ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ଚଞ୍ଚକତା ଅଭିଯୋଗ: ବିଡ଼ିଓଙ୍କ ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୩ା୮ (ଅରୁଣ ସାହୁ): ଦାରିଙ୍ଗବାଡ଼ି ସ୍ବାଧୀନତା ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ସାମୂହିକ ପ୍ୟାରେଡ ସମେତ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ତେବେ ଏହି ପ୍ରତିଯୋଗିତାରେ ଯେଉଁମାନେ ପରିଚାଳନା ଦାୟିତ୍ୱରେ ରହିଛନ୍ତି ସେମାନଙ୍କ ତ୍ରୁଟି ପୂର୍ଣ୍ଣ ନିଷ୍ପତ୍ତି ହେଉ କିମ୍ବା ଚଞ୍ଚକତା ଏଥିରେ କୃତି ଛାତ୍ରୀଛାତ୍ର ମାନେ ନିରାଶ ହେଉଛନ୍ତି। ଚୟନରେ ଚଞ୍ଚକତା କରାଯାଇ କୃତି ଛାତ୍ରୀଛାତ୍ରଙ୍କୁ ଚୟନ ବଦଳରେ ଅନ୍ୟଙ୍କୁ କୃତିତ୍ୱ ଘୋଷଣା କରିବା ପାଇଁ ବିଭିନ୍ନ ଚଞ୍ଚକତା ଉପାୟ କରାଯାଉଥିବା ଦାରିଙ୍ଗବାଡିର ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ପକ୍ଷରୁ ଜାତୀୟ ଦିବସ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପ୍ରଥମେ କ୍ଲଷ୍ଟରସ୍ତରରେ ଛାତ୍ରୀଛାତ୍ରଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ପଡୁଛି। ସେଠି କୃତିତ୍ୱ ଅର୍ଜନ ପରେ ବ୍ଲକ୍‌ସ୍ତରରେ ପୁଣି ପ୍ରତିଯୋଗିତା ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ପରିଚାଳନା କରାଯାଉଛି। କିନ୍ତୁ ଯେଉଁମାନେ କ୍ଲଷ୍ଟରସ୍ତରରେ ଅଂଶ ଗ୍ରହଣ କରିନାହାନ୍ତି। ସେଭଳି କିଛି ଛାତ୍ରୀଛାତ୍ରଙ୍କୁ ଜାତୀୟ ଦିବସ ପାଳନ କମିଟିର ପରିଚାଳନା କମିଟି ସିଧା ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକାଧିକ ଅଭିଯୋଗ ବିଗତ ବର୍ଷ ଗୁଡିକରେ ମଧ୍ୟ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରକୃତ କୃତି ଛାତ୍ରୀଛାତ୍ରଙ୍କୁ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ଚଞ୍ଚକତା ଓ ପରିଚୟ ଚିହ୍ନାମୁହଁକୁ ଏଥିରେ କୃତିତ୍ୱ କରାଯାଇ ସ୍ବାଧୀନତା ଦିବସରେ ପୁରସ୍କାର ଓ ମାନପତ୍ର ଦିଆଯିବା ବ୍ୟବସ୍ଥାକୁ ବ୍ରିଗେଡ ସ୍କୁଲ ପକ୍ଷରୁ ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ଭାଣିଜୀ ବାହାଘରକୁ ଆସିଥିଲେ, ନିୟନ୍ତ୍ରଣ ହରାଇ ଖୁଣ୍ଟରେ ପିଟି ହୋଇଗଲା ବାଇକ୍‌; ୩ ବ୍ୟକ୍ତି…

ବଲାଙ୍ଗୀର, ୯।୫(ସୁନୀଲ କୁମାର ମହାନ୍ତି): ଭାଣିଜୀର ବାହାଘର ଖୁସି ଏବେ ଶୋକରେ ପରିଣତ ହୋଇଛି। ଭାଣିଜୀ ବାହାଘରରେ ଯୋଗ ଦେବାକୁ ଆସି ଏକ ବାଇକ ଦୁର୍ଘଟଣାରେ ତିନି…

ଦୁଃଖ ଦେଲା କାଳବୈଶାଖୀ: ଧାନ ଭିଜିଲା, ଗଛ ଭାଙ୍ଗିଲା

ବରଗଡ଼,୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଶନିବାର ପ୍ରବଳ ଝଡବତାସ ସହିତ ବର୍ଷା ହୋଇଛି । ଏହାର ପ୍ରଭାବରେ ଧାନ ଫସଲ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଅମଳ…

ତାରସିଂ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ, ନୟାଗଡ଼ ବନଖଣ୍ଡରେ ଚିକିତ୍ସାଧୀନ ଥିଲା

ଭଞ୍ଜନଗର,୯।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜରେ ଶନିବାର ଅପରାହ୍ନରେ ଏକ ଦନ୍ତା ହାତୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ହାତୀର ବୟସ ପ୍ରାୟ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଆଧ୍ୟାତ୍ମିକ ପରିବେଶରେ ଚାଲିଛି ଭଞ୍ଜନଗର ଠାକୁରାଣୀ ଯାତ୍ରା, ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ

ଭଞ୍ଜନଗର,୯ ।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଦିନକୁ ଦିନ ଅସମ୍ଭାଳ ଭିଡ ହେଉଛି ଦେବୀଙ୍କ ଦର୍ଶନ ପାଇଁ। ଶନିବାର ଦେବୀଙ୍କ ଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri