Posted inଜାତୀୟ

ବିହାର ବିଧାନସଭା ନିର୍ବାଚନରେ ଭାଜପାର ୧୧ ସଂକଳ୍ପ: ମାଗଣା କରୋନା ଟିକା-୧୯ଲକ୍ଷଙ୍କୁ ନିଯୁକ୍ତି

ପାଟନା, ୨୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ୧୧ ସଂକଳ୍ପ ଥିବା ଘୋଷଣା ପତ୍ର ଗୁରୁବାର ଜାରି କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଘୋଷଣା ପତ୍ର ଜାରି କରାଯାଇଛି। ଏହି ଅବସରରେ ରାଜ୍ୟ ଭାଜପା ଅଧ୍ୟକ୍ଷ ସଞ୍ଜୟ ଜୟସ୍ବାଲ, ଭୂପେନ୍ଦ୍ର ଯାଦବ, ନିତ୍ୟାନ୍ଦ ରାୟ, ଅଶ୍ୱିନୀ ଚୌବେ, ପ୍ରମୋଦ କୁମାର ପ୍ରମୁଖ ଉପସ୍ଥିତଥିଲେ। ରାଜ୍ୟରେ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି। ସେହିପରି ୧୯ ଲକ୍ଷ ବେକାରଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ ସହିତ ଏକ କୋଟି ମହିଳାଙ୍କୁ ଆତ୍ମନିର୍ଭର କରାଇବା ଲକ୍ଷ୍ୟକୁ ଘୋଷଣା ପତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୦ ସୁଦ୍ଧା ରାଜ୍ୟର ୩୦ ଲକ୍ଷ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବା ସହିତ ଦରଭଙ୍ଗାରେ ଏମ୍ସ୍‌ ସ୍ଥାପନର ପ୍ରତିଶ୍ରୁତି ଭାଜପା ପକ୍ଷରୁ ଦିଆଯାଇଛି। ମେଡ଼ିକାଲ, ଇଞ୍ଜିନିୟରିଂ ଅନ୍ୟ ଜ୍ଞାକୌଶଳ ଭିତ୍ତିକ ଶିକ୍ଷା ହିନ୍ଦୀ ଭାଷାରେ ଉପଲବ୍ଧ କରାଇବାକୁ ଘୋଷଣା ପତ୍ରରେ କୁହାଯାଇଛି। ୨ ବର୍ଷର ୧୫ ନୂଆ ପ୍ରକିୟାକରଣ ଉଦ୍ୟୋଗ ସ୍ଥାପନ, ମଧୁର ମାଛ ଉତ୍ପାଦନ ବୃଦ୍ଧି ଆଦି ଲୋଭନୀୟ ପ୍ରତିଶ୍ରୁତି ଘୋଷଣା ପତ୍ରରେ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରୋ ପ୍ରକାଶ କଲା ମିଶନ୍‌ ଚନ୍ଦ୍ରାୟାନ-୨’ର ପ୍ରାରମ୍ଭିକ ତଥ୍ୟ

ବେଙ୍ଗାଲୁରୁ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଗୁରୁବାର ‘ଚନ୍ଦ୍ରାୟାନ-୨’ ମିଶନ୍‌ର ପ୍ରାରମ୍ଭିକ ତଥ୍ୟ ପ୍ରକାଶ କରିଛି। ଦେଶର ଦ୍ୱିତୀୟ ଚନ୍ଦ୍ର ମିଶନ ଗତବର୍ଷ ଜୁଲାଇ...

କଡ଼ା ସୁରକ୍ଷା ମଧ୍ୟରେ ଆତିକ ଅହମ୍ମଦଙ୍କୁ ଅଣାଯାଉଛି ପ୍ରୟାଗରାଜ

ପ୍ରୟାଗରାଜ,୨୬।୩: ଉତ୍ତରପ୍ରଦେଶର ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଏମ୍‌ପି ଆତିକ ଅହମ୍ମଦଙ୍କୁ ରବିବାର ଗୁଜରାଟର ସାବରମତି ଜେଲରୁ ୟୁପିର ପ୍ରୟାଗରାଜ ଜେଲକୁ...

ଭୋଟରଙ୍କୁ କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୧୦ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସହାରନପୁରରେ ଏକ ବଡ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି । ଯେତେବେଳେ ସେ ଏହି ରାଲିରେ ଭାଷଣ...

ଏବେ ଚୁଲି ଜଳାଇବା ବି ମହଙ୍ଗା !…

ନୂଆଦିଲ୍ଲୀ,୨୩।୧୦: ଦେଶରେ ଖାଦ୍ୟଶସ୍ୟଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଆଦିର ଦାମ ବୃଦ୍ଧି ପାଇଛି। ଏବେ ଚୁଲି ଜଳାଇବା ବି ମହଙ୍ଗା ହେବାକୁ ଯାଉଛି।...

ଜାନୁୟାରୀ ୨୬ ପରେଡରେ ସ୍ବାଧୀନତାର ୭୫ ବର୍ଷ-ନାରୀଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୧୩।୯ : ଆସନ୍ତା ବର୍ଷ ୨୦୨୩ ଜାନୁୟାରୀ ୨୬ ପରେଡରେ କେନ୍ଦ୍ର ସରକାର ତିନୋଟି ସ୍ବତନ୍ତ୍ର ଥିମ ଆଧାରିତ ପ୍ରଜ୍ଞାପନ ମେଢ଼ ପାଇଁ ପ୍ରସ୍ତାବ...

ଆଧାର ଲିଙ୍କ୍‌ କରିବାକୁ ବାଧ୍ୟ କରାଯାଉଛି: ଟିଏମ୍‌ସି ମୁଖପାତ୍ର

ନୂଆଦିଲ୍ଲୀ,୨୩।୮: ଭୋଟର ପରିଚୟପତ୍ର ସହ ଆଧାର ନମ୍ବର ସଂଯୋଗ କରିବା ଲାଗି ଲୋକଙ୍କୁ ବାଧ୍ୟ କରାଯାଉଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖପାତ୍ର ସାକେତ ଗୋଖ୍‌ଲେ ଅଭିଯୋଗ...

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ପଦରେ ରହିବେ ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରା, କୋର୍ଟ ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୭: ସୁପ୍ରିମକୋର୍ଟ ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରାଙ୍କୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଇଡି ନିର୍ଦ୍ଦେଶକ ପଦରେ ରହିବାକୁ ଅନୁମତି ଦେଇଛନ୍ତି। କେନ୍ଦ୍ର ସରକାର ଇଡି ନିର୍ଦ୍ଦେଶକ...

ଲକ୍‌ଡାଉନ୍‌ ଯୋଗୁ ବ୍ୟବସାୟ ପ୍ରଭାବିତ, ଏମିତି ପଦକ୍ଷେପ ନେଲେ ଚା’ ଦୋକାନୀ

କୋଲକତା,୧।୯: ପଶ୍ଚିମବଙ୍ଗର ସିଲଗୁଡିରେ ଏକ ଅଭାବନୀୟ ଘଟଣା ଘଟିଛି। ଏନଜେପି ରେଳ ଷ୍ଟେଶନ ପାଖରେ ଜଣେ ଚା’ ଦୋକାନୀ ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ...

Advertisement
Archives

Model This Week