): ୮୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌। ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ପୋଲିସ ଡାକ୍ତରଖାନାରେ ଭର୍ତ୍ତି କରିଛି। ଜୟପୁର…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri