Posted inଜାତୀୟ

ବାଣ କାରଖାନାରେ ବିସ୍ଫୋରଣ: ୩ ମହିଳାଙ୍କ ସମେତ ୮ ଜଣଙ୍କର ମୃତ୍ୟୁ…

ଚେନ୍ନାଇ,୨୯।୭ : ତାମିଲନାଡୁର କୃଷ୍ଣଗିରି ଜିଲାର ଏକ ବାଣ କାରଖାନାରେ ବିସ୍ଫୋରଣରେ ତିନିଜଣ ମହିଳାଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ପୋଲିସ ଜାଣିପାରି ନାହିଁ।

ଶନିବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ନିକଟସ୍ଥ ହୋଟେଲ ବିଲ୍ଡିଂ ମଧ୍ୟ ଭୁଶୁଡି ପଡିଥିବା ବେଳେ ଅନ୍ୟ ଚାରିଟି ଅଟ୍ଟାଳିକା ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ପୋଲିସ କହିଛି ଏପର୍ଯ୍ୟନ୍ତ ଗୁରୁତର ଆହତ ୧୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ପରେ ତୁରନ୍ତ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଏବଂ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଉଦ୍ଧାରକାରୀମାନେ ଅଳିଆ ଆବର୍ଜନାରେ ଫସି ରହିଥିବା ମୋଟ ଲୋକଙ୍କ ସଂଖ୍ୟା ଜାଣିପାରି ନାହାଁନ୍ତି।
କୃଷ୍ଣଗିରି ପୋଲିସ ଅଧୀକ୍ଷକ ସରୋଜ କୁମାର ଠାକୁର କହିଛନ୍ତି ପାଜାୟପେଟ୍ଟାଇ ଅଞ୍ଚଳରେ ରବି ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ବାଣ କାରଖାନା ଭିତରେ ଏହି ବିସ୍ଫୋରଣ ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସ ଦେବ ଗରିବଙ୍କୁ ଲାଇଫ୍‌ଲାଇନ୍‌’

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନକୁ ନେଇ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପରସ୍ପରକୁ କଟାକ୍ଷ କରିବା ଜାରି ରହିଛି। ଦଳଗୁଡ଼ିକ ନିଜର ଯୋଜନାଗୁଡ଼ିକର ପ୍ରଚାର ପ୍ରସାର ଲାଗି...

ଜମିବ ନିର୍ବାଚନୀ ପ୍ରଚାର, ଆସନ୍ତକାଲି ଓଡ଼ିଶା ଆସୁଛନ୍ତି ଶାହା-ନଡ୍ଡା-ରାହୁଲ

ଭୁବନେଶ୍ୱର,୧୪।୫: ଓଡ଼ିଶା ଆସୁଛନ୍ତି କେନ୍ଦ୍ରର ହେଭିଓ୍ବେଟ ନେତା। କରିବେ ମାରାଥନ ପ୍ରଚାର ଓ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ। ଓଡ଼ିଶା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ...

‘କୌଣସି ଦଳକୁ ସମର୍ଥନ ଦେବୁ ନାହିଁ’; ଘୋଷଣା କରି ଭାଜପାକୁ ବଡ଼ ଝଟ୍‌କା ଦେଲେ…

ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶ ଜନସତ୍ତା ଦଳ(ଗଣତାନ୍ତ୍ରିକ) ମୁଖ୍ୟ ରାଜା ଭୈୟା ଲୋକ ସଭା ନିର୍ବାଚନରେ କୌଣସି ଦଳକୁ ସମର୍ଥନ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ନିଜର...

୫୨ ସଂସ୍ଥା ବ୍ଲାକଲିଷ୍ଟ, ୧.୮୬ ଲକ୍ଷ ମୋବାଇଲ ବ୍ଲକ; ଟେଲିକମ୍‌ ବିଭାଗ ନେଲା ବଡ଼ ପଦକ୍ଷେପ…

ନୂଆଦିଲ୍ଲୀ,୧୪।୫: ସାଇବର ଅପରାଧକୁ ରୋକିବା ଲାଗି ଟେଲିକମ୍‌ ବିଭାଗ ଅନେକ ପଦକ୍ଷେପ ନେଇଛି। ଲୋକଙ୍କୁ ଠକିବା ଲାଗି ଏସ୍‌ଏମ୍‌ଏସ୍‌ ପଠାଇବା ସହ ଜଡ଼ିତ ୫୨ ପ୍ରମୁଖ...

ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍‌କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!

ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

ବଢୁଛି ମୋଦିଙ୍କ ସମ୍ପତ୍ତି,ଏବେ ଏତେ କୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ସେ ତାଙ୍କ ସମ୍ପତ୍ତି ବିବରଣୀ ମଧ୍ୟ...

ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ

କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି। ନୃତ୍ୟଶିଳ୍ପୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri