କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ ହେବା ଦରକାର। ଯେହେତୁ ମୋର ରଙ୍ଗ ସଫା, ତେଣୁ ସେ ଗୋରୀ ବୋହୂଟିଏ ଚାହୁଁଥିଲା। କେବଳ ମୋ ବୋଉ ନୁହେଁ, ଭାରତରେ ପ୍ରତ୍ୟେକ ମା’ବାପା ଚାହାନ୍ତି, ସେମାନଙ୍କ ପୁଅ ପାଇଁ ଘରକୁ ଗୋରୀ ବୋହୂଟିଏ ଆସୁ। ତେଣୁ ଜନ୍ମ ସମୟରେ ପୁଅଟିଏ ଶ୍ୟାମଳ ବର୍ଣ୍ଣର ହେଲେ କିଛି ଅସୁବିଧା ନ ଥାଏ, ମାତ୍ର କନ୍ୟାଟିଏ ଶ୍ୟାମଳ ବର୍ଣ୍ଣ ହୋଇଥିଲେ ମନ ଊଣା ହୋଇଯାଏ। କାରଣ ବିବାହ ସମୟରେ ଗୋରା ରଙ୍ଗ ପ୍ରତି ଦୁର୍ବଳତା କେତେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ। ଗତ କିଛି ଦିନ ତଳେ ଏଇ କଳା-ଗୋରା ରଙ୍ଗକୁ ନେଇ କିଛିଟା ବିତର୍କ ଗଣମାଧ୍ୟମରେ ସୃଷ୍ଟି ହୋଇଥିଲା। କେରଳର ମୁଖ୍ୟ ଶାସନ ସଚିବ ସାରଦା ମୁରଲୀଧରନ ନିଜର ଶ୍ୟାମଳ ରଙ୍ଗ ପାଇଁ ସେ ନିଜ ପରିବାରରେ ଓ ନିଜ କ୍ୟାରିଅରରେ ସମ୍ମୁଖୀନ ହୋଇଥିବା ଭେଦଭାବ ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ। ସେ ଲେଖିଥିଲେ ଯେ, ତାଙ୍କର ଯୋଗ୍ୟତା ଓ ପ୍ରଦର୍ଶନର ତୁଳନା ପୂର୍ବତନ ମୁଖ୍ୟ ସଚିବ, ଯିଏ କି ତାଙ୍କର ସ୍ବାମୀଙ୍କ ସହ ତ୍ୱଚାର ରଙ୍ଗ ଆଧାରରେ କରାଯାଉଛି। ଆମ ଦେଶରେ ଲୋକମାନେ ଶିକ୍ଷିତ ଓ ଆଧୁନିକ ଭାବନା ସହ ପ୍ରଗତିଶୀଳ ବିଚାର ବି ରଖୁଛନ୍ତି। କିନ୍ତୁ ତ୍ୱଚାର ରଙ୍ଗ ପ୍ରତି ଥିବା ଦୁର୍ବଳତାରୁ ମୁକୁଳି ପାରୁନାହାନ୍ତି। ସେ ପୁଣି କ୍ଷୋଭର ସହ ଲେଖିଥିଲେ ଯେ, ସେ ବିଗତ ପଚାଶ ବର୍ଷରୁ ଅଧିକ ସମୟ ଧରି ସେହି କଳା-ଗୋରାର କାହାଣୀ ତଳେ ଚାପିହୋଇ ବଞ୍ଚିଛନ୍ତି ଯେ ତାଙ୍କର ତ୍ୱଚାର ରଙ୍ଗ ଭଲ ନୁହେଁ। ଏପରିକି ସେ ଚାରି ବର୍ଷର ହୋଇଥିବା ବେଳେ ନିଜ ମାଆଙ୍କୁ ଥରେ ପଚାରିଥିଲେ ଯେ, ସେ ତାଙ୍କୁ ତାଙ୍କ ଗର୍ଭକୁ ଫେରାଇ ନେଇ ପୁଣି ଥରେ ସମ୍ପୂର୍ଣ୍ଣ ଗୋରା ଓ ସୁନ୍ଦର କରି ଜନ୍ମ ଦେଇପାରିବେ କି ?
ସାରଦା ମୁରଲୀଧରନଙ୍କ କ୍ଷୋଦକ୍ତି ପ୍ରଣିଧାନଯୋଗ୍ୟ । କାରଣ ଭାରତୀୟ ସମାଜରେ ତ୍ୱଚାର ରଙ୍ଗକୁ ନେଇ ଥିବା ବିଚାର ଏତେ ଗଭୀର ଯେ ସେଥିରୁ ମୁକୁଳିବା ସହଜ ନୁହେଁ। ରଙ୍ଗ ଭେଦ କେବଳ ସୁନ୍ଦରତା ମଧ୍ୟରେ ସୀମିତ ନୁହେଁ, ଏହା ପ୍ରତି ସକାରାତ୍ମକ ଭାବନା ମଧ୍ୟ ପ୍ରବଳ। ଗୋରା ରଙ୍ଗ କଳା ରଙ୍ଗଠାରୁ ଶ୍ରେଷ୍ଠ। ଏହା ଆମର ସାହିତ୍ୟ, ସିନେମା ଆଦିରେ ବେଶ୍‌ ପ୍ରତିଫଳିତ। ଆମ ଚଳଚ୍ଚିତ୍ରରେ ଗୋରୀ ମାନଙ୍କର ବର୍ଣ୍ଣନା ବେଶି।
ଗୋରେ ରଙ୍ଗ ପେ ନା ଇତନା ଗୁମାନ କର, ଗୋରା ରଙ୍ଗ ଦୋ ଦିନ ମେଁ ଢଲ ଯାଏଗା । ଧୂପ ମେଁ ନିକଲା ନ କରୋ ରୂପ କି ରାନୀ , ଗୋରା ରଙ୍ଗ କାଲା ନ ପଡ ଯାଏ। ଏହିଭଳି ହିନ୍ଦୀ ସିନେମାର ଗୀତ ପ୍ରମାଣ ଦିଏ ଗୋରା ରଙ୍ଗ ପ୍ରତି ଆମର ଦୁର୍ବଳତା ଓ ଆକର୍ଷଣ। ଗୋରା ରଙ୍ଗ ପ୍ରତି ଆମ୍ଭମାନଙ୍କର ଅଧିକ ଦୁର୍ବଳତା ହେତୁ ଶ୍ୟାମଳ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଆମେ ପରଦା ଉପରେ ଗୋରା ରଙ୍ଗରେ ଦେଖିଥାଉ। ଏପରିକି ଯାତ୍ରା ଓ ଥିଏଟରରେ କଳାକାରମାନେ ରଙ୍ଗ ମାଖିହୋଇ ମଞ୍ଚ ଉପରକୁ ଗୋରା ରୂପରେ ଆସିଥାନ୍ତି। କେବଳ ଆଧୁନିକ ସଙ୍ଗୀତ ନୁହେଁ, ପୁରାତନ ଗୀତ କବିତାରେ ଗୋରୀଙ୍କ ଚର୍ଚ୍ଚା ଅଧିକ। ତ୍ୱଚାର ରଙ୍ଗ ଶ୍ୟାମଳ ହେଲେ ପୁଅମାନଙ୍କଠାରୁ ଝିଅମାନଙ୍କର ଚିନ୍ତା ଅଧିକ। ସେଥିପାଇଁ ଅକ୍ଷୟ ମହାନ୍ତିଙ୍କ ଯା ଯାରେ ଭାସି ଯା ଗୀତରେ ‘ଯିଏ ଦେଖୁଛି ନାକ ଟେକୁଛି ମୁଁ ପରା କାଳୀ କନିଆ ’ ପଦଟି ବିବାହ ସମୟରେ ଗୋରୀ ଝିଅମାନଙ୍କର ପ୍ରଧାନ୍ୟକୁ ବୁଝାଏ।
କେବଳ ଭାରତ ନୁହେଁ, ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ତ୍ୱଚାର ରଙ୍ଗକୁ ନେଇ ସେଠାକାର ନାଗରିକଙ୍କ ମନରେ ହୀନମନ୍ୟତା ରହିଛି । ୨୦୧୩ ମସିହାରେ ମୂଳ ଭାରତୀୟ ତଥା ଆମେରିକୀୟ ନାଗରିକ ନିନା ମିସ୍‌ ଆମେରିକା ଟାଇଟଲ ଜିତିବା ପରେ ଓ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ହେବା ପରେ ଅନେକ ଆମେରିକୀୟଙ୍କୁ ଏହା ପସନ୍ଦ ଆସି ନ ଥିଲା। ଉଭୟଙ୍କ କ୍ଷେତ୍ରରେ ସେମାନଙ୍କର କଳା ରଙ୍ଗ ଏଥପାଇଁ ମୁଖ୍ୟ କାରଣ ଥିଲା। ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାରମଙ୍ଗଳମ ବିର୍ଲାଙ୍କ ଝିଅ ତଥା ପ୍ରଖ୍ୟାତ ଗାୟିକା ଅନନ୍ୟା ବିର୍ଲା ନିଜ ପରିବାର ସହ ଏକ ଆମେରିକୀୟ ରେଷ୍ଟୁରାଣ୍ଟରେ ଦୀର୍ଘ ତିନି ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଖାଇବାକୁ ଦିଆଯାଇ ନ ଥିଲା ଓ ସେଠାରୁ ଫେରିଆସିବାକୁ ସେମାନେ ବାଧ୍ୟ ହୋଇଥିଲେ। ତାହା କେବଳ ବର୍ଣ୍ଣବୈଷମ୍ୟ ଯୋଗୁ ହୋଇଥିଲା ବୋଲି ସେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ। ପ୍ରଖ୍ୟାତ ଲେଖିକା ମନୁ ଭଣ୍ଡାରୀ ଓ ପ୍ରଭା ଖୈତାନ ମଧ୍ୟ ସେମାନଙ୍କ କଲା ରଙ୍ଗ ପାଇଁ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସେମାନଙ୍କ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି। ଆମେରିକା ଭଳି ବଣ୍ଣବୈଷମ୍ୟ ଭାବନା ଭାରତରେ କେବେ ନ ଥିଲା କି ଏବେ ନାହିଁ। ଭୌଗୋଳିକ ସ୍ଥିତି ଅନୁସାରେ ଭାରତୀୟଙ୍କ ରଙ୍ଗ ଶ୍ୟାମଳ। ଅବଶ୍ୟ ଆଫ୍ରିକୀୟ ବା ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକର ନାଗରିକଙ୍କ ଭଳି ଭାରତୀୟ ମାନେ ଏତେଟା କଳା ନୁହନ୍ତି। ଦକ୍ଷିଣ ଭାରତୀୟଙ୍କଠାରୁ ଉତ୍ତର ଭାରତୀୟଙ୍କ ଶରୀରର ତ୍ୱଚା ସାମାନ୍ୟ ସଫା। ମାତ୍ର ଏହାର ଅର୍ଥ ନୁହେଁ ଯେ ଗୋରା ରଙ୍ଗ ପ୍ରତି ଭାରତୀୟମାନଙ୍କର ଦୁର୍ବଳତା ନାହିଁ।
କଳା ରଙ୍ଗକୁ ହୀନ ଦୃଷ୍ଟିରେ ନ ଦେଖିବା ପାଇଁ ଶ୍ୟାମଳ ହିଁ ସୁନ୍ଦର ନାମରେ ଏକ ସାଂସ୍କୃତିକ ଆନ୍ଦୋଳନ ଗତ ଷାଠିଏ ଦଶକରେ ଆଫ୍ରିକୀୟ ଆମେରିକୀୟମାନଙ୍କ ଦ୍ୱାରା ଯୁକ୍ତରାଷ୍ଟ୍ରରେ ଆରମ୍ଭ ହୋଇଥିଲା। ଏହାପରେ ଏହି ଆନ୍ଦୋଳନ ଅନ୍ୟାନ୍ୟ ଦେଶକୁ ବ୍ୟାପିଥିଲା । କଳା ଲୋକଙ୍କ ଭାବପ୍ରବଣତା ଏବଂ ମାନସିକ ସୁସ୍ଥତାକୁ ଉନ୍ନତ କରିବା ପାଇଁ ଏହା ଉଦ୍ଦିଷ୍ଟ ଥିଲା । ରଙ୍ଗଭେଦ ବିରୋଧରେ ସଚେତନତା ଏବଂ ସମର୍ଥନ ଅଭିଯାନ ଭାବରେ ଭାରତରେ ସ୍ବେଚ୍ଛାସେବୀ ସଂଗଠନ, ଓମେନ ଅଫ ୱର୍ଥ ଦ୍ୱାରା ୨୦୦୯ ମସିହାରେ ଡାର୍କ ଇଜ୍‌ ବିୟୁଟିଫୁଲ ବା ଶ୍ୟାମଳ ହିଁ ସୁନ୍ଦର ଅଭିଯାନ ଆରମ୍ଭ ହୋଇଥିଲା। ବଲିଉଡ ଅଭିନେତ୍ରୀ ନନ୍ଦିତା ଦାସ ଏହି ଅଭିଯାନର ଜଣେ ସକ୍ରିୟ ସଭ୍ୟା। ପ୍ରଖ୍ୟାତ ଫରାସୀ ଚିତ୍ରକର ପିଏରେ-ଅଗଷ୍ଟ ରେନୋଇର୍‌ଙ୍କ ଭାଷାରେ ସମସ୍ତ ରଙ୍ଗର ରାଣୀ ହେଉଛି କଳା ରଙ୍ଗ। ଏହି ରଙ୍ଗ ଅନ୍ୟ ସମସ୍ତ ରଙ୍ଗ ଉପରେ ରାଜତ୍ୱ କରିଥାଏ।
କଳାରଙ୍ଗକୁ ମୃତ୍ୟୁ, ଶୋକ, ଦୁଷ୍ଟ ଯାଦୁ ଏବଂ ଅନ୍ଧକାର ସହିତ ଯୋଡ଼ା ଯାଇପାରେ, କିନ୍ତୁ ଏହା ସୌନ୍ଦର୍ଯ୍ୟ, ଧନ, ସଂଯମ ଏବଂ ଶକ୍ତିର ମଧ୍ୟ ପ୍ରତୀକ ଅଟେ। ପ୍ରାକ୍‌ ଇତିହାସରେ କଳାକାରମାନଙ୍କ ଦ୍ୱାରା ବ୍ୟବହୃତ ପ୍ରଥମ ରଙ୍ଗଦ୍ରବ୍ୟ ଏବଂ ପୁସ୍ତକ ମୁଦ୍ରକମାନଙ୍କ ଦ୍ୱାରା ବ୍ୟବହୃତ ପ୍ରଥମ ରଙ୍ଗ ହେଉଛି କଳା। କଳା ଏବଂ ସାହିତ୍ୟର ବିକାଶରେ ଏହି ରଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଆମ ଚର୍ମରେ ବର୍ଣ୍ଣକୋଷ ମେଲାନିନ ଯୋଗୁ ଶରୀର କଳା କିମ୍ବା ଗୋରା ହୋଇଥାଏ। ଯେଉଁ ଚର୍ମରେ ଅଧିକ ମେଲାନିନ ଥାଏ, ତାହା ଅଧିକ କଳା ହୋଇଥାଏ ଓ କମ୍‌ ମେଲାନିନ ଥିବା ଚର୍ମ ଗୋରା ଦେଖାଯାଏ। ଅଧିକ ମେଲାନିନ ଥିବା ଚର୍ମ ସୂର୍ଯ୍ୟଙ୍କ କ୍ଷତିକାରକ ଅଲଟ୍ରା ଭାଓଲେଟ ରଶ୍ମିକୁ ଟାଣିନେଇ ଶରୀରକୁ ଏହାର ବିଷାକ୍ତ ବିକିରଣରୁ ରକ୍ଷା କରେ। ତେଣୁ ଗ୍ରୀଷ୍ମପ୍ରଧାନ ଦେଶଗୁଡିକର ଅଧିବାସୀମାନେ ଅଧିକ ମେଲାନିନ ଯୁକ୍ତ ହୋଇଥିବାରୁ କଳା ଦେଖାଯାନ୍ତି। କିନ୍ତୁ କଳାରଙ୍ଗର ଶରୀରରେ ଏତେ ଗୁରୁତ୍ୱ ଥିବା ସତ୍ତ୍ୱେ ଏହି ରଙ୍ଗ ପ୍ରତି ଅଧିକାଂଶଙ୍କର ବିମୁଖତା ଆଶ୍ଚର୍ଯ୍ୟ ଲାଗେ। ଭାରତୀୟଙ୍କ ଗୋରାରଙ୍ଗ ପ୍ରତି ଥିବା ଦୁର୍ବଳତାକୁ ଠିକ୍‌ ବୁଝିପାରିଛନ୍ତି ପ୍ରସାଧନ ସାମଗ୍ରୀ ନିର୍ମାତାମାନେ। ତେଣୁ ସବୁ ଭାରତୀୟଙ୍କୁ ଗୋରା କରିବା ପାଇଁ ସେମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରିଚାଲିଛନ୍ତି। ଭାରତୀୟମାନେ ଗୋରା ହେଉଛନ୍ତି କି ନାହିଁ, ତାହା ଜଣାନାହିଁ, କିନ୍ତୁ ପ୍ରସାଧନ ସାମଗ୍ରୀ ନିର୍ମାତାମାନେ ଭଲ ଲାଭବାନ୍‌ ହେଉଛନ୍ତି।

ପ୍ରକାଶ ତ୍ରିପାଠୀ
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?