Posted inଜାତୀୟ

ଭାଜପାକୁ ‘ବେଲାଗାଭି’ ଅଡୁଆ

ବେଙ୍ଗାଲୁରୁ/ମୁମ୍ବାଇ/ନୂଆଦିଲ୍ଲୀ,୧୯ା୧୨: ପୁଣିଥରେ ମୁଣ୍ଡ ଟେକିଛି ୭ ଦଶନ୍ଧି ପୁରୁଣା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ। ଉତ୍ତର କର୍ନାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲାଗାଭିକୁ ନେଇ ଦୁଇ ଭାଜପା ଶାସିତ ରାଜ୍ୟ ମୁହଁାମୁହଁି। ଉଭୟ ପକ୍ଷର ବାକ୍‌ଯୁଦ୍ଧ ଜାତୀୟ ରାଜନୀତିକୁ ସରଗରମ କରିଥିବାବେଳେ ସୋମବାର ଦୁଇରାଜ୍ୟର ବିଧାନସଭା ଅଧିବେଶନ ଆରମ୍ଭ ହେଉଛି। ଏଭଳି ସ୍ଥିତିରେ ବେଲାଗାଭି ବିବାଦ କେନ୍ଦ୍ରରେ କ୍ଷମତାସୀନ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ପାଇଁ ଅଡ଼ୁଆ ସାଜିଛି।
ମହାରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ବେଲାଗାଭିକୁ ନେଇ ଆନ୍ତଃ ରାଜ୍ୟ ସୀମା ବିବାଦ ତେଜିବାରେ ଲାଗିଛି। ମହାରାଷ୍ଟ୍ରର ଦାବି ବିରୋଧରେ କର୍ନାଟକ ସରକାର ସୋମବାର ବେଲାଗାଭିସ୍ଥିତ ବିଧାନସଭାର ଦ୍ୱିତୀୟ ଗୃହରେ ପ୍ରତୀକାମତ୍କ ଅଧିବେଶନ ଡାକିଛନ୍ତି। ସୁବର୍ଣ୍ଣ ବିଧାନସୌଧରେ ପୂର୍ବାହ୍ନ ୧୧ଟାରେ ଏହି ଅଧିବେଶନ ଆରମ୍ଭ ହେବ। ସେହିପରି ମହାରାଷ୍ଟ୍ର ବିଧାନସଭାର ଶୀତ ଅଧିବେଶନ ମଧ୍ୟ ସୋମବାର ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଉଭୟ ରାଜ୍ୟର ବିଧାନସଭାରେ ବେଲାଗାଭି ପ୍ରସଙ୍ଗକୁ ନେଇ ଜୋରଦାର ବିତର୍କ ହେବ। ମହାରାଷ୍ଟ୍ର ଓ କର୍ନାଟକର ବିବାଦୀୟ ସୀମାରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କାରଣ ଉଭୟ ବାସବରାଜ ବୋମାଇ ଓ ଏକନାଥ ଶିନ୍ଦେଙ୍କୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବୈଠକରୁ କୌଣସି ସକାରାମତ୍କ ନିଷ୍କର୍ଷ ବାହାରିପାରି ନାହିଁ।

ଗତ ବୁଧବାର ବୈଠକ ପରେ ଗଣମାଧ୍ୟମକୁ ଶାହା କହିଥିଲେ, ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ସୁପ୍ରିମକୋର୍ଟ ରାୟ ନ ଆସିବା ଯାଏ କେହି ଉକ୍ତ ବିବାଦୀୟ ଅଞ୍ଚଳକୁ ନେଇ ନିଜ ପକ୍ଷରୁ କୌଣସି ଦାବି କରିବେ ନାହିଁ। ଆଲୋଚନା ଜରିଆରେ ଏହାର ସମାଧାନ କରାଯିବ। ଦୁଇ ରାଜ୍ୟର ୩ ଜଣ ଲେଖାଏ ମନ୍ତ୍ରୀଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଇତିମଧ୍ୟରେ ମହାରାଷ୍ଟ୍ରର ଏକୀକରଣ ସମିତି ଅଧିବେଶନର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦୁଇ ରାଜ୍ୟର ଭାଜପା ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ମଧ୍ୟ ଯଥାସାଧ୍ୟ ଉଦ୍ୟମ କରିଛି

୨୦୦୪ରୁ ସୁପ୍ରିମକୋର୍ଟରେ ବେଲାଗାଭି ବିବାଦ ବିଚାରାଧୀନ ଥିବାବେଳେ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ଗତ ନଭେମ୍ବର ୩୦ରେ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ରାଜି ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଦୁଇ ରାଜ୍ୟର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍‌ଯୁଦ୍ଧ ଥମିବାର ନଁା ନେଉନାହିଁ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମତରେ ତାଙ୍କ ରାଜ୍ୟର ଗୋଟିଏ ହେଲେ ଗଁା କର୍ନାଟକକୁ ଯିବ ନାହିଁ। ଏହାର ଜବାବରେ କର୍ନାଟକ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ମହାରାଷ୍ଟ୍ରର ସବୁ ଦଳ ସୀମା ବିବାଦକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହି ଦୀର୍ଘ ଆଇନଗତ ଲଢ଼େଇରେ ମହାରାଷ୍ଟ୍ର କେବେହେଲେ ସଫଳ ହେବ ନାହିଁ। ଡିସେମ୍ବର ୧ରେ କର୍ନାଟକ ରକ୍ଷଣ ବେଦିକା(କନ୍ନଡ ଜାତୀୟତାବାଦୀ ସଙ୍ଗଠନ)ର ସଦସ୍ୟମାନେ ମହାରାଷ୍ଟ୍ରରୁ ବେଲାଗାଭିକୁ ଯାଉଥିବା ବସ୍‌ ଯାତ୍ରୀମାନଙ୍କୁ ଟେକାମାଡ଼ କରିଥିଲେ। ସେମାନେ ୬ ତାରିଖରେ ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ପ୍ରସ୍ତାବିତ ଗସ୍ତ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଦୁଇ ମନ୍ତ୍ରୀ ଗସ୍ତ ବାତିଲ କରିଦେଇଥିଲେ। ଏହାର ପ୍ରତିବାଦରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ କର୍ନାଟକ ରାଜ୍ୟ ପରିବହନ ନିଗମର ବସ୍‌ଗୁଡ଼ିକୁ ପୁଣେରେ ଆକ୍ରମଣ କରିଥିଲେ। ଇତିମଧ୍ୟରେ ମହାରାଷ୍ଟ୍ର ସରକାର କର୍ନାଟକକୁ ବସ୍‌ ଚଳାଚଳ ବନ୍ଦ କରିଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନେତୃତ୍ୱାଧୀନ ଧର୍ମନିରପେକ୍ଷ ଜନତା ଦଳ (ଜେଡିୟୁ) ମଧ୍ୟ ବେଲାଗାଭି ଉପରେ ମହାରାଷ୍ଟ୍ରର ଦାବିକୁ ପ୍ରତ୍ୟାଖ୍ୟାନ କରିଛି।

ଉଦ୍ଧବ ଗୋଷ୍ଠୀ ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ୍‌ କହିଛନ୍ତି, ମହାରାଷ୍ଟ୍ରରେ ଏବେ ଭୀରୁ ସରକାର ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧାବସାନ ପାଇଁ ମଧ୍ୟସ୍ଥତା କରିପାରୁଛନ୍ତି। କିନ୍ତୁ ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦର ସମାଧାନ ଲାଗି ତାଙ୍କ ପାଖରେ ସମୟ ନାହିଁ। ଏହା ଜଣେ ଭଲ ରାଜନେତାଙ୍କ ଲକ୍ଷଣ ନୁହେଁ ବୋଲି ଶିବସେନା ମୁଖପତ୍ର ‘ସାମ୍‌ନା’ ସମ୍ପାଦକୀୟରେ ସଞ୍ଜୟ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏତିକି ଦିନ ପାଇଁ ଅସ୍ତ୍ରବିରତି ଘୋଷଣା: ୨ ନେତାଙ୍କୁ ଧନ୍ୟବାଦ ଦେଲା ଇରାନ, କହିଲା ଏମାନଙ୍କ ପାଇଁ…

ଓ୍ବାଶିଂଟନ୍‌,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇ ସପ୍ତାହ ପାଇଁ…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri