ବ୍ଲା ବ୍ଲା ବ୍ଲା

ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଳବାୟୁ ପରିବର୍ତ୍ତନ ଓ ସ୍ଵାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ୱ ସମୁଦାୟର ଚିନ୍ତା ବଢ଼ିଯାଇଛି। ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬) ପୂର୍ବରୁ ପ୍ରକାଶିତ ଉକ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ପ୍ରତି ମିନିଟ୍‌ରେ ୧୩ ଜଣଙ୍କ ମୃତ୍ୟୁ ଘଟୁଛି। ଜୀବାଶ୍ମ ଇନ୍ଧନର ଉପଯୋଗ ଆମ ଜୀବନ ନେଉଛି ଓ ବାୟୂପ୍ରଦୂଷଣ ହେତୁ ମାନବସମାଜ ସବୁଠୁ ବଡ଼ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି ବୋଲି ପ୍ରକାଶ ପାଇଛି। ଏହାର ପ୍ରତିକାର ସ୍ୱରୂପ ଶକ୍ତି, ପରିବହନ, ଖାଦ୍ୟ ଓ ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନକାରୀ ପଦକ୍ଷେପ ନେବା ଲାଗି କୁହାଯାଇଛି। ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରତି ଭାରତୀୟ ଏହାକୁ ଗମ୍ଭୀରତାର ସହ ନେବା ଆବଶ୍ୟକ। ଏପ୍ରିଲ ୨୦୨୧ରେ ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ (ଏନ୍‌ଓଏଏ) ରିପୋର୍ଟ ବାୟୁ ପ୍ରଦୂଷଣର ଭୟାବହତା ଦର୍ଶାଇଥିଲା। ଶିଶୁମାନଙ୍କର ଏହା ସାଂଘାତିକ କ୍ଷତି କରୁଥିବା ସୂଚିତ କରିଥିଲା। ୫ ବର୍ଷ ବୟସରୁ କମ୍‌ ପ୍ରତି ୧୦ ଜଣ ପିଲାଙ୍କ ମଧ୍ୟରେ ଜଣେ ଏହାର ଶିକାର ହେଉଥିତ୍ବା ମଧ୍ୟ ଡବ୍ଲ୍ୟୁଏଚ୍‌ଓର ଗ୍ଲୋବାଲ ଏୟାର ରିପୋର୍ଟରୁ ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ ପ୍ରଦୂଷିତ ବାୟୁର କ୍ଷତିକାରକ କଣିକା ଯୋଗୁ ଭାରତରେ ୯ ଲକ୍ଷ ୫୦ ହଜାରରୁ ଅଧିକଙ୍କ ଅକାଳ ମୃତ୍ୟୁ ହେଉଛି। ଚିନ୍ତାର ବିଷୟ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ଟି ସହର ମଧ୍ୟରୁ ୨୨ଟି କେବଳ ଭାରତରେ ଅଛି। ମୁଖ୍ୟତଃ ଉତ୍ତର ପଶ୍ଚିମ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀରେ ଖୁଣ୍ଟା ପୋଡ଼ି ଯୋଗୁ ବାୟୁ ପ୍ରଦୂଷଣ ବ୍ୟାପକ ହେଉଛି। ଏହାର ପ୍ରଭାବ ଏମିତି ଯେ, ଏଥିପାଇଁ କୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ସରକାର ଦଣ୍ଡ ବ୍ୟବସ୍ଥା ମଧ୍ୟ କରିଛନ୍ତି। କିନ୍ତୁ ଚାଷୀଙ୍କୁ ଦଣ୍ଡ ଦେଲେ ସମାଧାନ ମିଳିବ ନାହିଁ। ଫସଲ ଅମଳ ପରେ ବିଲରେ ରହିଯାଇଥିବା ଖୁଣ୍ଟା ପୋଡ଼ିବା ପାଇଁ ଯେତିକି ଶ୍ରମ ଦରକାର ସେହି ଖର୍ଚ୍ଚ ଦେବା ପାଇଁ ଚାଷୀ ଅକ୍ଷମ। ଅପରପଟରେ ଖୁଣ୍ଟାକୁ ପୋଡ଼ିଲେ ଯେଉଁ ପାଉଁଶ ବିଲରେ ପଡ଼େ ତାହା ଏକପ୍ରକାର ଜୈବିକ ଖତର ଅଂଶବିଶେଷ ହୋଇ ରହୁଛି। ସେଥିତ୍ପାଇଁ ଦଣ୍ଡ ନୁହେଁ ଗରିବ ଚାଷୀକୁ ପ୍ରଦୂଷଣ ସମ୍ପର୍କରେ ସଚେତନ କରିବା ସହିତ ଉପଯୁକ୍ତ ସାଧନ ଯୋଗାଇ ଦେବା ହେବ ସରକାରଙ୍କ ଦାୟିତ୍ୱ। ଏହା ବ୍ୟତୀତ କେବଳ ଚାଷୀଙ୍କୁ ଦୋଷ ଦେଲେ ହେବ ନାହିଁ। ପ୍ରଦୂଷଣ କରିବାରେ ଶିଳ୍ପର ଅସରନ୍ତି ପ୍ରଭାବ ରହିଛି, ଯାହା ପ୍ରତି ଆମେ ସମସ୍ତେ ଆଖି ବୁଜି ଦେଉଛେ। ସରକାର ନିଜର ନୀତି ପରିବର୍ତ୍ତନ ନ କରିବା ପର୍ଯ୍ୟନ୍ତ ବ୍ୟକ୍ତିବିଶେଷର କୌଣସି ଭୂମିକା ନାହିଁ।
ବିଭିନ୍ନ ଉତ୍ସରୁ ସବୁଜ ଗୃହ ବାଷ୍ପ ନିର୍ଗମନ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ଏହାକୁ ହ୍ରାସ କରିବାକୁ ବିଶ୍ୱରେ କିଛି ମହତ୍ତ୍ୱାକାଂକ୍ଷୀ ପ୍ରତିବଦ୍ଧତା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ପ୍ରତିବଦ୍ଧତାକୁ କାର୍ଯ୍ୟରେ ପରିଣତ କରି ସଫଳତା ପାଇବା ପାଇଁ ସମସ୍ତ ଶିଳ୍ପ କ୍ଷେତ୍ରକୁ କାର୍ବନ ନିର୍ଗମନ ମୁକ୍ତ କରିବାକୁ ପଡ଼ିବ। ଏ କ୍ଷେତ୍ରରେ ବିଦ୍ୟୁତ୍‌ ଚାଳିତ ଯାନ (ଇଭି) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଆରମ୍ଭ କରିଛି। ଭାରତରେ ମଧ୍ୟ ଏହା ଉପରେ ପ୍ରାଧାନ୍ୟ ଦିଆଯାଉଛିି। କିନ୍ତୁ ବିମାନ ଚଳାଚଳ, ସିମେଣ୍ଟ, ଶିପିଂ, ଆଜବେଷ୍ଟସ, ଇସ୍ପାତ ଏବଂ ବିଶେଷକରି ନିର୍ମାଣ କ୍ଷେତ୍ରର କାର୍ଯ୍ୟ ସବୁଠୁ ଅଧିକ କ୍ଷତି ପହଞ୍ଚାଉଛି। ଏସବୁ କ୍ଷେତ୍ରରେ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ କରିବାକୁ ହେଲେ ନୂଆ ଟେକ୍ନୋଲୋଜି ଆପଣାଇବା ଲାଗି ଆମେ ଏଯାବତ୍‌ ପ୍ରସ୍ତୁତ ହୋଇନାହୁଁ । ତାପଜ ବିଦ୍ୟୁତ୍‌ ଉତ୍ପାଦନ ଉପରେ ଅଧିତ୍କ ନିର୍ଭରଶୀଳ ହେଉଛୁ। ଏହାର ବିକଳ୍ପ ଦରକାର। ଏକ କାର୍ବନ ନିର୍ଗମନ ଶୂନ୍ୟ ଅର୍ଥ ବ୍ୟବସ୍ଥା ଗଢ଼ିବା ଲାଗି କମ୍‌ ଏନର୍ଜି ଉପଯୋଗ କରିବାକୁ ହେବ। ସର୍ବୋପରି ଏକ ସବୁଜ ଶିଳ୍ପ କ୍ଷେତ୍ର ସୃଷ୍ଟି କରିବାକୁ ପଡ଼ିବ। ବାସ୍ତବରେ ବାୟୁ ପ୍ରଦୂଷଣ ରୋକିବାକୁ ହେଲେ ଏକ ସବୁଜ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ରହିଛି। ସ୍କଟ୍‌ଲାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହେବାକୁ ଥିବା କୋପ୍‌୨୬ ସମ୍ମିଳନୀରେ ବାୟୁ ପ୍ରଦୂଷଣର ସାଂଘାତିକ ପ୍ରଭାବରୁ ମୁକ୍ତି ପାଇବା ଲାଗି ଅନ୍ତର୍ଜାତୀୟ ସମୁଦାୟ ଏକ ସମ୍ମିଳିତ ପଦକ୍ଷେପ ନେଲେ ସେଥିରୁ ପରିବେଶକୁ ଅନେକ ଲାଭ ମିଳିପାରନ୍ତା। କିନ୍ତୁ ଏହିଭଳି ଖବର ପଢ଼ିଲେ ଆମେ ଭାବିପାରୁ ଯେ ବାୟୁମଣ୍ଡଳର ପରିବର୍ତ୍ତନ ଆମ ଦୈନନ୍ଦିନ ଜୀବନରେ କୌଣସି ପ୍ରଭାବ ପକାଇବାକୁ ଯାଉଛି। ଓଡ଼ିଶା କଥା ଦେଖାଯାଉ। ହୁଡ୍‌ହୁଡ୍‌, ଫାଇଲିନଠାରୁ ଆରମ୍ଭକରି ତାପମାତ୍ରା ବୃଦ୍ଧି ପାଇଚାଲିଛି। ଅଜଣା ରୋଗ ସମ୍ପର୍କରେ ଶୁଣିବାକୁ ମିଳୁଛି, ଅଦିନରେ କୂଅ ପୋଖରୀ ଶୁଖିଯାଉଛି, ଆଖି ଓ ପେଟରୋଗ ବୃଦ୍ଧି ପାଇବାରେ ଲାଗିଛି। ଏ ସବୁକୁ ଦେଖିଲେ ଜଣାପଡ଼ୁଛି ଯେ, ପ୍ରଦୂଷଣର ସମସ୍ୟା କେବଳ ବିଦେଶରେ ସୀମିତ ନୁହେଁ, ତାହା ଆମ ଘର ଭିତରେ ପଶିସାରିଲାଣି। ଏଠାରେ ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗଙ୍କ ଭାଷଣ ମନେପଡ଼େ। ତାଙ୍କ କହିବା ଅନୁଯାୟୀ ପୃଥିବୀବ୍ୟାପୀ ସବୁ ନେତା କେବଳ ବଡ଼ ବଡ଼ ଭାଷଣ ଦେଇ ଜିରୋ ଏମିଶନ ବା ଶୂନ ନିର୍ଗମନ ବିଷୟରେ ବ୍ଲା ବ୍ଲା ବ୍ଲା ବା ବହୁତ କଥା କହୁଛନ୍ତି। କିନ୍ତୁ କାର୍ଯ୍ୟରେ ତାହାର କୌଣସି ପ୍ରତିଫଳନ ଦେଖାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri