Odisha Elections 2024

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଘୋଷଣା କରିଛନ୍ତି। ସେ କହିଛନ୍ତି, ହଜିଥିବା ରତ୍ନଭଣ୍ଡାର ଚାବିର ତଦନ୍ତ ହେବ ଏବଂ ରତ୍ନଭଣ୍ଡାର ଖୋଲାଯିବ।ରତ୍ନ ଗଣତି, ମଣତି କରାଯାଇ ତଥ୍ୟ ସାର୍ବଜନୀନ ହେବ। କ୍ଷତିଗ୍ରସ୍ତ ହୋଇଥିବା ମଠ ଗୁଡ଼ିକର ପୁନରୁଦ୍ଧାର କରାଯିବ। କେବଳ ଏତିକି ନୁହେଁ, ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲି ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନରେ ଚାଲିଥିବା ଅବ୍ୟବସ୍ଥା ଦୂର କରାଯିବ। ଶ୍ରୀମନ୍ଦିର ପ୍ରଶାସନକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ପରିଚାଳନା କରାଯିବ।
ଏହାସହ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି। ମହିଳା ନିର୍ଯାତନାରେ ଓଡ଼ିଶା ଦେଶରେ ନମ୍ବର-୧ ହୋଇଛି। ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଛନ୍ତି, ଏଠାକାର ସରକାରଙ୍କୁ ସେ ବିଷୟରେ ଚିନ୍ତା ନାହିଁ। ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳୁନାହିଁ। ବଳାତ୍କାର, ହତ୍ୟାରେ ବିଜେଡି ଦଳର ନେତା ସଂପୃକ୍ତ ଅଛନ୍ତି। ବିଜେଡିର ୪୫ରୁ ଅଧିକ ବିଧାୟକ ବିଭିନ୍ନ ଅପରାଧରେ ସଂପୃକ୍ତ ଅଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ଏଠାରେ ଆୟୁଷ୍ମାନ ଭାରତ ଲାଗୁ ହେଉନି। ସ୍ବାସ୍ଥ୍ୟ ବ୍ୟବସ୍ଥା, ହସ୍ପିଟାଲ କୋମାକୁ ଚାଲିଯାଇଛି। ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି।
ସରକାରକୁ ଆସିବାକୁ ଆମେ ନିର୍ବାଚନ ଲଢୁଛୁ। ବିରୋଧୀ ଦଳରେ ବସିବାକୁ ଆମେ ନିର୍ବାଚନ ଲଢୁନୁ ବୋଲି ନଡ୍ଡା ସ୍ପଷ୍ଟ କରିଛନ୍ତି।
ରାଜ୍ୟ ଭାଜପାର ଇସ୍ତାହାରରେ ବିଶେଷ କରି ୪ଟି ବର୍ଗକୁ ଫୋକସ କରାଯାଇଛି। ଏଥିରେ ଯୁବ, ମହିଳା ଓ କୃଷକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସୂଚନା ମିଳୁଛି। ଏହି ଅବସରରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହାପରେ ନଡ୍ଡା ଦଳର ବରିଷ୍ଠ ନେତାମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ସାରେ କଟକଠାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଚା’ ବାଲାର ପୁଅ ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ,୧୮।୫: ଲୋକ ସଭା ନିର୍ବାଚନ ମଧ୍ୟରେ ​​କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ବଡ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ସେ ପ୍ରତିକ୍ରିୟା...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri