Posted inଜାତୀୟ

ଏମ୍‌ସିଡି ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଯୋଜନା, ଝୁମ୍ପୁଡ଼ି ବସ୍ତିରେ ଖୋଲିବ ନମୋ ସେବା କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ(ଏମ୍‌ସିଡି) ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜଧାନୀର ଝୁମ୍ପୁଡ଼ି ବସ୍ତିରେ ନମୋ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି। ରବିବାର ଦଳର ନେତାମାନେ ଏନେଇ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଚଳିତ ବର୍ଷ ଶେଷରେ ହେବାକୁ ଥିବା ପୌରସଂସ୍ଥା ନିର୍ବାଚନ ପୂର୍ବରୁ ଏଭଳି କରାଯିବାକୁ ଯୋଜନା ରହିଛି। ଏଥିପାଇଁ ବର୍ତ୍ତମାନର କୋଭିଡ ଲହର ହ୍ରାସ ପାଇବାକୁ ଭାଜପା ପକ୍ଷରୁ ଅପେକ୍ଷା କରାଯାଇଛି।

ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ରବିବାର କହିଛନ୍ତି ଯେ ଏହି ନମୋ କେନ୍ଦ୍ର ଖୋଲିବା ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତା ସପ୍ତାହରେ କୋଭିଡ ମାମଲା ହ୍ରାସ ପାଇବା ପରେ ଆମେ ପ୍ରାୟ ୨୦-୨୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ଝୁମ୍ପୁଡ଼ି ବସ୍ତିଗୁଡିକରେ କେନ୍ଦ୍ର ଖୋଲିବାକୁ ଯୋଜନା କରିଛୁ। ଗତ ବର୍ଷ ଅକ୍ଟୋବରରେ, ରାଜଧାନୀର ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚିବା ପାଇଁ ଦିଲ୍ଲୀ ଭାଜପା ପକ୍ଷରୁ ଝୁମ୍ପୁଡ଼ି ବସ୍ତିରେ ସମ୍ମାନ ଯାତ୍ରା ଆରମ୍ଭ କରାଯାଇଥିଲା।

୭୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନମୋ ସେବା କେନ୍ଦ୍ର ଖୋଲାଯିବାକୁ ଯୋଜନା ହୋଇଛି। ଏକ ଆକଳନ ଅନୁସାରେ ଦିଲ୍ଲୀର ଝୁମ୍ପୁଡ଼ି ବସ୍ତିରେ ୨୦ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆସିଥାନ୍ତି। ଦ୍ରୁତ ସହରୀକରଣ ମଧ୍ୟରେ ଆଜି ମଧ୍ୟ ଏହି ବସ୍ତିଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ, ସ୍ବିରେଜ ଏବଂ ପରିମଳ, ସ୍ବାସ୍ଥ୍ୟ ସୁବିଧା ଭଳି ମୌଳିକ ସୁବିଧାର ଅଭାବ ରହିଛି। ପ୍ରତ୍ୟେକ ନମୋ କେନ୍ଦ୍ର ଏଭଳି ସମସ୍ୟାକୁ ଦୂର କରିବା ପାଇଁ କାର୍ଯ୍ୟ କରିବ।

ଦିଲ୍ଲୀରେ ପ୍ରାୟ ୭୦୦ଟି ବସ୍ତି କ୍ଲଷ୍ଟର ଅଛି ଯେଉଁଠାରେ ଗତ ନିର୍ବାଚନରେ ଭାଜପା ସଫଳ ହୋଇ ନ ଥିଲା। ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଏହା ପୂର୍ବରୁ କଂଗ୍ରେସ ଝୁମ୍ପୁଡ଼ି ବସ୍ତି ଭୋଟରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୭.୩୪ ଲକ୍ଷ କୋଟି ଆଦାୟ ବ୍ୟାଙ୍କ ଋଣରୁ ୫ ବର୍ଷରେ ୧୪% ଅସୁଲ ହୋଇଛି

ନୂଆଦିଲ୍ଲୀ,୨୯ା୩: ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡୁବିଥିବା ୭.୩୪ ଲକ୍ଷ କୋଟି ଟଙ୍କା ଋଣରୁ ମାତ୍ର ୧୪ ପ୍ରତିଶତ...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ...

ସିସୋଡିଆଙ୍କ ସମସ୍ୟା ବଢ଼ିଲା: ସିବିଆଇ ଚାର୍ଜଶିଟରେ ନାମ ଅନ୍ତର୍ଭୁକ୍ତ…

ନୂଆଦିଲ୍ଲୀ,୨୫।୪ : ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ମଙ୍ଗଳବାର ରାଉସ ଆଭେନ୍ୟୁ କୋର୍ଟରେ ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଛି। ଯେଉଁଥିରେ ପ୍ରଥମ ଥର...

ଛୋଟ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୨ା୭(ଆଇଏଏନ୍‌ଏସ୍‌):ପାର୍ଲାମେଣ୍ଟର ସ୍ଥାୟୀ କମିଟିଗୁଡ଼ିକ ବସିବା ପରେ ଏବେ ମୌସୁମୀ ଅଧିବେଶନ ଆୟୋଜନ ପାଇଁ ଉଦ୍ୟମ ଚାଲିଛି। ପୂର୍ବରୁ ଅଣାଯାଇଥିବା ଅଧ୍ୟାଦେଶଗୁଡ଼ିକୁ ଗୃହୀତ କରାଇବା ପାଇଁ କେନ୍ଦ୍ର...

୧୭ ଏମ୍‌ପି କରୋନା ପଜିଟିଭ

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ସଦସ୍ୟଙ୍କ କରୋନା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିଲା । ଏବେ ଏମାନଙ୍କ ମଧ୍ୟରୁ ୧୭...

ଅକ୍ସିଜେନ ପାଇଁ ୧,୩୦୦ କି.ମି.

ରାଞ୍ଚତ୍, ୨୯।୪: ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ତାଙ୍କର କରୋନା ସଂକ୍ରମିତ ବନ୍ଧୁଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ଼ କରିବାକୁ ୨୪ ଘଣ୍ଟା ମଧ୍ୟରେ ୧,୩୦୦ କିଲୋମିଟର...

ହିଂସ୍ର ହେଉଛି ସିଏଏ ବିରୋଧୀ ଆନ୍ଦୋଳନ: ୟୁପିରେ ଗଲାଣି ୧୭ ଜୀବନ

ଲକ୍ଷ୍ନୌ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଉତ୍ତରପ୍ରଦେଶରେ ବିକ୍ଷୋଭ ହିଂସାରେ ୩ ଦିନରେ ୧୭ ଜଣଙ୍କ ଜୀବନ ଗଲାଣି।...

୧୨ ମନ୍ତ୍ରୀ ଧରାଶାୟୀ : ମଇଦାନରେ ଥିଲେ ୩୧…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ର ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତ ସହ ନିର୍ବାଚନରେ ବିଜୟୀ ହୋଇ କଂଗ୍ରେସ ଭାଜପା ହାତରୁ କ୍ଷମତା ଛଡ଼ାଇ...

Advertisement
Archives

Model This Week