Posted inଜାତୀୟ

ପୋଲିସ ଗୁଳିରେ ଭାଜପା କର୍ମୀଙ୍କ ମୃତ୍ୟୁ

ସିଲିଗୁଡ଼ି, ୮।୧୨: ପଶ୍ଚିମବଙ୍ଗର ସୋମବାର ଅପରାହ୍ନରେ ପୋଲିସ ସହ ସଂଘର୍ଷରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସିଲିଗୁଡ଼ିରେ ଉତ୍ତେଜନା ଦେଖାଦେଇଛି। ସିଲିଗୁଡିସ୍ଥିତ ଶାଖା ସଚିବାଳୟ କମ୍ପ୍ଲେକ୍ସ ବାହାରେ ତୃଣମୂଳ କଂଗ୍ରେସ ସରକାରଙ୍କ କୁଶାସନ ବିରୋଧରେ ଭାଜପା କର୍ମୀମାନେ ଆନ୍ଦୋଳନ ଚଳାଇଥିବାବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ ଗୁଳିରେ ୫୦ ବର୍ଷୀୟ କର୍ମୀ ଉଲେନ ରାୟଙ୍କର ମୃତ୍ୟୁ ହୋଇଥିବା ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ କହିଛନ୍ତି। ଏହାର ପ୍ରତିବାଦରେ ମଙ୍ଗଳବାର ଉତ୍ତର ବଙ୍ଗଳାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ତେବେ ପୋଲିସ ଗୁଳି ଚଳାଇ ନ ଥିଲା ବୋଲି କହିଛି। ପୋଲିସ ପକ୍ଷରୁ କରାଯାଇଥିବା ବ୍ୟାରିକେଡକୁ ବିକ୍ଷୋଭକାରୀମାନେ ଟାୟାର ଜାଳି ପୋଡ଼ିଦେଇଥିଲେ। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପ୍ରଥମେ ପାଣି ମାଡ଼ ଓ ପରେ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବିକ୍ଷୋଭକାରୀମାନେ ପୋଡ଼ାଜଳା ଓ ପଥର ମାଡ଼ କରିବା ସହ ଗୁଳି ଚଳାଇଥିଲେ ବୋଲି ପୋଲିସ କହିଛି। ବରିଷ୍ଠ ଭାଜପା ନେତାମାନେ କୋଲକାତାରେ ରାଜ୍ୟପାଳ ଜଗଦୀପ୍‌ ଧନଖରଙ୍କୁ ଭେଟି ଉକ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସନାତନକୁ କୌଣସି ପ୍ରମାଣପତ୍ରର ଆବଶ୍ୟକତା ନାହିଁ’: ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ,୩୦ ।୩: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ବୁଧବାର ହରିଦ୍ୱାରରେ କହିଛନ୍ତି, ସନାତନ ଧର୍ମର ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ ।...

ଭାଜପା କୋର୍‌ କମିଟି ବୈଠକରେ ଯୋଗ ଦେଲେନି ପଙ୍କଜା ମୁଣ୍ଡେ

ମୁମ୍ବାଇ,୧୧।୧୨: ଭାଜପାର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୁବ୍‌ଶୀଘ୍ର...

ଚାଇନା ସହିତ ସମ୍ପର୍କ ଖରାପ ହେବାର କାରଣ କହିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୨୯ା୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚାଇନା ସହ ଭାରତର ସମ୍ପର୍କ ବିଗିଡ଼ିବା ନେଇ ଏକ କଥା କହିଛନ୍ତି। ସେ କହିଛନ୍ତି, ଭାରତ ସମସ୍ତ...

୬୧ଥର ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ୧୦୬ ବର୍ଷୀୟ କହ୍ନେୟା ଲାଲ୍‌ ଗୁପ୍ତା ୬୧ ଥର ଉତ୍ତର-ପୂର୍ବ ରେଲଓ୍ବେ ମଜ୍‌ଦୁର ୟୁନିୟନ୍‌ (ନେର୍‌ମୁ) ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ...

ନଦୀ ଭାରତୀୟ ସଂସ୍କୃତିର ପାଣ୍ଡୁଲିପି…

ନୂଆଦିଲ୍ଲୀ,୨୬।୯: ଅତି ପ୍ରାଚୀନ କାଳରୁ ନଦୀ ଭାରତୀୟ ସଂସ୍କୃତି ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ। ଭାରତୀୟ ପରମ୍ପରାରେ ନଦୀକୁ ଏକ ଜଡ଼ ବସ୍ତୁ ପରିବର୍ତ୍ତେ...

କିନ୍ନର ମାଗଣାରେ କରିପାରିବେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର…

ନୂଆଦିଲ୍ଲୀ,୨୫।୮ : କିନ୍ନର ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା କିନ୍ନରମାନେ ମାଗଣା ଲିଙ୍ଗ ପରିବର୍ତ୍ତନ...

ପୁଣି ଧନୀ ତାଲିକାରେ ବାଜି ମାରିଲେ ମୁକେଶ

ନୂଆଦିଲ୍ଲୀ,୮ ।୧୦: ଫୋର୍ବସ୍ ମାଗାଜିନ ଚଳିତ ବର୍ଷର ଟପ୍ ୧୦ ଧନି ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଏଥର କିଛି ନୂଆ ଧନି ବ୍ୟକ୍ତି...

ସିଭିଲ ହସ୍ପିଟାଲକୁ କାଳକୋଠରି କହିଥିବା ବିଚାରପତିଙ୍କୁ ବେଞ୍ଚ୍‌ରୁ ହଟାଗଲା

ନୂଆଦିଲ୍ଲୀ,୩୦ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଅହମଦାବାଦର ସିଭିଲ ହସ୍ପିଟାଲ କାଳକୋଠରିଠାରୁ ନିକୃଷ୍ଟ ବୋଲି କହିଥିବା ବିଚାରପତି ଇଲେଶ ଭୋରାଙ୍କୁ କୋଭିଡ୍‌ ମାମଲା ବିଚାର କରୁଥିବା...

Advertisement
Archives

Model This Week