ଶିମିଳିପାଳ ବଫର ଜୋନ୍‌ରେ ବୁଲୁଛି କଳା ମହାବଳ

ବାରିପଦା,୧୪।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ୍‌ରେ କଳା ମହାବଳ ବାଘ ବୁଲୁଛି। ଯାହାର ଭିଡିଓ ସୋସିଆଲ ମିଡିିଆରେ ଭାଇରାଲ ହେବାରେ ଲାଗିଛି। ଏହି ମହାବଳ ବାଘକୁ ନେଇ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାର ତଦନ୍ତ ପାଇଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର, ଦକ୍ଷିଣ ଓ ବାରିପଦା ଡିଭିଜନର କର୍ମଚାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିବା ଦକ୍ଷିଣ ଡିଭିଜନର ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡ଼ା କହିିଛନ୍ତି। ତେବେ ଭାଇରାଲ ହୋଇଥିବା ଭିଡିଓଟି ୧୫ ଦିନ ପୂର୍ବର ଏବଂ  ଜଣେ ବ୍ୟକ୍ତି ନିଖୋଜ ହେବା ଘଟଣା ଏକ ଅପପ୍ରଚାର ବୋଲି ସେ କହିଛନ୍ତି। ତେବେ ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଉଥିବା ନେଇ ବନ ବିଭାଗ ଆଶା ବାନ୍ଧିଥିବା ବେଳେ ଗଣନା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାବଳ ବାଘ ନିଜ ବାସସ୍ଥାନ ଚିହ୍ନଟ ପାଇଁ କୋର୍‌ କିମ୍ବା ବଫର ଅଞ୍ଚଳରେ ଚଳପ୍ରଚଳ କରିବା ଏବଂ ଗୃହପାଳିତ ପ୍ରାଣୀ ଶିକାର କରୁଥିବାରୁ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି।
  ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଧୀନ ଚାକିଡ଼ି ଓ ତାଳବନ୍ଧ ରେଞ୍ଜ ଏବଂ ବାରିପଦା ବନଖଣ୍ଡ ବାଙ୍ଗିରିପୋଷି ରେଞ୍ଜ ଅଧୀନ ବ୍ରାହ୍ମଣଗାଁ ଅଞ୍ଚଳରେ ଏକ କଳା ମହାବଳ ବାଘ ବୁଲୁଥିବା ଲୋକେ ଦେଖି ଭିଡିଓ ଉତ୍ତୋଳନ କରିଛନ୍ତି। ବାଘଟି କିଛି ଦିନ ଧରି ଜଙ୍ଗଲରେ ବୁଲୁଥିବା ବେଳେ ଖାଦ୍ୟ ପାଇଁ ଗୃହପାଳିତ ପ୍ରାଣୀଙ୍କୁ ଶିକାର କରୁଥିବା ନେଇ ବନ ବିଭାଗ ନିକଟରେ ଅଭିଯୋଗ ହୋଇଛି। ବନ କର୍ମଚାରୀମାନେ ବାଘର ଚଳପ୍ରଚଳ ଉପରେ ନଜର ରଖିବା ସହ ଅଞ୍ଚଳବାସୀଙ୍କୁ ସତର୍କ କରାଇଛନ୍ତି। ଗୃହପାଳିତ ପ୍ରାଣୀଙ୍କ ଶିକାର ବାବଦରେ ବିଭାଗ ପକ୍ଷରୁ ସରକାରୀ ସହାୟତା ପ୍ରଦାନ କରାଯାଉଛି। ତେବେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ଘଟୁଥିବାରୁ  ପର୍ଯ୍ୟଟକମାନେ ବାଘକୁ ଦେଖି ଖୁସି ପ୍ରକଟ କରୁଛନ୍ତି। ମହାବଳ ବାଘକୁ ନେଇ ଶିମିଳିପାଳ ଗର୍ବ ଓ ଗୌରବ ବହନ କରୁଥିବା ବେଳେ ବାଘ ବଂଶ ବୃଦ୍ଧି ନିମନ୍ତେ ବିଭାଗର ନିରନ୍ତର ପ୍ରୟାସ ସଫଳ ହେବ ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି ।
ବାଘ ବଂଶ ବୃଦ୍ଧି ପରିସଂଖ୍ୟାନ ଅନୁଯାୟୀ ଆଗାମୀ ୨୦୩୦ ସୁଦ୍ଧା ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ୬୦ ଟପିବ ବୋଲି ବନ ବିଭାଗ ଅନୁମାନ କରିଛି। ରାଜ୍ୟରେ ମହାବଳ ବାଘ ସଂଖ୍ୟା ଶିମିଳିପାଳ ଅଭୟାରଣ୍ୟରେ ସର୍ବାଧିକ ରହିଛି। ୩୦ ମହାବଳ ବାଘ ମଧ୍ୟରୁ ୨୭ଟି କେବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। ସେଥି ମଧ୍ୟରୁ ୧୪ଟି ମାଈ ଓ ୧୩ଟି ଅଣ୍ଡିରା ବାଘ ରହିଥିବା ବେଳେ ୧୨ଟି ଶାବକ ଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ଗଣନାରୁ ଜଣାପଡ଼ିଛି।

Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?