ବ୍ଲା ବ୍ଲା ବ୍ଲା

ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଳବାୟୁ ପରିବର୍ତ୍ତନ ଓ ସ୍ଵାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱ ସମୁଦାୟର ଚିନ୍ତା ବଢ଼ିଯାଇଛି। ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬) ପୂର୍ବରୁ ପ୍ରକାଶିତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ପ୍ରତି ମିନିଟ୍‌ରେ ୧୩ ଜଣଙ୍କ ମୃତ୍ୟୁ ଘଟୁଛି। ଜୀବାଶ୍ମ ଇନ୍ଧନର ଉପଯୋଗ ଆମ ଜୀବନ ନେଉଛି ଓ ବାୟୂପ୍ରଦୂଷଣ ହେତୁ ମାନବସମାଜ ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି ବୋଲି ପ୍ରକାଶ ପାଇଛି। ଏହାର ପ୍ରତିକାର ସ୍ୱରୂପ ଶକ୍ତି, ପରିବହନ, ଖାଦ୍ୟ ଓ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନକାରୀ ପଦକ୍ଷେପ ନେବା ଲାଗି କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରତି ଭାରତୀୟ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ। ଏପ୍ରିଲ ୨୦୨୧ରେ ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ (ଏନ୍‌ଓଏଏ) ରିପୋର୍ଟ ବାୟୁ ପ୍ରଦୂଷଣର ଭୟାବହତା ଦର୍ଶାଇଥିଲା। ଶିଶୁମାନଙ୍କର ଏହା ସାଂଘାତିକ କ୍ଷତି କରୁଥିବା ସୂଚିତ କରିଥିଲା। ୫ ବର୍ଷ ବୟସରୁ କମ୍‌ ପ୍ରତି ୧୦ ଜଣ ପିଲାଙ୍କ ମଧ୍ୟରେ ଜଣେ ଏହାର ଶିକାର ହେଉଥିତ୍ବା ମଧ୍ୟ ଡବ୍ଲ୍ୟୁଏଚ୍‌ଓର ଗ୍ଲୋବାଲ ଏୟାର ରିପୋର୍ଟରୁ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ ପ୍ରଦୂଷିତ ବାୟୁର କ୍ଷତିକାରକ କଣିକା ଯୋଗୁ ଭାରତରେ ୯ ଲକ୍ଷ ୫୦ ହଜାରରୁ ଅଧିକଙ୍କ ଅକାଳ ମୃତ୍ୟୁ ହେଉଛି। ଚିନ୍ତାର ବିଷୟ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ଟି ସହର ମଧ୍ୟରୁ ୨୨ଟି କେବଳ ଭାରତରେ ଅଛି। ମୁଖ୍ୟତଃ ଉତ୍ତର ପଶ୍ଚିମ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀରେ ଖୁଣ୍ଟା ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବ୍ୟାପକ ହେଉଛି। ଏହାର ପ୍ରଭାବ ଏମିତି ଯେ, ଏଥିପାଇଁ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ସରକାର ଦଣ୍ଡ ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ଚାଷୀଙ୍କୁ ଦଣ୍ଡ ଦେଲେ ସମାଧାନ ମିଳିବ ନାହିଁ। ଫସଲ ଅମଳ ପରେ ବିଲରେ ରହିଯାଇଥିବା ଖୁଣ୍ଟା ପୋଡ଼ିବା ପାଇଁ ଯେତିକି ଶ୍ରମ ଦରକାର ସେହି ଖର୍ଚ୍ଚ ଦେବା ପାଇଁ ଚାଷୀ ଅକ୍ଷମ। ଅପରପଟରେ ଖୁଣ୍ଟାକୁ ପୋଡ଼ିଲେ ଯେଉଁ ପାଉଁଶ ବିଲରେ ପଡ଼େ ତାହା ଏକପ୍ରକାର ଜୈବିକ ଖତର ଅଂଶବିଶେଷ ହୋଇ ରହୁଛି। ସେଥିତ୍ପାଇଁ ଦଣ୍ଡ ନୁହେଁ ଗରିବ ଚାଷୀକୁ ପ୍ରଦୂଷଣ ସମ୍ପର୍କରେ ସଚେତନ କରିବା ସହିତ ଉପଯୁକ୍ତ ସାଧନ ଯୋଗାଇ ଦେବା ହେବ ସରକାରଙ୍କ ଦାୟିତ୍ୱ। ଏହା ବ୍ୟତୀତ କେବଳ ଚାଷୀଙ୍କୁ ଦୋଷ ଦେଲେ ହେବ ନାହିଁ। ପ୍ରଦୂଷଣ କରିବାରେ ଶିଳ୍ପର ଅସରନ୍ତି ପ୍ରଭାବ ରହିଛି, ଯାହା ପ୍ରତି ଆମେ ସମସ୍ତେ ଆଖି ବୁଜି ଦେଉଛେ। ସରକାର ନିଜର ନୀତି ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ବ୍ୟକ୍ତିବିଶେଷର କୌଣସି ଭୂମିକା ନାହିଁ।
ବିଭିନ୍ନ ଉତ୍ସରୁ ସବୁଜ ଗୃହ ବାଷ୍ପ ନିର୍ଗମନ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ଏହାକୁ ହ୍ରାସ କରିବାକୁ ବିଶ୍ୱରେ କିଛି ମହତ୍ତ୍ୱାକାଂକ୍ଷୀ ପ୍ରତିବଦ୍ଧତା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରି ସଫଳତା ପାଇବା ପାଇଁ ସମସ୍ତ ଶିଳ୍ପ କ୍ଷେତ୍ରକୁ କାର୍ବନ ନିର୍ଗମନ ମୁକ୍ତ କରିବାକୁ ପଡ଼ିବ। ଏ କ୍ଷେତ୍ରରେ ବିଦ୍ୟୁତ୍‌ ଚାଳିତ ଯାନ (ଇଭି) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଆରମ୍ଭ କରିଛି। ଭାରତରେ ମଧ୍ୟ ଏହା ଉପରେ ପ୍ରାଧାନ୍ୟ ଦିଆଯାଉଛିି। କିନ୍ତୁ ବିମାନ ଚଳାଚଳ, ସିମେଣ୍ଟ, ଶିପିଂ, ଆଜବେଷ୍ଟସ, ଇସ୍ପାତ ଏବଂ ବିଶେଷକରି ନିର୍ମାଣ କ୍ଷେତ୍ରର କାର୍ଯ୍ୟ ସବୁଠୁ ଅଧିକ କ୍ଷତି ପହଞ୍ଚାଉଛି। ଏସବୁ କ୍ଷେତ୍ରରେ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାକୁ ହେଲେ ନୂଆ ଟେକ୍ନୋଲୋଜି ଆପଣାଇବା ଲାଗି ଆମେ ଏଯାବତ୍‌ ପ୍ରସ୍ତୁତ ହୋଇନାହୁଁ । ତାପଜ ବିଦ୍ୟୁତ୍‌ ଉତ୍ପାଦନ ଉପରେ ଅଧିତ୍କ ନିର୍ଭରଶୀଳ ହେଉଛୁ। ଏହାର ବିକଳ୍ପ ଦରକାର। ଏକ କାର୍ବନ ନିର୍ଗମନ ଶୂନ୍ୟ ଅର୍ଥ ବ୍ୟବସ୍ଥା ଗଢ଼ିବା ଲାଗି କମ୍‌ ଏନର୍ଜି ଉପଯୋଗ କରିବାକୁ ହେବ। ସର୍ବୋପରି ଏକ ସବୁଜ ଶିଳ୍ପ କ୍ଷେତ୍ର ସୃଷ୍ଟି କରିବାକୁ ପଡ଼ିବ। ବାସ୍ତବରେ ବାୟୁ ପ୍ରଦୂଷଣ ରୋକିବାକୁ ହେଲେ ଏକ ସବୁଜ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ରହିଛି। ସ୍କଟ୍‌ଲାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହେବାକୁ ଥିବା କୋପ୍‌୨୬ ସମ୍ମିଳନୀରେ ବାୟୁ ପ୍ରଦୂଷଣର ସାଂଘାତିକ ପ୍ରଭାବରୁ ମୁକ୍ତି ପାଇବା ଲାଗି ଅନ୍ତର୍ଜାତୀୟ ସମୁଦାୟ ଏକ ସମ୍ମିଳିତ ପଦକ୍ଷେପ ନେଲେ ସେଥିରୁ ପରିବେଶକୁ ଅନେକ ଲାଭ ମିଳିପାରନ୍ତା। କିନ୍ତୁ ଏହିଭଳି ଖବର ପଢ଼ିଲେ ଆମେ ଭାବିପାରୁ ଯେ ବାୟୁମଣ୍ଡଳର ପରିବର୍ତ୍ତନ ଆମ ଦୈନନ୍ଦିନ ଜୀବନରେ କୌଣସି ପ୍ରଭାବ ପକାଇବାକୁ ଯାଉଛି। ଓଡ଼ିଶା କଥା ଦେଖାଯାଉ। ହୁଡ୍‌ହୁଡ୍‌, ଫାଇଲିନଠାରୁ ଆରମ୍ଭକରି ତାପମାତ୍ରା ବୃଦ୍ଧି ପାଇଚାଲିଛି। ଅଜଣା ରୋଗ ସମ୍ପର୍କରେ ଶୁଣିବାକୁ ମିଳୁଛି, ଅଦିନରେ କୂଅ ପୋଖରୀ ଶୁଖିଯାଉଛି, ଆଖି ଓ ପେଟରୋଗ ବୃଦ୍ଧି ପାଇବାରେ ଲାଗିଛି। ଏ ସବୁକୁ ଦେଖିଲେ ଜଣାପଡ଼ୁଛି ଯେ, ପ୍ରଦୂଷଣର ସମସ୍ୟା କେବଳ ବିଦେଶରେ ସୀମିତ ନୁହେଁ, ତାହା ଆମ ଘର ଭିତରେ ପଶିସାରିଲାଣି। ଏଠାରେ ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗଙ୍କ ଭାଷଣ ମନେପଡ଼େ। ତାଙ୍କ କହିବା ଅନୁଯାୟୀ ପୃଥିବୀବ୍ୟାପୀ ସବୁ ନେତା କେବଳ ବଡ଼ ବଡ଼ ଭାଷଣ ଦେଇ ଜିରୋ ଏମିଶନ ବା ଶୂନ ନିର୍ଗମନ ବିଷୟରେ ବ୍ଲା ବ୍ଲା ବ୍ଲା ବା ବହୁତ କଥା କହୁଛନ୍ତି। କିନ୍ତୁ କାର୍ଯ୍ୟରେ ତାହାର କୌଣସି ପ୍ରତିଫଳନ ଦେଖାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri