Posted inଜାତୀୟ

୨୦୨୪ ପାଇଁ ଭାଜପାର ପ୍ରସ୍ତୁତି ଆରମ୍ଭ: ନଡ୍ଡାଙ୍କ ୧୨୦ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,୨୩।୧୧: ଆଗକୁ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଭାଜପା ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା ଲାଗି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୧୨୦ ଦିନିଆ ଭାରତ ଗସ୍ତ ଯୋଜନା କରିଛନ୍ତି। ଗସ୍ତକାଳରେ ନଡ୍ଡା ବିଭିନ୍ନ ରାଜ୍ୟରେ ପହଞ୍ଚି କର୍ମକତ୍ତାଙ୍କ ମନୋବଳ ବୃଦ୍ଧି କରିବେ। ଏହି ଗସ୍ତ କାର୍ଯ୍ୟକ୍ରମ ଉତ୍ତରଖଣ୍ଡରୁ ଡିସେମ୍ବର ୫ରେ ଆରମ୍ଭ ହେବ। ବୁଥ୍‌ସ୍ତରୀୟ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯିବା ସହିତ ଦଳ ଖରାପ ପ୍ରଦର୍ଶନ କରିଥିବା ଅଞ୍ଚଳରେ ନିର୍ବାଚନୀ ରଣନୀତି ଉପରେ ମନ୍ଥନ କରାଯିବ ବୋଲି ଭାଜପା ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ସୂଚନା ଦେଇଛନ୍ତି। ବଡ଼ ରାଜ୍ୟରେ ୩ ଦିନିଆ ଏବଂ ଛୋଟ ରାଜ୍ୟରେ ୨ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ଦିଆ ନ ଯାଉ ଲଢ଼ିବା ସୁଯୋଗ

ନୂଆଦିଲ୍ଲୀ, ୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ସୁପ୍ରିମକୋର୍ଟରେ ଏକ ପୁରୁଣା ମାମଲା ଉପରେ ବୁଧବାର ପିଟିଶନ ଦାଖଲ କରାଯାଇଛି। ବିଧାନସଭା ବାଚସ୍ପତିଙ୍କ ଦ୍ୱାରା...

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ସତର୍କ ସୂଚନା ଜାରି ହୋଇଥିବା କଫ୍‌ ସିରପର ଯାଞ୍ଚ୍‌ କରୁଛନ୍ତି ଭାରତ ସରକାର…

ନୂଆଦିଲ୍ଲୀ,୯।୧୦ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚାରିଟି ଭାରତୀୟ ନିର୍ମିତ କଫ୍‌ ସିରପ ବିଷୟରେ ଭାରତ ସରକାରଙ୍କୁ ଚେତାବନୀ ଦେଇଛି। ଏହା ପରେ ଏହାକୁ ତିଆରି...

ସୁପରଟେକ୍‌ ଟୁଇନ୍‌ ଟାଓ୍ବାର ଭଙ୍ଗାରେ ସମସ୍ୟା,ବିସ୍ଫୋରକ ସାମଗ୍ରୀ ପାଇଁ ମିଳିଲାନି ଏନଓସି…

ନୋଏଡା, ୨।୮ : ନୋଏଡାର ସେକ୍ଟର -୯୩ -ଏ ରେ ଅବସ୍ଥିତ ସୁପରଟେକ ଏମେରାଲ୍ଡ କୋର୍ଟର କୋଠାଗୁଡ଼ିକୁ ଅଗଷ୍ଟ ୨୧ ଅପରାହ୍ନ ୨ଟା ୩୦ ସମୟରେ...

ଭଗବତ୍‌ ଗୀତା ପାର୍କ ଭଙ୍ଗାରୁଜାକୁ ଘୃଣା ହିଂସା କହି ନିନ୍ଦାକଲା ଭାରତ

ନୂଆଦିଲ୍ଲୀ,୩।୧୦ : କାନାଡାର ବ୍ରମ୍ପଟନ୍‌ ସ୍ଥିତ ଶ୍ରୀ ଭଗବତ୍‌ ଗୀତା ପାର୍କରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଏଭଳି ଘୃଣା ହିଂସାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି।...

ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍‌ ଲାଇନ୍‌ ଉଡାଇଲେ…

ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା...

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ଜାମସେଦପୁର,୭।୧୨: ଝାଡ଼ଖଣ୍ଡ ବିଧାନସଭା ଆସନ ଲାଗି ଶନିବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟାରେ...

୭ ବର୍ଷର ବାଳକ ନାଁରେ ହତ୍ୟା ମାମଲା

ଜୟପୁର,୧୮ା୬: ରାଜସ୍ଥାନ କୋଟାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ନେଇ ଆଉଜଣେ ୭ ବର୍ଷୀୟ ନାବାଳକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ବାଳକଙ୍କୁ ବର୍ତ୍ତମାନ...

Advertisement
Archives

Model This Week