୧୦ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍‌ ଆଖି, ସାଇନସସ୍‌, ମସ୍ତିଷ୍କ, ଫୁସ୍‌ଫୁସ୍‌କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଫଳରେ ଏଭଳି ରୋଗୀଙ୍କ ଚିକିତ୍ସା ପାଇଁ ଆଇସିୟ ଆବଶ୍ୟକ ପଡ଼ୁଛି। କରୋନା ରୋଗୀଙ୍କଠାରେ ପୂର୍ବରୁ ଯଦି କୌଣସି ଗୁରୁତର ରୋଗ ରହିଥାଏ ତେବେ ସେମାନଙ୍କ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ହେବାର ଆଶଙ୍କା ଅଧିକ ରହିଛି। ବିଶେଷତଃ ମଧୁମେହ ରୋଗୀଙ୍କଠାରେ ଏହାର ଲକ୍ଷଣ ଅଧିକ ରହିଥିବା ଦେଖିବାକୁ ମିଳିଛି। ଏହି ବ୍ଲାକ୍‌ ଫଙ୍ଗସ୍‌ ଏବେ ଦେଶର ୧୦ଟି ରାଜ୍ୟରେ ବ୍ୟାପିସାରିଛି। ଯଥାକ୍ରମେ ଗୁଜୁରାଟ ସମେତ ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟପ୍ରଦେଶ ରାଜସ୍ଥାନ, କର୍ନାଟକ, ତେଲେଙ୍ଗାନା, ଉତ୍ତରପ୍ରଦେଶ, ବିହାର ଓ ହରିଆଣାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଗୁଜୁରାଟରେ ୧୦୦ରୁ ଉର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ରାଜ୍ୟସରକାର ଉକ୍ତ ରୋଗୀଙ୍କ ପାଇଁ ହସ୍ପିଟାଲରେ ଅଲଗା ଓ୍ବାର୍ଡ ତିଆରି କରିଛନ୍ତି। କୁହାଯାୁଛି ଏହି ରୋଗୀଙ୍କ ମଧ୍ୟରେ ଅନେକ ନିଜର ଦୃଷ୍ଟିଶକ୍ତି ମଧ୍ୟ ହରାଇଛନ୍ତି। ସେହିପରି ମହାରାଷ୍ଟ୍ରରେ ବ୍ଲାକ୍‌ ଫଙ୍ଗସ୍‌ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ ୨ହଜାରରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇସାରିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଜସ୍ଥାନରେ ୧୪, ତେଲେଙ୍ଗାନାରେ ୬୦, କର୍ନାଟକରେ ୩୮ ମାମଲା ସାମ୍ନାକୁ ଆସିଥିବା ବେଳେ ମଧ୍ୟପ୍ରଦେଶରେ ୫୦ରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କାମାକ୍ଷାନଗର, ୬।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ୨୦୦ରୁ ଊର୍ଦ୍ଧ୍ୱ ଛତିଶଗଡ଼ ଶ୍ରମିକଙ୍କ ସୋମବାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରର ଏକ...

୨୭ରେ ଇଡିରେ ହାଜର ହେବେ ପାଓ୍ବାର

ନୂଆଦିଲ୍ଲୀ,୨୬ା୯(ପି.ଟି.): ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ (ଏମ୍‌ଏସ୍‌ସିବି) ଦୁର୍ନୀତି ମାମଲାରେ ଫସିଥିବା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀରେ ମୁଣ୍ଡ ନୂଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି...

ପୋଲିସ ହାତରୁ ବନ୍ଧୁକ ଛଡାଇ ନେଇଥିଲେ ଅଭିଯୁକ୍ତ: କମିଶନର

ହାଇଦ୍ରାବାଦ,୬।୧୨: ଏବେ ସାରା ଦେଶରେ ଚର୍ଚ୍ଚିତ ଖବର ପାଲଟିଛି ହାଇଦ୍ରାବାଦ ଏନ୍‌କାଉଣ୍ଟର। ଏହାକୁ ନେଇ ଶୁକ୍ରବାର ଅପରାହ୍ନରେ ସାଇବରାବାଦ ପୋଲିସ କମିଶନର ଭିସି ସାଜନର ଏକ...

ଦିଲ୍ଲୀ କ୍ୟାପିଟଲ୍ସ୍‌କୁ ଝଟ୍‌କା: ଅକ୍ଷର ପଟେଲ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟଲ୍ସ୍‌ କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ୨୦୨୧ ଆଇପିଏଲ୍‌ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଦଳର ଷ୍ଟାର ଅଲରାଉଣ୍ଡର ଅକ୍ଷର...

CORONAVIRUS UPDATE: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ୧୭୪ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ରାଉରକେଲାର ୪୯ ବର୍ଷୀୟ ବ୍ୟକ୍ତି ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ...

କେଜରିୱାଲଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୧ ।୯: କିଛି ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସବୁ ଦଳ ପ୍ରସ୍ତୁତ ହୋଇଗଲେଣି । ଭୋଟରଙ୍କୁ ଆକୃଷ୍ଟ...

ମାସେ ପରେ ଦୈନିକ ସଂକ୍ରମଣ ଲକ୍ଷେ ତଳେ…

ନୂଆଦିଲ୍ଲୀ, ୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

କଂଗ୍ରେସର ନିଦ ଭାଙ୍ଗୁନାହିଁ: ମୋଦି

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଭାଜପା ସଂସଦୀୟ ଦଳର ଏକ...

Advertisement
Archives

Model This Week