Posted inଜାତୀୟ

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗର ଜନସାଧାରଣଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା କରିବେ। ଅକ୍ଟୋବର ୨୨ରେ ପ୍ରଧାନମନ୍ତ୍ରୀ ରାଜ୍ୟର ଶହେରୁ ଅଧିକ ଦୁର୍ଗାପୂଜା ପେଣ୍ଡାଲରେ ଲୋକଙ୍କ ସହିତ କଥା ହେବେ। ୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଦୁର୍ଗାପୂଜାରେ ମୋଦି ନିର୍ବାଚନୀ ବିଗୁଲ୍‌ ବଜାଇବାର ଯୋଜନା କରିଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ମୋଦିଙ୍କ ଭିଡ଼ିଓ କନଫରେନ୍ସିଂ ପରେ ନଭେମ୍ବର ପ୍ରଥମ ସପ୍ତାହ ପରଠାରୁ ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ବିରୋଧରେ ଭାଜପା ପକ୍ଷରୁ ନିର୍ବାଚନୀ ରଣନୀତି ପ୍ରସ୍ତୁତ କରାଯିବ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ କ୍ଷମତାରୁ ହଟାଇବା ଲକ୍ଷ୍ୟ ନେଇ ଭାଜପା ରଣନୀତି ପ୍ରସ୍ତୁତି ଉପରେ ଜୋର୍‌ ଦେଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ,...

ଶିବରାଜଙ୍କ କ୍ୟାବିନେଟ୍‌ରେ ଲଭ୍‌ ଜିହାଦ୍‌

ଭୋପାଳ,୨୯।୧୨: ଲଭ୍‌ ଜିହାଦ୍‌ ବିରୋଧରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏସମ୍ପର୍କିତ ଏକ ଆଧ୍ୟାଦେଶକୁ ମଙ୍ଗଳବାର କ୍ୟାବିନେଟ୍‌...

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ...

ପୁଣି ଡରାଇଲାଣି କରୋନା: ଦିନକରେ ୫୬ହଜାରରୁ ଅଧିକ ସଂକ୍ରମିତ,୨୭୧ ମୃତ

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ୫୦ ହଜାରରୁ ଅଧିକ ନୂତନ କରୋନା ମାମଲା...

ଭୂତାଣୁ ବାଣ୍ଟିଲା କୁମ୍ଭମେଳା

ନୂଆଦିଲ୍ଲୀ, ୧୪ା୪: ଭାରତରେ କରୋନା ସଂକ୍ରମଣ ବ୍ରାଜିଲକୁ ଟପି ଦ୍ୱିତୀୟ ସ୍ଥାନକୁ ଉଠିଥିବାବେଳେ ଭୂତାଣୁ ବାଣ୍ଟିବାରେ ଲାଗିଛି ଉତ୍ତରାଖଣ୍ଡର ହରିଦ୍ୱାର କୁମ୍ଭମେଳା। ଲକ୍ଷ ଲକ୍ଷ ସଂଖ୍ୟାରେ...

ବେପରୁଆ ଭାବେ କରୋନା ରୋଗୀଙ୍କ ମୃତଦେହକୁ ଅଟୋରିକ୍ସାରେ ବୁହାଗଲା

ନିଜାମାବାଦ,୧୨।୭: ଦେଶରେ ବେଳକୁ ବେଳ କରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥଳେ ହସ୍ପିଟାଲ କର୍ମଚାରୀଙ୍କ...

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯିବେ ମୋଦି

ନୂଆଦିଲ୍ଲୀ,୧୪ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ସୋମବାର ଇଣ୍ଡୋନେସିଆର ବାଲି ଯାତ୍ରା କରିବେ । ପ୍ରଧାନମନ୍ତ୍ରୀ ମୋଦି...

ମନ୍ତ୍ରୀଙ୍କ ଘରେ ପଶିଲା ଇଡି: କୋଟି କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ମୁମ୍ବାଇ,୨୬।୫: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଶିବସେନା ନେତା ଅନିଲ ପାରବଙ୍କ ପୁଣେ ଏବଂ ମୁମ୍ବାଇରେ ଥିବା ସାତୋଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗୁରୁବାର...

Advertisement
Archives

Model This Week