ନୂଆପଡ଼ା ଓ ବିହାରରେ ଭାଜପାର ବିପୁଳ ବିଜୟ: ବାଣ ଫୁଟାଇ ମିଠା ବାଣ୍ଟିଲେ ଭାଜପା ନେତା

ପାଟଣା,୧୪।୧୧(ବୀର କିଶୋର ଦାଶ): ନୂଆପଡ଼ା ଉପ ନିର୍ବାଚନ ରେ ଜୟ ଢୋଲକିଆ ବିରାଟ ଭୋଟ ବ୍ୟବଧାନରେ ବିଜୟୀ ହେବାସହ ବିହାର ନିର୍ବାଚନରେ ଭାଜପା ମେଣ୍ଟ ବହୁମତ ପାଇଛି। ଏହାକୁ ନେଇ ଶୁକ୍ରବାର କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାରର ବ୍ଲକ ଛକରେ ଭାଜପା ନେତାମାନେ ବାଣ ଫୁଟାଇ ମିଠା ବାଣ୍ଟି ଉତ୍ସବ ପାଳିଛନ୍ତି।

କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଅଧ୍ୟକ୍ଷା ବୀଣା ପାଣି ନାୟକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଙ୍କ ବ୍ଲକ ପ୍ରତିନିଧି କମଳାକାନ୍ତ ଦାଶ , ମଣ୍ଡଳ ସଭାପତି ବ୍ରଜ ସେଠୀ,ବରିଷ୍ଠ ନେତା ଯୁଗଳ କିଶୋର ଦାଶ, ଯତୀନ୍ଦ୍ର କୁମାର ଦାଶ, ଦୀନବନ୍ଧୁ ମିଶ୍ର, ଦିଲୀପ କୁମାର ନାଏକ,ମହିଳା ନେତ୍ରୀ ସମୋବାରି ମୁଣ୍ଡା, ସୁବ୍ରତ କୁମାର ଦ୍ୱିବେଦୀ, ହରିଶ ମହାନ୍ତ, ସଞ୍ଜୟ ପଲେଇ, ଭାଗିରଥି ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ଅନୁରୂପ ଭାବେ ପାଟଣା ବ୍ଲକ ତୁରୁମୁଙ୍ଗା ସ୍ଥିତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକକାର୍ଯ୍ୟାଳୟ ସମ୍ମୁଖରେ ପାଟଣା ବିଧାୟକ ଆଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଭାଜପା ଜିନ୍ଦା ବାଦ, ଜୟ ଶ୍ରୀରାମ ନାରା ଦେଇ ବିଜୟ ଉତ୍ସବ ପାଳି ଛନ୍ତି ଭାଜପା ନେତା ଓ କର୍ମୀ । ଭାଜପାର ବିପୁଳ ବିଜୟକୁ ନେଇ ବିଧାୟକ ଖୁସି ବ୍ୟକ୍ତ କରିବା ସହ ନିଜେ ନାଚିନାଚି ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ଭାଜପାକୁ ଲୋକଙ୍କ ଅକୁଣ୍ଠ ସମର୍ଥନ ଓ ଭଲ ପାଇବା ଦେଇଥିବା ରୁଉଭୟ ନୂଆପଡ଼ା ଓ ବିହାର ଭୋଟରଙ୍କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ଭାଜପା ରାଜ୍ୟ ଓ ଦେଶର ବିକାଶ କୁ ଗୁରୁତ୍ୱ ଦେଇ ଲୋକଙ୍କ ପାଇଁ କାମ କରିବ ବୋଲି ବିଧାୟକ ଅଖିଳ ଚନ୍ଦ୍ର ନାଏକ କହିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦେଇପଶି ମଣ୍ଡଳ ସଭାପତି ଜୁଳୀୟସ ସିଂ ଭାଜପା ନେତା ରଜନୀକାନ୍ତ ମିଶ୍ର , ହୃଷିକେଶ ସାହୁ, ଜଳଧର ସାହୁ, ଇନ୍ଦ୍ରଜିତ ସାହୁ, ହୃଷିକେଶ ମହାନ୍ତ ,ତପନ ସାହୁ, ସଲିଳ ସାହୁ ,ଅଗସ୍ତି ପୃଷ୍ଟି ଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରକୃତ ଚିତ୍ର : ଭିତ୍ତିଭୂମି ଥାଇ ମଧ୍ୟ ଟ୍ରମା ସେଣ୍ଟର ନିର୍ମାଣରେ ବିଳମ୍ବ

କେସିଙ୍ଗା, ୬।୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହରରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ଭିତ୍ତିଭୂମି ଥିବା ସତ୍ତ୍ୱେ ବିଭିନ୍ନ ସମସ୍ୟା ଦେଖାଦେଉଛି।…

୧୯ଟିକିଆ ହାତୀପଲର ହାବୁଡ଼ରେ ମଣିଷ ଜୀବନ

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପିଢ଼ ଅନ୍ତର୍ଗତ ନିଲାମୁଣ୍ଡି ସାହି ନିକଟରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରରର ସନ୍ଧ୍ୟା…

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ଓଭରବ୍ରିଜ ନିକଟରେ ପଡ଼ିଛି ମୃତଦେହ: ବଢ଼ୁଛି ସନ୍ଦେହ

କେନ୍ଦୁଝର, ୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୨୦ର ରାଇସୁଆଁ ରେଳ ଓଭରବ୍ରିଜ ନିକଟରୁ ସଦର ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri