Posted inଖେଳ

ମାର୍ଚ୍ଚ ୩: କ୍ରିକେଟ ଇତିହାସର ସବୁଠାରୁ କଳା ଦିନ; ଘଟିଥିଲା ଏଭଳି କିଛି ଯେ ଭୁଲିବା ଆଜି ବି ମୁସ୍କିଲ

ନୂଆଦିଲ୍ଲୀ,୩।୩: ଆଜିର ଦିନକୁ କ୍ରିକେଟ ଇତିହାସର ସବୁଠାରୁ କଳା ଦିନ ବୋଲି ବିବେଚନା କରାଯାଏ। କାରଣ ୨୦୦୯ ମସିହା ମାର୍ଚ୍ଚ ୩ ତାରିଖରେ କିଛି ଏଭଳି ଘଟିଥିଲା ଯାହା ସାରା ବିଶ୍ୱକୁ ଚମକାଇଦେଇଥିଲା। ସେତେବେଳେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତରେ ଥିଲା। ଉକ୍ତ ଦିନ ଟିମ୍‌ ଲାହୋର ଯାଉଥିବା ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହା ବେଶ୍‌ ଭୟଙ୍କର ଥିଲା।

ଅତିଥି ଶ୍ରୀଲଙ୍କା ଟିମ୍‌ ଲାହୋର ଷ୍ଟାଡିୟମରେ ମ୍ୟାଚ୍‌ ଖେଳିବାକୁ ଯାଉଥିଲା। ଷ୍ଟାଡିୟମଠାରୁ କିଛି ଦୂରରେ ଆତଙ୍କବାଦୀମାନେ ଦୁଇଟି ଗାଡ଼ିରେ ଆସି ଅତର୍କିତ ଭାବେ ଗୁଳିବର୍ଷା କରିଥିଲେ। ଏହା ଦେଖି ସମସ୍ତ ଖେଳାଳି ସିଟ୍‌ ତଳେ ଲୁଚି ଯାଇଥିଲେ। ବସ୍‌ର କାଚ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ପଡ଼ୁଥିବା ବେଳେ ଲୁହା ରେଲିଂରେ ଗୁଳି ବାଜୁଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରି ଷ୍ଟାଡିୟମ ଭିତରକୁ ଗାଡ଼ି ନେଇଯାଇଥିଲେ। ହେଲେ କିଛି ଖେଳାଳି ଏଥିରେ ଆହତ ହୋଇଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କିଛି ବି ହୋଇପାରିଥାନ୍ତା। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ କିଛି ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ମ୍ୟାଚ୍‌କୁ ତୁରନ୍ତ ରଦ୍ଦ କରି ଦିଆଯାଇଥିଲା।

ରିପୋର୍ଟ ଅନୁଯାୟୀ, ଆକ୍ରମଣରେ ବସ୍‌ରେ ୩୫ଟି ଗୁଳିର ଚିହ୍ନ ରହିଥିଲା। ସେଥିରୁ ଗୋଟିଏ ମହିଲା ଜୟବର୍ଦ୍ଧନେଙ୍କ ଅତି ପାଖରୁ ଚାଲିଯାଇଥିଲା। ସେହିଭଳି କୁମାର ସାଙ୍ଗାକାରାଙ୍କ କାନ୍ଧରେ ହାଲ୍‌କା ଆଘାତ ଲାଗିଥିଲା। ହେଲେ ଥରଙ୍ଗା ପରନାବିଥାନାଙ୍କ ଛାତିରେ ଏବଂ ଥିଲନ ସମନବୀରାଙ୍କ ପାଦରେ ଗୁଳି ବାଜିଥିଲା। ଆକ୍ରମଣ ସେତେବେଳ ସମୟରେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା। ଶ୍ରୀଲଙ୍କା ଟିମ୍‌ ଗସ୍ତ ବାତିଲ କରି ତୁରନ୍ତ ସ୍ବଦେଶ ଫେରିବାର ନିଷ୍ପତ୍ତି ନେଇଥିଲା। ମଇଦାନରେ ସେନା ହେଲିକପ୍ଟର ଓହ୍ଲାଇଥିଲା। ସେଠାରୁ ଖେଳାଳିମାନେ ଶ୍ରୀଲଙ୍କା ଫେରିଥିଲେ। ତେବେ ଏହି ଘଟଣା ପରେ ଦୁନିଆର ସମସ୍ତ ଟିମ୍‌ ଏତେ ଡରି ଯାଇଥିଲେ ଯେ ବର୍ଷ ବର୍ଷ ଧରି କେହି ବି ପାକିସ୍ତାନ ଗସ୍ତରେ ଆସି ନ ଥିଲେ। ହେଲେ ବିଗତ ୧-୨ ବର୍ଷ ମଧ୍ୟରେ କିଛି ଟିମ୍‌ ପାକିସ୍ତାନରେ ଖେଳିବାକୁ ଆସିଛନ୍ତି। ମାତ୍ର ଆଜି ବି ଶ୍ରୀଲଙ୍କାର କିଛି ଖେଳାଳି ଏଥିପାଇଁ ଅମଙ୍ଗ ହୋଇ ନାମ ପ୍ରତ୍ୟାହାର କରିନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri