ଦୃଷ୍ଟିଭଙ୍ଗ ହେଲାଣି

କରୋନା ମହାମାରୀଜନିତ ସ୍ଥିତିକୁ ପରିଚାଳନା କରିବାରେ ଭାରତ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି। ସେପ୍ଟେମ୍ବର ୨୦୨୦ରେ କୋଭିଡ୍‌-୧୯ ଭାରତରେ ଶୀର୍ଷ ଛୁଇଁଥିଲା ସତ, କିନ୍ତୁ ତାହାର ପ୍ରଭାବ ପରବର୍ତ୍ତୀ ସମୟରେ ହ୍ରାସ ପାଇ ନ ଥିଲା। ଅପରପକ୍ଷରେ ସଂଖ୍ୟା କମାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାର ମିଥ୍ୟାର ଆଶ୍ରୟ ନେଲେ। ଗୋଟିଏପଟେ ପରୀକ୍ଷା କମାଇ ଦେଲେ ଏବଂ ଅନ୍ୟପଟେ ମୃତ୍ୟୁସଂଖ୍ୟାକୁ ହ୍ରାସ କରାଇଲେ। ମୃତ୍ୟୁସଂଖ୍ୟା କମାଇବାର ସହଜ ଉପାୟ ହେଲା କରୋନାଜନିତ କହିବା ପରିବର୍ତ୍ତେ ଅନ୍ୟ ଯେକୌଣସି ସ୍ବାସ୍ଥ୍ୟଗତ କାରଣ ଦର୍ଶାଗଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ବିରୋଧରେ ହୋଇଥିବା ଯୁଦ୍ଧରେ ଭାରତ ସଫଳ ହୋଇଛି ବୋଲି କହି କୋହଳ ମନୋଭାବ ସୃଷ୍ଟି କରାଇଦେଲେ। ଏଥିସହିତ ଗଣମାଧ୍ୟମରେ ଆଲୋଚନା କରାଗଲା ଯେ, ଭାରତରେ କରୋନା ଅସଫଳ ହେବାର ମୁଖ୍ୟକାରଣ ହେଉଛି ଭାରତୀୟଙ୍କ ଅପରିଷ୍କାର ଜୀବନଶୈଳୀ। ବାରମ୍ବାର କୁହାଗଲା ଯେ, ଆମର ରୋଗ ପ୍ରତିରୋଧକ ଶକ୍ତି ମଇଳା ବାତାବରଣରୁ ସୃଷ୍ଟି ହୋଇଛି। ଏଭଳି ଅବାଞ୍ଛିତ କଥାକୁ ଶିକ୍ଷିତ ଭାରତୀୟମାନେ ମଧ୍ୟ ସ୍ବୀକାର କରିଗଲେ।
ଏବେ ପରିସ୍ଥିତି ଅଣାୟତ୍ତ। ବିଭିନ୍ନ ଗଣମାଧ୍ୟମରେ ଫଟୋ ଓ ଭିଡିଓରେ ଦର୍ଶାଯାଉଛି, ଯେଉଁଥିରେ ହସ୍ପିଟାଲ ବେଡ୍‌ ଏବଂ ଅମ୍ଳଜାନ ପାଇବା ପାଇଁ ଅନେକ ଶହ ଲୋକଙ୍କ ଧାଡ଼ି ଲାଗିଛି। ଗଙ୍ଗାରେ ବହୁ ମୃତଦେହ ଭାସୁଛି। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ନଦୀକୂଳ ବାଲି ଭିତରୁ ଅନେକ ହଜାର ଶବ ବାହାରୁଛି। ଏଥିସହିତ ସରକାରଙ୍କ ପାଖରେ ଟିକାର ସମ୍ପୂର୍ଣ୍ଣ ଅଭାବ ଯୋଗୁ ସାଧାରଣ ନାଗରିକର ମୋଦିଙ୍କ ଉପରେ ବିଶ୍ୱାସ ତୁଟିଯିବା ସ୍ବାଭାବିକ। ଏତିକି ବେଳେ ମୋଦି ତାଙ୍କ କେନ୍ଦ୍ର ସରକାର ଅଧୀନ ଦିଲ୍ଲୀ ପୋଲିସକୁ ଲଗାଇ ଦେଶର ରାଜଧାନୀର କେତେକ ସ୍ଥାନରେ ମୋଦି ବିରୋଧୀ ପୋଷ୍ଟର ଲଗାଉଥିବା ଯୁବକଙ୍କୁ ଗିରଫ କରାଉଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, କେନ୍ଦ୍ର ସରକାର ଓ ଦେଶର ପ୍ରଧାନମନ୍ତ୍ରୀ ନିଜର ଆବଶ୍ୟକ ଲକ୍ଷ୍ୟଠାରୁ ଦୂରେଇ ଗଲେଣି। ଏବେ ସମୟ ନୁହେଁ ରାଜନୈତିକ ବିରୋଧୀଙ୍କ ସହ ଲଢ଼ିବାର। ବାରମ୍ବାର କୁହାଯାଉଛି ଯେ, ମୋଦିଙ୍କ ବିକଳ୍ପ ନାହିଁ। ଯଦି ତାହା ସତ ହୋଇଥାଏ, ତେବେ ରାସ୍ତାକଡ଼ରେ ପୋଷ୍ଟର ମାରୁଥିବା ଯୁବକଙ୍କୁ ଗିରଫ କରିବାର ପ୍ରୟୋଜନ ହୁଅନ୍ତା ନାହିଁ।
ସମସ୍ୟା ହେଉଛି ‘ନେଡ଼ି ଗୁଡ଼ କହୁଣିକୁ ବହିଗଲାଣି’। ମୋଦି ଏବଂ ତାଙ୍କ ସହଯୋଗୀମାନେ ଏହି ସଙ୍କଟ ସମୟରେ ମାପି ହୋଇଗଲେଣି। ଦକ୍ଷ ନେତୃତ୍ୱ ସାଧାରଣ ସମୟରେ ଜଣାପଡ଼େ ନାହିଁ। ସଙ୍କଟ ସମୟରେ ନେତୃତ୍ୱର ଦୂରଦୃଷ୍ଟି ଏବଂ ଶାନ୍ତ ମାନସିକତା ଲୋକଙ୍କ ଜୀବନ ବଞ୍ଚାଇଦିଏ। ମୋଦି ଜଣେ ଏଭଳି ବ୍ୟକ୍ତି, ଯାହାଙ୍କ କ୍ଷମତା ସରକାରୀ କଳରୁ ବାହାରୁଛି। ନେତା ଭାବରେ ତାଙ୍କର ଲୋକଙ୍କ ପ୍ରତି ସହାନୁଭୂତି ନାହିଁ ବୋଲି ସମସ୍ତେ ଜାଣିଗଲେଣି।
ଏବେ ସୋସିଆଲ ମିଡିଆରେ ସାଧାରଣରେ ମୋଦି ସରକାରଙ୍କ ବିଫଳତା ନେଇ ଆଲୋଚନା ହେଉଛି। ଦେଶରେ ମହାମାରୀ ଦୈନିକ ଅନେକ ହଜାର ଲୋକଙ୍କ ପ୍ରାଣ ନେଉଛି। ଡାକ୍ତରଖାନାରେ ଶଯ୍ୟା, ଅମ୍ଳଜାନ, ଭେଣ୍ଟିଲେଟର ଅଭାବ ଦେଖାଦେଇଥିବା ବେଳେ ରୋଗୀଙ୍କୁ ଔଷଧ ମିଳୁନାହିଁ। ହେଲେ ମୋଦି ୨୦,୦୦୦ କୋଟି ଟଙ୍କା ବ୍ୟୟ କରି ନୂଆ ପାର୍ଲାମେଣ୍ଟ ଓ ପ୍ରଧାନମନ୍ତ୍ରୀଙ୍କ ଆବାସ ନିର୍ମାଣ କରିବାରେ ବ୍ୟସ୍ତ। ଦିଲ୍ଲୀର ସବୁଠାରୁ ସୁନ୍ଦର ଅଞ୍ଚଳକୁ ଭାଙ୍ଗିଦେଇ ସେ ତାଙ୍କର ସ୍ବପ୍ନ ସାକାର କରିବାରେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଦ୍ୱାରା ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଧ୍ୱଂସ କରିଦେଉଛନ୍ତି। ମୋଦି ଚାହୁଁଛନ୍ତି ତାଙ୍କ ଶାସନ କାଳରେ ସେଣ୍ଟ୍ରାଲ ଭିଷ୍ଟା ଭଳି ଭିତ୍ତିଭୂମି ସୃଷ୍ଟି କରି ସବୁଦିନ ପାଇଁ ଇତିହାସରେ ରହିବାକୁ। ଇତିହାସରେ ଲିପିବଦ୍ଧ ହେବାକୁ ଇଚ୍ଛୁକ ଥିଲେ ମନ୍ଦ କାମ କରିବା ପରିବର୍ତ୍ତେ ଜନସାଧାରଣଙ୍କ ଜୀବନକୁ ସୁରକ୍ଷିତ ରଖିବା। ଯେଉଁ ସରକାର ୨୦୨୦ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭାକ୍ସିନ ପାଇଁ ନିର୍ମାତାମାନଙ୍କ ପାଖରେ ଚୁକ୍ତି କରି ନ ଥିଲେ, ସେହି ସରକାରରେ ଆନ୍ତରିକତାର ଅଭାବ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଦିଲ୍ଲୀରେ ମୋଦି ବିରୋଧୀ ପୋଷ୍ଟରରେ ଲେଖାଯାଇଛି -‘କାହିଁକି ଆମ ପିଲାଙ୍କ ଟିକାକୁ ବିଦେଶକୁ ପଠାଇଦେଇଥିଲ’। ଏହାର ଜବାବ ସକାରାତ୍ମକ କାର୍ଯ୍ୟ ମାଧ୍ୟମରେ କରାଯାଇପାରିଥାନ୍ତା। ତାହା ନ ହୋଇଲା। ମୋଦିଙ୍କ ପୋଲିସ ସେହି ଯୁବକଙ୍କୁ ଗିରଫ କଲା। ଏବେ କେବଳ ଗଣତନ୍ତ୍ର ନୁହେଁ, ମୋଦି ଆମ ସମସ୍ତଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri