Posted inଜାତୀୟ

ହେମନ୍ତଙ୍କ ବୋଟ୍‌ ପିକ୍‌ନିକ୍‌କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ,୨୯।୮ : ଖଣି ଲିଜ୍‌ ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ସୁପାରିସ କରିଥିବାବେଳେ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ରାଜ୍ୟ ରାଜନୀତିରେ ସଙ୍କଟ ଦେଖାଦେଇଥିବାବେଳେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀ ସୋରେନ ଶାସକ ବିଧାୟକମାନଙ୍କୁ ଲକ୍‌ଜୁରିୟସ୍‌ ବସ୍‌ରେ ନେଇ ଖୁଣ୍ଟି ଜିଲା ଲତ୍ରାତୁ ଡ୍ୟାମ୍‌ରେ ନୌବିହାର କରିବା ଘଟଣାକୁ ଭାଜପା କଡ଼ା ସମାଲୋଚନା କରିଛି।
ନିଜ ନାମରେ ଖଣି ଲିଜ୍‌ ନେଇଥିବା ମୁଖ୍ୟମନ୍ତ୍ରୀ ସୋରେନଙ୍କ ବିଧାୟକ ପଦ ରଦ୍ଦ ଲାଗି ଇସି ଶୁକ୍ରବାର ରାଜ୍ୟପାଳ ରମେଶ ବୈଶଙ୍କୁ ସୁପାରିସ କରିଥିଲେ। ତାଙ୍କ ବିରୋଧରେ ରାଜ୍ୟପାଳ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ରାଜନୈତିକ ଅନିଶ୍ଚିତତାକୁ ନେଇ ରାଜ୍ୟର ଶାସକ କଳ ଅଚଳ ହୋଇପଡ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ପିକ୍‌ନିକରେ ବ୍ୟସ୍ତ ରହିବା ଲଜ୍ଜାଜନକ ଘଟଣା ବୋଲି ଭାଜପା ନେତା ବାବୁଲାଲ ମାରାଣ୍ଡି ରବିବାର କହିଛନ୍ତି। ରାଜ୍ୟପାଳ ସୋରେନଙ୍କ ସଭ୍ୟପଦ ରଦ୍ଦ କରିବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ଭାନୁପ୍ରତାପ ଶାହି ଦାବି କରିଛନ୍ତି। ଅନ୍ୟପକ୍ଷରେ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ଉପା ମେଣ୍ଟ ଇସ୍ତଫା ଦାବିକୁ ଅଗ୍ରାହ୍ୟ କରିଛି। ଶାସନ ଜାରି ରଖିବା ଲାଗି ବିଧାନସଭାରେ ସେମାନଙ୍କର ସଂଖ୍ୟାଗରିଷ୍ଠତା ରହିଥିବା ଉପା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ୧୫ ବର୍ଷ ଶାସନର ଘଟିଲା ପତନ: ପଶ୍ଚିମବଙ୍ଗରେ ପ୍ରଥମଥର ପାଇଁ ସରକାର ଗଢ଼ିବ ଭାଜପା

କୋଲକାତା,୪ା୫(ପି.ଟି.):ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତ୍ତନ ଆଣିଛି। ଏଠାରେ ଭାଜପା ବିପୁଳ ବିଜୟ ହାସଲ ସହ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବାକୁ…

ଆସାମରେ ହ୍ୟାଟ୍ରିକ୍‌ କଲା ଭାଜପା: କଂଗ୍ରେସ ଆଶା ଧୂଳିସାତ୍‌

ଗୁଆହାଟୀ,୪ା୫:ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମର ୧୨୬ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ନେତୃତ୍ୱରେ ଏନ୍‌ଡିଏ କ୍ରମାଗତ ତୃତୀୟ ଥର ପାଇଁ ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ…

ରସଗୋଲା କାହାର, ଓଡ଼ିଶାର ନା ପଶ୍ଚିମବଙ୍ଗର: ଭାଜପାର ମହାବିଜୟ ପରେ ଖୋଲାଖୋଲି ଧର୍ମେନ୍ଦ୍ର ପ୍ରଧାନ ଦେଲେ ଏମିତି ଜବାବ

କୋଲକାତା,୪।୫: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ନିର୍ବାଚନ ଫଳାଫଳରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି ଏବଂ ୧୫ ବର୍ଷ ଧରି ଶାସନ କରୁଥିବା…

କ୍ଷମତା ତ ଦୂରର କଥା, ନିଜ ଆସନ ମଧ୍ୟ ବଞ୍ଚାଇ ପାରିଲେନି ଦିଦି, ବିଜୟୀ ହେବା ପରେ ଶୁଭେନ୍ଦୁ ଅଧିକାରୀ କହିଲେ- ମମତାଙ୍କୁ ପରାସ୍ତ କରିବା…

କୋଲକାତା,୪।୫: ଭାରତୀୟ ଜନତା ପାର୍ଟି (ଭାଜପା) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି। ୨୯୪ ସଦସ୍ୟ ବିଶିଷ୍ଟ ବଙ୍ଗଳା ବିଧାନସଭାରୁ ଭାଜପା ୨୦୮ଟି…

ଧୋତି-କୁର୍ତ୍ତା ପିନ୍ଧି ଧମାକାଦାର ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ଭାଜପାର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ସମାବେଶକୁ ସମ୍ବୋଧିତ କରିବାକୁ ପହଞ୍ଚିଥିଲେ।…

୫ ପ୍ରତିଶ୍ରୁତି ପୂରଣ କରିବାକୁ ପଶ୍ଚିମବଙ୍ଗ ଲୋକଙ୍କୁ କଥା ଦେଲେ ପ୍ରଧାନମନ୍ତ୍ରୀ: କହିଲେ ପ୍ରଥମ ବୈଠକରେ ହିଁ କରାଯିବ ଲାଗୁ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୯୩ ଆସନରୁ ୨୦୪ ଆସନ ଜିତି ଏକ ବିଶାଳ ବିଜୟ ହାସଲ କରିଛି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଏକ ବିଜୟ…

ମେସିଙ୍କ ଯୋଗୁ ହାରିଗଲେ ମମତା ଦିଦି! ପରାଜୟ ପରେ ଟିଏମସିକୁ ଟ୍ରୋଲିଂ, ଜାଣନ୍ତୁ କାହିଁକି…

କୋଲକାତା,୪।୫: କିଛି ମାସ ପୂର୍ବରୁ, ଫୁଟବଲ ଆଇକନ ଲିଓନେଲ ମେସି ଭାରତ ଗସ୍ତ କରିଥିଲେ। ସାରା ଦେଶରେ ତାଙ୍କର ଗସ୍ତ ସୁରୁଖୁରୁରେ ଚାଲିଥିବାବେଳେ, କୋଲକାତାରେ ବ୍ୟାପକ ଉତ୍ତେଜନା…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟନ୍‌: ସ୍ବାଧୀନତା ପରେ ପ୍ରଥମଥର ପାଇଁ…

ଥିରୁଭାନନ୍ତପୁରମ୍‌,୪।୫: କେରଳମ୍‌ ବିଧାନସଭା ନିର୍ବାଚନର ଫଳାଫଳ ଆସିଛି, ଯଦିଓ ବର୍ତ୍ତମାନ ଅନେକ ନିର୍ବାଚନମଣ୍ଡଳୀରେ ଭୋଟ ଗଣତି ଚାଲିଛି। ଧାରା ଅନୁସାରେ, ବାମପନ୍ଥୀମାନେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri