କଳାଧନ ମହଜୁଦକାରୀ

ଭାରତର ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ”କଳା ଧନ ମହଜୁଦକାରୀମାନେ ଜଣେ ଜଣେ ଆତଙ୍କବାଦୀ“। ବାସ୍ତବିକ କଳାଧନ ଅଧିକାରୀମାନେ କୋଟି କୋଟି ଜନତାଙ୍କ ଟିକସକୁ ଦୁର୍ନୀତି ଉପାୟରେ ହଡପକରି ଟଙ୍କାର ପାହାଡ଼ ଉପରେ ବସି ଅଟ୍ଟହାସ୍ୟ କରନ୍ତି। ସୀମାନ୍ତରେ ଆତଙ୍କବାଦୀମାନେ ଯେତିକି ରକ୍ତପାତ ଘଟାନ୍ତି ଓ ସେମାନେ ମଧ୍ୟ ନିପାତ ହୁଅନ୍ତି, କିନ୍ତୁ ଦେଶ ଭିତରେ ଏହି ଆତଙ୍କବାଦୀମାନେ କୋଟିକୋଟି ଲୋକଙ୍କ ରକ୍ତଶୋଷି ଟିଙ୍କ ହୋଇଯାନ୍ତି। ଆମ ସୈନିକମାନେ ସୀମାନ୍ତରେ ଆତଙ୍କୀ ନିପାତ କରୁଥିବା ବେଳେ ଦେଶ ମଧ୍ୟରେ ଅର୍ଥନୈତିକ ଅପରାଧ ଶାଖା, ଭିଜିଲାନ୍ସ ଭଳି ସଂସ୍ଥା ଏମାନଙ୍କୁ ଠିକ୍‌ ଢଙ୍ଗରେ ନ୍ୟାୟାଳୟରେ ଦୋଷୀସାବ୍ୟସ୍ତ କରିପାରୁ ନାହାନ୍ତି। ଭିକାରି, ସାଧୁ, ସନ୍ନ୍ୟାସୀ ଏବଂ ଅଭାବ ଓ ଅନଟନରେ ଥିବା ଗରିବ ଲୋକମାନେ ଟିକସ ଦେଇଥାନ୍ତି। ଏହିଭଳି ଲୋକଙ୍କ ଟିକସକୁ ଗର୍ଭସ୍ଥକରି ହଜମ କରନ୍ତି ଏହି ଧନଲୋଭୀ ମାନେ।
ଭାରତ ସ୍ବାଧୀନତା ପ୍ରାପ୍ତି ପରେ ଏହି ଦୁର୍ନୀତି ରାକ୍ଷସମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଖପାଖରେ ବୁଲୁଥିଲେ କିନ୍ତୁ ପ୍ରବେଶ କରିବାର ସୁଯୋଗ ନ ଥିଲା। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏମାନେ ଅନାୟାସରେ ସୁଯୋଗ ପାଇଲେ। ଏହାର କୁପରିଣତି ଭୋଗିଲେ ରାଜୀବ ଗାନ୍ଧୀ। ସେ କହିଥିଲେ, କେନ୍ଦ୍ରରୁ ସାଧାରଣ ଲୋକଙ୍କ ପାଇଁ ଯେଉଁ ୧ଟଙ୍କା ଯାଏ ବାଟମାରଣା ପାଇଁ ହିତାଧିକାରୀଙ୍କ ପାଖରେ ପହଞ୍ଚେ ମାତ୍ର ୧୧ ପଇସା। ଦୁର୍ନୀତିର ମୂଳ ଉତ୍ପାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସ କେତୋଟି କାରଣ ପାଇଁ ସଫଳ ହୋଇପାରୁ ନାହିଁ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଯେଉଁ ଜାଲ ବସାଇଥିଲେ ସେଥିରେ କେବଳ କେରାଣ୍ଡି, ଗଡିଶା ସେରଣ୍ଡା, ବୋଦସି ଭଳି ମାଛ ଲାଗୁଥିଲେ। ମୋହନ ସରକାର ୩୯ଟି ବଡ଼ ରୋହି, ମିରିକାଳି, ଭାକୁଡ଼ ମାଛ ଧରିବାରେ ସଫଳ ହୋଇଛନ୍ତି। କାହାର ୬୫ ପ୍ଲଟ୍‌ ତ ଘରେ ଶୋ’ରୁମ୍‌ ଭଳି ମହଣ ମହଣ ସୁନା। ଏକାଧିକ ସୁରମ୍ୟ ଅଟ୍ଟାଳିକା ତ କାହାର ଫାର୍ମ ହାଉସ।
କିଏ ବିଦେଶ ବୁଲିବାର ମଜା ନେଉଛନ୍ତି। ଏହି ଧନ ତାଙ୍କର ପିତୃ ଅର୍ଜିତ, ନିଜ ଅର୍ଜିତ ଝାଳବୁହା ନୁହେଁ।
ତିନିବର୍ଷ ତଳେ ଏହି ଦୁର୍ନୀତିଗ୍ରସ୍ତ ଆତଙ୍କବାଦୀମାନଙ୍କ ମଧ୍ୟରୁ ମାତ୍ର ୪୬% ଦଣ୍ଡିତ ହେଉଥିଲେ ଏବେ ଏହା ୫୦%କୁ ବୃଦ୍ଧି ପାଇଛି। ତେବେ ଅବଶିଷ୍ଟ ଅର୍ଦ୍ଧେକ ନିର୍ଦ୍ଦୋଷ ହୋଇ ମୁଣ୍ଡ ଉଚ୍ଚା କରି ଚାଲୁଛନ୍ତି କିପରି। ଭିଜିଲାନ୍ସ ଜବତ କରିଥିବା ସମ୍ପତ୍ତି ଯେ କଳାଧନ ଏହାକୁ କୋର୍ଟରେ ପ୍ରମାଣ କରିପାରୁନି। ଏହାର କାରଣ ବର୍ଷ ବର୍ଷ ଧରି ଏହି ମକଦ୍ଦମା ଚାଲୁଥିବାରୁ କୌଣସି ଗଳାବାଟ ଦେଇ ଏମାନେ ଖସିଯିବାର ସୁଯୋଗ ପାଉଛନ୍ତି। କଳାଧନକୁ ଧଳା କରିବା ପାଇଁ ସେମାନେ ପର୍ଯ୍ୟାପ୍ତ ସମୟ ପାଉଛନ୍ତି। କେବଳ ଏତିକି ନୁହେଁ ଜଣେ ଲାଞ୍ଚୁଆ କର୍ମଚାରୀ ଜାମିନରେ ଆସି ଅଧା ଦରମା ପାଇଲେ ମଧ୍ୟ ବିଲେଇ କ୍ଷୀର ପାତ୍ରରେ ମୁହଁ ପୂରାଇଲା ଭଳି ପୁନର୍ବାର ଗଣ୍ଠିଲି ପୂର୍ଣ୍ଣ କରିବାରେ ଲାଗିପଡୁଛନ୍ତି। କେତେଜଣ କର୍ମଚାରୀ ତିନି ତିନି ଥର ଧରାପଡ଼ି ଚାକିରି ଫେରିପାଇବା ଓ ପ୍ରମୋଶନ ପାଇବା ଆଶ୍ଚର୍ଯ୍ୟ ନୁହେଁ କି।
ଲୋକଙ୍କର କାମ ନ ହେଲେ ସେ ଲାଞ୍ଚଦେଇ କାମ କରି ନେବାକୁ ବାଧ୍ୟ ହେଉଛନ୍ତି।୨୦୨୩ରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ୨୫୬ଟି ମାମଲାରେ ତଦନ୍ତ ଆରମ୍ଭ କରିଥିଲା। ମୋଟାମୋଟି ଭାବେ ଏହି ବର୍ଷ ୪୦୮ଟି ମାମଲା ଶେଷ କରାଯାଇ ୩୬୧ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଥିଲା। ୧୬୬ ଜଣଙ୍କୁ ବାନ୍ଧିଥିଲା। ଯେଉଁମାନଙ୍କ ଭିତରେ ୨୭ ଜଣ ପ୍ରଥମ ଶ୍ରେଣୀ, ୩୧ ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ଅଫିସର ଥିଲେ। ଏମାନଙ୍କ ମଧ୍ୟରୁ ୩୧ ଜଣଙ୍କ ମୃତ୍ୟୁ ଓ ଆଇନ ଅଦାଲତଙ୍କ ନିର୍ଦ୍ଦେଶ ଯୋଗୁ ମାମଲା ବନ୍ଦ କରାଯାଇଥିଲା ୨୫୦ଟି ମାମଲାରେ ବିଚାର କରାଯାଇ ସେଥିରୁ ୧୨୪ଟି ଦଣ୍ଡବିଧାନ ହୋଇଥିଲା। ଯେଉଁଥିରେ ୨୧ ଜଣ ପ୍ରଥମ ଶ୍ରେଣୀ ଓ ୧୪ ଜଣ ଦ୍ୱିତୀୟ ଶ୍ରେଣୀ ଅଫିସରଙ୍କ ସମେତ ୧୬୩ ଜଣ ଦଣ୍ଡିତ ହୋଇଥିଲେ । ଏହି ହିସାବ ଅନୁଯାୟୀ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ୫୦% ଦର୍ଶାଯାଇଥିଲେ ମଧ୍ୟ ୨୦୨୩ ଶେଷ ସୁଦ୍ଧା ୩୬୦୦ରୁ ଅଧିକ ମାମଲା ବିଚାର ଅପେକ୍ଷାରେ ରହିଛି।କଳାଧନରେ ବଳୀୟାନ ଏହି ଦୁର୍ନୀତିଖୋରମାନେ ରାଜ୍ୟ ପାଇଁ କଳଙ୍କ, ସମାଜର ଶତ୍ରୁ । ଭିଜିଲାନ୍ସ ଏମାନଙ୍କ ଗୁମର ଫିଟାଇବା ସଙ୍ଗେ ସଙ୍ଗେ ଫାଷ୍ଟ ଟ୍ରାକ୍‌ କୋର୍ଟରେ ତୁରନ୍ତ ବିଚାର କରାଯାଇ ନ୍ୟାୟ ପ୍ରକାଶ ପାଉ। ଏହା ହିଁ ହେବ ସରକାରଙ୍କର ଶ୍ରେଷ୍ଠ ସଫଳତା।
ଓସଂଗରା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
ମୋ: ୯୮୬୧୦୪୮୦୫୨


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri