ଅପହରଣ ମାମଲାରେ ଜେଲଗଲେ ଭାଜପା ଯୁବମୋର୍ଚ୍ଚା ସଭାପତି

ସମ୍ବଲପୁର,୨୧ା୨(ବ୍ୟୁରୋ): ସମ୍ବଲପୁର ଜିଲାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀ ନିଶିକାନ୍ତ ଦୀକ୍ଷିତଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଭାଜପାର ୭ଜଣ ଗିରଫ ହୋଇ ଜେଲ ଯାଇଛନ୍ତି। ସେମାନେ ହେଲେ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି, କୁମୁଦ ପ୍ରସାଦ ପ୍ରଧାନ(୨୩), ଅଲେଖ ପଟ୍ଟନାୟକ( ୨୪), ଦେବାଶିଷ ପର୍ଡିିଆ(୨୪), ସଞ୍ଜୟ ଖଡିଆ( ୨୩), ଦିନେଶ କୁମାର ସାହୁ( ୩୩), ସୁଦିପ୍ତ କୁମାର ପରିଡା( ୩୦) । କୁଚିଣ୍ଡା ସବ୍‌ ଡିଭିଜନାଲ କୋର୍ଟରେ ସେମାନଙ୍କୁ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜକୁ ପଠାଇ ଦିଆଯାଇଛି। ଥାନାରେ ଦଫା ୩୦୭, ୩୬୪, ୨୯୪, ୩୪ ଆଇପିସିରେ ଏକ ମାମଲା(୧୯/୨୧) ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ବିଜେଡି କର୍ମୀ ନିଶିକାନ୍ତ କାର (ନଂ ଓଡି୦୨ଏଚ୧୫୦୦)ରେ ସମ୍ବଲପୁରରୁ ଖର୍ସନମାଲ ଆସୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଏକ ବୋଲେରୋ (ନଂ ଓଡି ୧୫କ୍ୟୁ-୮୭୭୩) ଯୋଗେ ତାଙ୍କୁ ପିଛା କରି ଖର୍ସନମାଲ ଗ୍ରାମ ନିକଟରେ ଅଟକାଇଥିଲେ। ପରେ ସେମାନେ ନିଶିକାନ୍ତଙ୍କୁ ବୋଲେରୋରେ ଅପହରଣ କରି ନେଇଥିଲେ। ଏହାପରେ କୁଲୁଣ୍ଡି ଜଙ୍ଗଲ ପଟକୁ ନେଇ ମାରପିଟ କରିବା ସହ ଜୀବନରେ ମାରି ଦେବାକୁ ଉଦ୍ୟମ କରିଥିଲେ। ଏହି ସମ୍ପର୍କରେ ଖବର ପାଇ ପୋଲିସ ଟିମ୍‌ ପିଛା କରିଥିଲା। ଅପହରଣକାରୀ ଏହା ଜାଣି ତାଙ୍କୁ ଜଙ୍ଗଲରେ ଛାଡି ଦେଇ ଫେରାର ହୋଇଯାଇଥିଲେ। ପରେ ପୋଲିସ ପହଞ୍ଚତ୍ ନିଶିକାନ୍ତଙ୍କୁ ଉଦ୍ଧାର କରିଥିଲା। ଏ ସମ୍ପର୍କରେ ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ପୋଲିସ ଉଦ୍ଧାର କରିବାକୁ ଟିମ୍‌ ଗଠନ କରିଥିଲା। ପରେ ଜଙ୍ଗଲ ଭିତରୁ ନିଶିକାନ୍ତଙ୍କୁ ଉଦ୍ଧାର କରାଯାଇଥିଲା ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri