କରୋନା ରୋଗୀଙ୍କୁ ବିକଳାଙ୍ଗ କରୁଛି ବ୍ଲାକ୍‌ ଫଙ୍ଗସ୍‌

ନୂଆଦିଲ୍ଲୀ, ୧୦।୫: ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଭାବେ ମାଡ଼ିଚାଲିଛି। ଏଥିରେ ଦୈନିକ ୪ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏବେ ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର ଆଦି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କଠାରେ ମ୍ୟୁକୋରମାଇକୋସିସ୍‌ ବ୍ଲାକ୍‌ ଫଙ୍ଗସ୍‌ ଭଳି ମାରାତ୍ମକ ରୋଗର ଲକ୍ଷଣ ଦେଖାଯାଉଛି। ଦିଲ୍ଲୀ ଓ ଗୁଜରାଟରେ ଦେଖାଦେଇଥିବା ଏହି ରୋଗରେ ଗତ ୧୫ ଦିନ ମଧ୍ୟରେ ୧୪ରୁ ଊର୍ଦ୍ଧ୍ୱ କରୋନା ରୋଗୀ ଦୃଷ୍ଟିଶକ୍ତି ହରାଇଲେଣି। କେବଳ ଦୃଷ୍ଟିଶକ୍ତି ନୁହେଁ ଅନ୍ୟାନ୍ୟ ଅଙ୍ଗକୁ ମଧ୍ୟ ଅଚଳ କରିଦେଉଛି ଏହି ରୋଗ। ଶନିବାର ସକାଳେ ମୁମ୍ବାଇର ଏକ ହସ୍ପିଟାଲରେ ଜଣେ ଯୁବତୀଙ୍କ ଆଖିକୁ ଅସ୍ତ୍ରୋପଚାର କରି ବାହାର କରିଦିଆଯାଇଛି। ସେ ୩ ସପ୍ତାହ ପୂର୍ବରୁ କରୋନାରୁ ଆରୋଗ୍ୟ ହୋଇଥିଲେ। ଡାଇବେଟିସ୍‌ ଆକ୍ରାନ୍ତ ଉକ୍ତ ଯୁବତୀଙ୍କ ଆଖି, ନାକ ଓ ଗଳାରେ ସମସ୍ୟା ଦେଖାଦେଇଥିଲା। ନାକ ଅସ୍ତ୍ରୋପଚାର କରାଯାଇ ଏକ ନଳୀ ଲଗାଯିବା ସହ ଆଖିକୁ ସମ୍ପୂର୍ଣ୍ଣ ବାହାର କରିଦେବାକୁ ପଡ଼ିଛି। କରୋନାରୁ ଆରୋଗ୍ୟ ହେବା ପରେ ଏଭଳି ରୋଗ ରୋଗୀଙ୍କୁ ପଙ୍ଗୁ କରିଦେଉଛି।
ମ୍ୟୁକୋରମାଇସୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ଅତି ବିରଳ ସଂକ୍ରମଣ। ସାଧାରଣତଃ ମାଟି, ଗଛ, ଖତ, ପଚାଶଢ଼ା ଫଳ ଓ ପନିପରିବାରେ ଦେଖାଯାଉଥିବା ମ୍ୟୁକୋର ମାଉଲ୍ଡ ଶରୀର ମଧ୍ୟରେ ପ୍ରବେଶ କରିବା ପରେ ଏପରି ସଂକ୍ରମଣ ହୋଇଥାଏ। ଏହା ସାଇନସସ୍‌, ମସ୍ତିଷ୍କ ଓ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ ଏବଂ ମଧୁମେହ କିମ୍ବା କ୍ୟାନ୍ସର, ଏଚ୍‌ଆଇଭି ରୋଗୀଙ୍କ ପାଇଁ ମାରାତ୍ମକ ହୋଇଥାଏ। କୋଭିଡ୍‌ ଚିକିତ୍ସା ବେଳେ ଗୁରୁତର ରୋଗୀଙ୍କୁ ଦିଆଯାଉଥିବା ଷ୍ଟିରଏଡ୍‌ରୁ ମ୍ୟୁକୋରମାଇକୋସିସ୍‌ ସୃଷ୍ଟି ହେଉଥିବା ଡାକ୍ତରମାନେ ବିଶ୍ୱାସ କରୁଛନ୍ତି। କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରଦାହ ହ୍ରାସ ଲାଗି ଷ୍ଟିରଏଡ୍‌ ଦିଆଯାଇଥାଏ। ଏହା ମଧ୍ୟ ଫୁସ୍‌ଫୁସ୍‌ରେ କରୋନା ଜନିତ କ୍ଷତିକୁ କିଛି ପରିମାଣରେ ଅଟକାଇବାରେ ସହାୟକ ହୋଇଥାଏ। କିନ୍ତୁ ଏହି ଷ୍ଟିରଏଡ୍‌ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ରୋଗୀ ଶରୀରରେ ରକ୍ତ ଶର୍କରା ପରିମାଣ ବଢ଼ାଇ ଦେଇଥାଏ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କାରଣରୁ ମ୍ୟୁକୋରମାଇକୋସିସ୍‌ ହେଉଥିବା ବିଶ୍ୱାସ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri