Posted inଜାତୀୟ

ଆତଙ୍କବାଦୀଙ୍କ ପାଇଁ କଳା ପାଣି: ଜମ୍ମୁ-କଶ୍ମୀରର କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ…

ଶ୍ରୀନଗର,୧୪।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜିରୋ ଆତଙ୍କ ନୀତି ଅନୁଯାୟୀ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ଜେଲ ନିର୍ମାଣ କରାଯାଉଛି। ଏହି ଜେଲରେ କେବଳ ଆତଙ୍କବାଦୀଙ୍କୁ ରଖାଯିବ। ଏହି ଜେଲରେ ୬୦୦ଆତଙ୍କବାଦୀ ରହିବାର କ୍ଷମତା ରହିଛି। ଜମ୍ମୁ-କଶ୍ମୀରର କଠୁଆ ଜିଲାର ମହାନପୁରରେ ଅବସ୍ଥିତ ଡାମ୍ବରା ଅଞ୍ଚଳରେ ୧୦୫ କୋଟି ଟଙ୍କା ବ୍ୟୟରେ ଏହି ଜେଲ ନିର୍ମାଣ କରାଯାଉଛି। ଏହି ଜେଲ ଆତଙ୍କବାଦୀଙ୍କ ପାଇଁ କଳା ପାଣିଠାରୁ କମ ହେବ ନାହିଁ ବୋଲି କୁହାଯାଉଛି।

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଏହି ଜେଲ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜମ୍ମୁ- କଶ୍ମୀରରେ ୧୦୫ କୋଟି ଟଙ୍କା ବ୍ୟୟରେ ଏଭଳି ଜେଲ ନିର୍ମାଣ କରାଯାଉଛି। ଯେଉଁଠାରେ କେବଳ ଆତଙ୍କବାଦୀଙ୍କୁ ରଖାଯିବ। ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ ଉପରେ ହୋଇଥିବା ଆଲୋଚନାର ଜବାବ ଦେବାବେଳେ ଶାହା ଏସବୁ କହିଛନ୍ତି। ଏହି ଜେଲ ନିର୍ମାଣାଧୀନ ଅଛି, ସେ କିଛି ଦିନ ପୂର୍ବରୁ ଏହି ଜେଲ ପରିଦର୍ଶନ କରିବାକୁ ଯାଇଥିଲେ। ଏଥିସହ ସେ କହିଛନ୍ତି ଯେ ଏହି ଜେଲର ସୁରକ୍ଷା ବଳୟ ଭାଙ୍ଗି ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ।

ଶାହା ରାଜ୍ୟସଭାରେ କହିଛନ୍ତି ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ପାଣ୍ଠିର ଇକୋସିଷ୍ଟମକୁ ଶେଷ କରିବା ଉପରେ କେନ୍ଦ୍ର ସରକାରଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଘଟଣାର ମୂଳୋତ୍ପାଟନ କରିବା ପାଇଁ ୩ ବର୍ଷର ଯୋଜନା ପ୍ରସ୍ତୁତ କରାଯାଇଛି, ଯାହା ୨୦୨୬ ସୁଦ୍ଧା ସଫଳତାର ସହ ଶେଷ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri