ସ୍ବଚ୍ଛତା ନାହିଁ

Dillip Cherian

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ ଯାଇ ଇଡିରେ ନିଯୁକ୍ତି ପାଇଥିଲେ। ଆଇପିଏସ୍‌ଙ୍କ କାର୍ଯ୍ୟକାଳ ନୀତିର ‘ରିଲାକ୍ସସେଶନ’ଅନୁଯାୟୀ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏବେ ସେହି ବାବୁ କହୁଛନ୍ତି, ଆମେ ନିୟମ ସବୁ କରିଛୁ, କିନ୍ତୁ ସେଗୁଡ଼ିକରେ ଆମେ ସବୁବେଳେ ବାନ୍ଧିହୋଇ ରହିବାକୁ ବାଧ୍ୟ ନୋହଁୁ। ତେବେ ନାରଙ୍ଗଙ୍କ କଥା ଦେଖାଯାଉ। ଏପ୍ରିଲ ପ୍ରାରମ୍ଭରେ ତାଙ୍କୁ ଇଡିର ଦାୟିତ୍ୱରୁ ମୁକ୍ତ କରାଯାଇ କର୍ନାଟକ କ୍ୟାଡରକୁ ପଠାଇ ଦିଆଯାଇଥିଲା। ଯେଭଳି ପଠାଇ ଦିଆଯାଇଥିଲା ଠିକ୍‌ ସେମିତି ତାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରି ପୁନର୍ବାର ଦିଲ୍ଲୀକୁ ଫେରାଇ ଆଣାଯାଇଛି। ସେ ଇଡିରେ ଥିବା ସମୟରେ ପିଏଫ୍‌ଆଇ, ଆଇଏଫ୍‌ଏଫ୍‌ସିଓ, ଭିଭୋ, ମାଓବାଦ ଭଳି ପ୍ରାୟ ସମସ୍ତ ହାଇ ପ୍ରୋଫାଇଲ ମାମଲା ସମ୍ଭାଳୁଥିଲେ। ସେ ଏତେ ଦରକାରୀ ଥିଲେ ଯେ, ତାଙ୍କୁ ଯିବାକୁ ଦିଆଯାଇ ନପାରେ ବୋଲି କୁହାଯାଉଥିଲା। କିନ୍ତୁ ପର୍ଯ୍ୟବେକ୍ଷକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, କାହିଁକି ତାଙ୍କୁ ହଠାତ ଶୀଘ୍ର ବିଦା କରାଯାଇଥିଲା। ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧିରେ ସମାନ କଥା ଘଟିଛି। ଏବେ ଏଚ୍‌ଆଇୟୁର ନେତୃତ୍ୱ ନେବା ସହ ଉତ୍ତରାଞ୍ଚଳର ଦାୟିତ୍ୱ (ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନ ସହିତ) ସମ୍ଭାଳୁଥିବା ଗୋଏଲଙ୍କ କାର୍ଯ୍ୟକାଳ ମଧ୍ୟ ୧ ବର୍ଷ ବୃଦ୍ଧି କରାଯାଇଛି। ଏକଥା ମଧ୍ୟ ଭୁଲିଯିବା ଉଚିତ ନୁହେଁ, ଇଡିର ପଦାନୁକ୍ରମରେ ସ୍ବତନ୍ତ୍ର ନିର୍ଦ୍ଦେଶକ ପଦବୀ ହେଉଛି ଦ୍ୱିତୀୟ ଶୀର୍ଷ ର଼୍ୟାଙ୍କ। ଏଭଳି ନଅଟି ପଦବୀ ରହିଛି। ଦେଖାଯାଉଛି ଅଧିକ ‘ସ୍ବତନ୍ତ୍ର’ ପଦବୀରେ ଅଧିକ ‘ସ୍ବଚ୍ଛତା’ ନାହିଁ। ଏଣୁ ଆମେ ନିୟମଗୁଡ଼ିକ ବଦଳାଇବା କିମ୍ବା ଭାଙ୍ଗିବା ଦେଖିବାକୁ ପାଉଛୁ। ଏସିସି ଏହାକୁ ରିଲାକ୍ସସେଶନ କହିପାରେ, କିନ୍ତୁ ଅନ୍ୟମାନଙ୍କ ପାଇଁ ଏହା ହେଉଛି ଅମଲାତାନ୍ତ୍ରିକ ଯୋଗର ଏକ ମାଷ୍ଟରକ୍ଲାସ୍‌।
ସୋସିଆଲ ମିଡିଆରେ ବାବୁ ବିବାଦ
କେରଳର ବାବୁ ସାମ୍ରାଜ୍ୟ ନିଜର ଏକ ରିୟଲିଟି ଶୋ’ର ସଂସ୍କରଣକୁ ଅନୁଭବ କରୁଛି, ଯାହା ସାର୍ବଜନୀନ ବିବାଦ, ସୋସିଆଲ ମଡ଼ିଆ ଡ୍ରାମା ଏବଂ ଅଭିଯୋଗରେ ପରିପୂର୍ଣ୍ଣ । ଏହା ମୌସୁମୀ ପବନଠାରୁ ମଧ୍ୟ ଅଧିକ ବେଗରେ ବ୍ୟାପୁଛି ଏବଂ ଏହି ଝଡ଼ର କେନ୍ଦ୍ରରେ ଅଛନ୍ତି ଆଇଏଏସ୍‌ ଅଧିକାରୀ ଏନ୍‌ ପ୍ରଶାନ୍ଥ ଯିଏ କି ସୋସିଆଲ ମିଡିଆରେ ‘କଲେକ୍‌ଟର ବ୍ରୋ’ ଭାବେ ପରିଚିତ। ନିକଟରେ ନିଲମ୍ବିତ ହୋଇଥିବା ପ୍ରଶାନ୍ଥ ବରିଷ୍ଠ ଅମଲାତନ୍ତ୍ରୀ ଏ. ଜୟତିଲକ ଏବଂ କେ. ଗୋପାଳକ୍ରିଷ୍ଣନଙ୍କ ବିରୋଧରେ ଦୁର୍ନୀତି ଓ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ, କାର୍ଯ୍ୟାଳୟର ଅପବ୍ୟବହାର ଓ ବଢୁଥିବା ଦୁର୍ନୀତି ବିରୋଧରେ ହ୍ବିସିଲବ୍ଲୋୟର ଭାବେ କାର୍ଯ୍ୟ କରୁଥିବାରୁ ଏହାର ପ୍ରତିକ୍ରିୟା ସ୍ବରୂପ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ଏକ ଗମ୍ଭୀର ଅଭିଯୋଗ, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଗୋପାଳକ୍ରିଷ୍ଣନ ସର୍ଭିସ ନିୟମକୁ ଉଲ୍ଲଂଘନ କରି ଧର୍ମୀୟ ଆଧାରିତ ଏକ ହ୍ବାଟ୍ସଆପ୍‌ ଗ୍ରୁପ ସୃଷ୍ଟି କରିବା କାରଣରୁ ନିଲମ୍ବିତ ହୋଇଥିଲେ। ଜୟତିଲକଙ୍କୁ ସାଧାରଣରେ ସୋସିଆଲ ମିଡିଆରେ ସମାଲୋଚନା କରିବା ଯୋଗୁ ପ୍ରଶାନ୍ଥଙ୍କୁ ନିଲମ୍ବନ କରାଯାଇଥିଲା । ସୋସିଆଲ ମିଡିଆରେ ଲଢ଼େଇ କେରଳର ତଥାକଥିତ ଶୃଙ୍ଖଳିତ ପ୍ରଶାସନିକ ବ୍ୟବସ୍ଥାର ବିବାଦକୁ ସାମ୍ନାକୁ ଆଣିଛି। ସାର୍ବଜନୀନ ସ୍ତରରେ ଏହି ଅମଲାତାନ୍ତ୍ରିକ ବିବାଦ ପ୍ରଶାସନିକ ବ୍ୟବସ୍ଥାରେ ଗଭୀର ଅସନ୍ତୋଷକୁ ପ୍ରତିଫଳିତ କରୁଛି। ବିଶେଷକରି ସୋସିଆଲ ମିଡିଆରେ ଏହି ବିବାଦର ପ୍ରଚାର ସିଭିଲ ସର୍ଭିସର ଦୁର୍ବଳ ଏକତା ଓ ସର୍ବସାଧାରଣ ବିଶ୍ୱାସର ଅଧୋଗତିକୁ ଦର୍ଶାଉଛି। ଏ କଥା ଭୁଲିଯିବା ଉଚିତ ନୁହେଁ ଯେ, ଏହା ମଧ୍ୟ ଶାସନର ଏକ ବଡ଼ ବିଚ୍ୟୁତି। ସ୍ବଚ୍ଛତାକୁ ପ୍ରାଥମିକତା ଦିଆଯାଉଥିବା ଯୁଗରେ ବାବୁମାନେ ଖୋଲା ମନୋଭାବ ପୋଷଣ ସହ ଉଚିତ ବ୍ୟବସ୍ଥାଗତ ମାଧ୍ୟମରେ ଆଭ୍ୟନ୍ତରୀଣ ବିବାଦର ସମାଧାନ କରିବା ପାଇଁ ଏହା ସମ୍ଭବତଃ ଏହା ଉପଯୁକ୍ତ ସମୟ।
ଉତ୍ତରଦାୟିତ୍ୱର ଦୁର୍ବଳତା
ମଧ୍ୟପ୍ରଦେଶର କ୍ଷମତା ପରିସରରେ ବାବୁମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ପ୍ରକାଶ ପାଉଛି। ଆଇଏଏସ, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଧିକାରୀମାନେ ସେମାନଙ୍କ ଅସ୍ଥାବର ସମ୍ପତ୍ତି ସମ୍ପର୍କରେ ପ୍ରତିବର୍ଷ ଘୋଷଣା କରିବାର ବାଧ୍ୟତାମୂଳକ ହୋଇଥିବାବେଳେ ମନ୍ତ୍ରୀମାନେ ୧୫ବର୍ଷରୁ ଊର୍ଦ୍ଧ୍ୱ ହେଲା ଏହାକୁ ଅଣଦେଖା କରିଆସୁଛନ୍ତି। ଏହାକୁ ନେଇ ତୀବ୍ର ବିରୋଧାଭାସ ପ୍ରକାଶ ପାଇଥିଲେ ମଧ୍ୟ କେହି ଜଣେ ଏହା ଉପରେ ମୁହଁ ଖୋଲିବାକୁ ସାହସ କରୁନାହାନ୍ତି। ରାଜ୍ୟର ସାଧାରଣ ପ୍ରଶାସନ ବିଭାଗ ଦୋହରାଇଛି ଯେ, ସମସ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ବାଧ୍ୟ। ଏଥିରେ ପୈତୃକ ଓ ନିଜ ଉପାର୍ଜିତ ସମ୍ପତ୍ତି କେବେ କିଣାଯାଇଥିଲା, ତାହାର ମୂଲ୍ୟ ଏବଂ ଏବକାର ବଜାର ମୂଲ୍ୟ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ଏହା ପୂରଣ ନ କଲେ ଦରମା ବନ୍ଦ କରାଯିବା ସହ ପଦୋନ୍ନତି ଦିଆଯିବ ନାହିଁ ବୋଲି ସୂଚିତ କରିଛି। ଅନ୍ୟପଟେ ମନ୍ତ୍ରୀମାନେ ୨୦୧୬ରେ ଅନ୍‌ଲାଇନରେ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ଘେଷଣା କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ ମଧ୍ୟ ଅନେକେ ଲଗାତର ଭାବେ ସମ୍ପତ୍ତିର ତଥ୍ୟ ଦେଇନାହାନ୍ତି। ବିଭିନ୍ନ ସରକାର ମଧ୍ୟ ଏହି ସମସ୍ୟକୁ ଅଣଦେଖା କରିଆସିଛନ୍ତି। ଏହା କେବଳ ଅନ୍ୟାୟ ନୁହେଁ ବରଂ ଏଭଳି ଦି ପ୍ରକାରର କଥା କେତେଦିନ ଚାଲିବ ବୋଲି ସରକାରୀ ସ୍ତରରେ ଆଲୋଚନାର ବିଷୟ ହୋଇଛି। ମନ୍ତ୍ରୀମାନେ ସ୍ବଚ୍ଛତା ଅବଲମ୍ବନ କରୁନଥିବାରୁ ଏହା ଦକ୍ଷ ସରକାର ଓ ଉତ୍ତରଦାୟିତ୍ୱର ଦୁର୍ବଳତାକୁ ଦର୍ଶାଉଛି। ବାସ୍ତବରେ ଏକ ସ୍ବଚ୍ଛ ପ୍ରଶାସନ ପାଇଁ ଅମଲାତନ୍ତ୍ରୀମାନେ ଯେମିତି ସେମାନଙ୍କ ସମ୍ପତ୍ତି ତଥ୍ୟ ଘୋଷଣା କରୁଛନ୍ତି ମନ୍ତ୍ରୀମାନେ ସେଭଳି କରିବା ଅପରିହାର୍ଯ୍ୟ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?