ଓଡ଼ିଶାରେ ସରକାର ଗଢ଼ି ଇତିହାସ ରଚିବ ଭାଜପା: ନଡ୍ଡା

ଓଡ଼ିଶାରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଛି। ରାଜ୍ୟରେ ଭାଜପା ଅଦ୍ୟାବଧି କ୍ଷମତା ହାସଲ କରିପାରି ନ ଥିବାବେଳେ ଚଳିତ ନିର୍ବାଚନରେ କେନ୍ଦ୍ରୀୟ ନେତା ଆକଳନ କରୁଛନ୍ତି ଯେ, ସେମାନଙ୍କ ଦଳ ଏଥର ନିଶ୍ଚୟ ଅଧିକ ଆସନରେ ବିଜୟୀ ହୋଇ ଏକାକୀ ସରକାର ଗଠନ କରିବ। ଏପରିକି ଜୁନ୍‌ ୧୦ରେ ଜଣେ ଓଡ଼ିଆ ଝିଅ କିମ୍ବା ପୁଅ ଭାଜପାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କେନ୍ଦ୍ରୀୟ ନେତାମାନେ କହୁଛନ୍ତି। ଏହି କ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା ଓଡ଼ିଶାକୁ ପ୍ରଚାର ଗସ୍ତରେ ଆସିଥିବା ବେଳେ ‘ଧରିତ୍ରୀ’କୁ ଏକ ବିଶେଷ ସାକ୍ଷାତ୍‌କାର ଦେଇଛନ୍ତି। ତାଙ୍କୁ ଭେଟିଥିଲେ ଧରିତ୍ରୀର ଉପବାର୍ତ୍ତା ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ ଏବଂ ଖବରଦାତା ସୁନିତ୍‌ ମିଶ୍ର।

ପ୍ରଶ୍ନ- ୨୦୨୪ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଜୋରଦାର ଆଲୋଚନା ଆରମ୍ଭ ହୋଇଥିଲା। ଏହା ଦୀର୍ଘଦିନ ଧରି ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ମେଣ୍ଟ ହୋଇପାରି ନ ଥିବାବେଳେ ଏଭଳି ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପ୍ରଥମରୁ ନିଜ ମତ ସ୍ପଷ୍ଟ କରିବାରେ ଅସୁବିଧା କେଉଁଠି ଥିଲା?
ନଡ୍ଡା- ଓଡ଼ିଶାରେ ବିଜେଡି ସହ ମେଣ୍ଟ କରିବା ନେଇ ଆମେ କେବେହେଲେ ଆଲୋଚନା କରିନାହୁଁ। ଆମ ଦଳର ରାଜ୍ୟ ଶାଖା ଏଠାରେ ଏକୁଟିଆ ଲଢ଼େଇ କରିବା ଲାଗି ନିଜର ଆଭିମୁଖ୍ୟ ସ୍ପଷ୍ଟ ରଖିଥିଲା।

ପ୍ରଶ୍ନ- ଦୁଇ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ବିଜେଡି ପକ୍ଷରୁ କିଏ ଚାପ ପକାଉଥିଲେ?
ନଡ୍ଡା- ମେଣ୍ଟ ପାଇଁ କୌଣସି ଚାପ ନ ଥିଲା।

ପ୍ରଶ୍ନ- ଓଡ଼ିଶାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ପରେ ରାଜ୍ୟରେ ଦଳର ସଙ୍ଗଠନ ବିଷୟରେ କ’ଣ ଭାବୁଛନ୍ତି?
ନଡ୍ଡା-ରାଜ୍ୟ ଭାଜପା ଶାଖା ତଥା ଆମ ସଙ୍ଗଠନ ୨୦୧୯ ନିର୍ବାଚନ ତୁଳନାରେ ଏବେ କ୍ଷେତ୍ରସ୍ତରରେ ଭଲ ସ୍ଥିତିରେ ଥିବାରୁ ସମସ୍ତଙ୍କ ଆତ୍ମବିଶ୍ୱାସ ବଢ଼ିଛି। ସେସବୁ ଦେଖି ମୋର ମଧ୍ୟ ବ୍ୟକ୍ତିଗତ ସ୍ତରରେ ଆତ୍ମବିଶ୍ୱାସ ବୃଦ୍ଧିପାଇଛି। ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନମଣ୍ଡଳୀରେ ବୁଥ୍‌ସ୍ତରରେ ଆମ ସଙ୍ଗଠନ ମଜଭୁତ ଅଛି।

ପ୍ରଶ୍ନ- ହିନ୍ଦୁତ୍ୱ ଓ ମୋଦିଙ୍କ କାର୍ଯ୍ୟକ୍ରମକୁ ଦେଖିଲେ ଭାଜପାକୁ ଆଦର୍ଶଗତ ଦଳ ଭାବେ ଲୋକମାନେ ବିଚାର କରିଥାଆନ୍ତି। ଅନ୍ୟପକ୍ଷରେ ବିଜେଡି ଏକ ଆଞ୍ଚଳିକ ଦଳ ହୋଇଥିବାରୁ ଏହାର କାର୍ଯ୍ୟକ୍ରମ କେବଳ ରାଜ୍ୟ ଭିତରେ ସୀମିତ। ତେବେ ବିଜେଡିଠାରୁ ଆପଣଙ୍କ ଦଳର ଆଦର୍ଶଗତ ଭିନ୍ନତା କ’ଣ?
ନଡ୍ଡା-ଭାଜପା ହେଉଛି ଏକ ଜାତୀୟ ଦଳ। ଏହାର ମୂଳ ଲକ୍ଷ୍ୟ ହେଉଛି ‘ଦେଶ ଆଗ’। ଏହି ସମାନ ସମୟରେ କହିହେବ ଯେ, ଦେଶର ବିକାଶ ଲାଗି ଆଞ୍ଚଳିକ ଅସନ୍ତୁଳନତା ଯଥାସମ୍ଭବ କମ୍‌ କରିବା ଉପରେ ଭାଜପା ବିଶ୍ୱାସ କରିଥାଏ। ଆମେ ସର୍ବଦା ଆଞ୍ଚଳିକ ଦଳଗୁଡ଼ିକ ସହ ଉତ୍ତମ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଆସିଛୁ। ଦେଶର ବହୁବିଧ ବିକାଶରେ ଆଞ୍ଚଳିକ ଦଳଗୁଡ଼ିକର ଯୋଗଦାନକୁ ମଧ୍ୟ ଗୁରୁତ୍ୱ ଦେଇଥାଉ।

ପ୍ରଶ୍ନ- ଗତ କିଛିଦିନ ଧରି ବିଜେଡିର ବହୁ ବିଧାୟକ, ମନ୍ତ୍ରୀ ଏବଂ ନେତା ଆସି ଭାଜପାରେ ଯୋଗ ଦେଉଛନ୍ତି। ଭାଜପାରେ ସେହି ପୂର୍ବତନ ବିଜେଡି ନେତାମାନେ ଯୋଗଦେବା ପରେ ସେମାନଙ୍କୁ ଦଳ ତୁରନ୍ତ ଟିକେଟ ଦେଇଛି। ସେହି ଦଳବଦଳକାରୀଙ୍କ ଆଦର୍ଶଗତ ବିଚାରଧାରାକୁ ନେଇ ଭାଜପା କେବେ ତର୍ଜମା କରିଛି କି? ସେମାନେ ଏମିତି କ’ଣ କରିଛନ୍ତି ଯେ, ଦଳରେ ଯୋଗ ଦେଉଦେଉ ସେମାନଙ୍କୁ ଭାଜପା ଟିକେଟ ଦେଇଦେଲା?
ନଡ୍ଡା- ଏହା ସତ୍ୟ ଯେ, କେତେକ ବର୍ତ୍ତମାନ ଓ ପୂର୍ବତନ ବିଧାୟକ ବିଜେଡି ଛାଡ଼ି ଆସି ଭାଜପାରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳ ଟିକେଟ ଦେଇଛି। ବାସ୍ତବରେ ସେମାନଙ୍କ ଅତୀତ ଓ ଆଦର୍ଶଗତ ଚିନ୍ତାଧାରା ବିଷୟରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛୁ। ହେଲେ ବିଜୟ ସମ୍ଭାବନା ଥିବା ନେତାଙ୍କୁ ଦେଖି ଦଳ ପକ୍ଷରୁ ଟିକେଟ ଦିଆଯାଇଛି।

ପ୍ରଶ୍ନ- ସମୟ ଥିଲା ବହୁ ଲୋକ କଂଗ୍ରେସରେ ଯୋଗ ଦେଉଥିଲେ। କିନ୍ତୁ ସ୍ବାଧୀନତା ସମୟରେ କଂଗ୍ରେସର ଯେଉଁ ବିଚାରଧାରା ଥିଲା, ଦଳବଦଳକାରୀଙ୍କ ଯୋଗୁ ସେଥିରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲା। ଏହି ପରିପ୍ରେକ୍ଷୀରେ ଭାଜପାର ଭବିଷ୍ୟତ କ’ଣ ହେବ ବୋଲି ଭାବୁଛନ୍ତି?
ନଡ୍ଡା-ଭାଜପା ଏକ କ୍ୟାଡରଭିତ୍ତିକ ରାଜନୈତିକ ଦଳ। ଆମ ଦଳରେ ଯୋଗଦେବା ଲାଗି ଲୋକଙ୍କୁ ଅନେକ ବିଷୟ ପ୍ରଭାବିତ କରିଥାଏ, ଯେଉଁଥିପାଇଁ ସେମାନେ ଏଥିରେ ରହିବାକୁ ଭଲପାଆନ୍ତି। ତେଣୁ କୌଣସି ଜଣେ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ନେଇ ଭାଜପାର ଭାବମୂର୍ତ୍ତିକୁ ପ୍ରଭାବିତ କରିବା କଷ୍ଟକର ହେବ।

ପ୍ରଶ୍ନ- ପାର୍ଲାମେଣ୍ଟରେ ବହୁ ବିଧେୟକ ପାରିତ ହେବାବେଳେ ବିଜେଡି ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିିର ଏମ୍‌ପିମାନେ ସମର୍ଥନ ଦେଇଆସୁଥିଲେ। ଭାଜପା ବିରୋଧରେ ଜାତୀୟସ୍ତରରେ ଅଣାଯାଇଥିବା ଅନେକ ପ୍ରସଙ୍ଗରେ ବିଜେଡି ସବୁବେଳେ ନୀରବତା ରକ୍ଷା କରି ଆସିଛି। ୨୦୨୪ ନିର୍ବାଚନ ପୂର୍ବରୁ ଏକ ରାଜନୈତିକ ରିଆଲାଏନ୍‌ମେଣ୍ଟ ହୋଇଥିଲା। ନିର୍ବାଚନ ଫଳାଫଳ ପ୍ରକାଶ ପରେ ସେପରି କିଛି ରାଜନୈତିକ ସମୀକରଣ ହେବ ବୋଲି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଆପଣ ଚିନ୍ତା କରୁଛନ୍ତି କି?
ନଡ୍ଡା- ସଂସଦୀୟ ଗଣତନ୍ତ୍ରରେ କୌଣସି ବିଧେୟକ ଗୃହୀତ କରାଇବା ଲାଗି ଆମେ ସବୁଦଳର ସମର୍ଥନ ଲୋଡ଼ିଥାଉ। ସେହି ଦୃଷ୍ଟିରୁ ଦେଖିଲେ ଦେଶର ବିକାଶ ସମ୍ବନ୍ଧୀୟ ପ୍ରସଙ୍ଗକୁ ବିଜେଡି ସମେତ ଅନ୍ୟ ଯେଉଁ ରାଜନୈତିକ ଦଳଗୁଡ଼ିକ ସହଯୋଗ କରିଛନ୍ତି, ଆମେ ସେମାନଙ୍କୁ ଧନ୍ୟବାଦ ଜଣାଇଥାଉ। ମୁଁ ଆପଣଙ୍କୁ ଆଗରୁ କହିଛି ୨୦୨୪ ପୂର୍ବରୁ ସେଭଳି କୌଣସି ରାଜନୈତିକ ରିଆଲାଏନ୍‌ମେଣ୍ଟ ହୋଇ ନ ଥିଲା। ଆଉ ଏବେ ଯାହା ଜଣାପଡୁଛି ବିଜେଡି ଓ ଭାଜପା ମଧ୍ୟରେ ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ କଡ଼ା ମୁକାବିଲା ହେଉଛି।

ପ୍ରଶ୍ନ-ବହୁ ଦଳଡିଆଁଙ୍କୁ ଭାଜପା ତତ୍‌କ୍ଷଣାତ୍‌ ଟିକେଟ ଦେଇଛି। ଏହାର ଅର୍ଥ ନୁହେଁ କି, ଅନେକ ନିର୍ବାଚନମଣ୍ଡଳୀରେ ଆପଣଙ୍କ ସଙ୍ଗଠନ ଦୁର୍ବଳ ସ୍ଥିତିରେ ରହିଛି। ଏହା ଉପରେ କ’ଣ କହିବେ?
ନଡ୍ଡା- ପୂର୍ବରୁ କହିସାରିଛି ଏହା ଠିକ୍‌ ନୁହେଁ। ପ୍ରାର୍ଥୀମାନଙ୍କ ବିଜୟ ସମ୍ଭାବନାକୁ ଦେଖି ଟିକେଟ ଦିଆଯାଇଛି। ମୋଟ୍‌ ଉପରେ କହିବାକୁ ଗଲେ ସବୁ ନିର୍ବାଚନର ମାନେ ହେଉଛି ଜିତିବା।

ପ୍ରଶ୍ନ- ରାମ ମନ୍ଦିର ପ୍ରତିଷ୍ଠା କରିବା ଭାଜପାର ଏକ ବଡ଼ ସ୍ବପ୍ନ ଥିଲା, ତାହାକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସାକାର କରିବାରେ ଆପଣଙ୍କ ଦଳ ଓ ଆପଣ ସଫଳ ହୋଇଛନ୍ତି। ସେଥିଲାଗି ଧନ୍ୟବାଦ ଜଣାଉଛୁ। ଉତ୍ତର ଭାରତ ଲୋକଙ୍କ ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠା ଖୁସି ଆଣିଦେଇଛି। କିନ୍ତୁ ଆପଣ ଯଦି ଓଡ଼ିଶାର ଯେଉଁ ଗାଁକୁ ଯିବେ ଦେଖିବେ ସବୁଠି ଗ୍ରାମଦେବୀ ଏମିତି କି ମା’ ସମଲେଇ, ମା’ ଜାଗୁଳେଇ, ମା’ କଲରେଇ ଏବଂ ସବୁଆଡ଼େ ପ୍ରାୟ ଜଗନ୍ନାଥଙ୍କ ମନ୍ଦିର ଦେଖିବେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଯଦି ଆପଣଙ୍କ ଦଳ ସରକାର ଗଠନ କରେ, ତା’ହେଲେ ଆପଣ ଜଗନ୍ନାଥ ସଂସ୍କୃତିକୁ କିଭଳି ସୁରକ୍ଷା ଓ ସମ୍ମାନ ଦେବେ?
ନଡ୍ଡା-ଜଗନ୍ନାଥ ହେଉଛନ୍ତି ବିଶ୍ୱ ଦେବତା। ସନାତନ ଧର୍ମରେ ଆମେ ବିଶ୍ୱାସ ରଖୁ। ଏହା ନିଶ୍ଚିତ ଯେ, ସମ୍ବିଧାନରେ ଉଲ୍ଲିଖିତ ଧର୍ମ ଓ ସଂସ୍କୃତିକୁ ଆମେ ସୁରକ୍ଷା ଦେବା ସହ ପ୍ରତ୍ୟେକ ଦେବଦେବୀଙ୍କୁ ସମ୍ମାନ ଦେଇଥାଉ।

ପ୍ରଶ୍ନ- ଭାଜପାର ଦୀର୍ଘ ବର୍ଷର ଲକ୍ଷ୍ୟ ବା ଯୋଜନା ଏକକ ଦଓ୍ବୋନୀ ସଂହିତା(ୟୁସିସି) କାର୍ଯ୍ୟକାରୀ ହେଲେ ଏହା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଭାବୁଛନ୍ତି କି?
ନଡ୍ଡା-ବର୍ତ୍ତମାନ ପରିପ୍ରେକ୍ଷୀରେ ଏକକ ଦଓ୍ବୋନୀ ସଂହିତା ନିତାନ୍ତ ଆବଶ୍ୟକ। ଏହା ମଧ୍ୟ ଭାଜପାର ସଂକଳ୍ପପତ୍ରରେ ଅଂଶବିଶେଷ ରହିଛି। ଆମେ ସୁନିଶ୍ଚିତ ଯେ, ଭାରତରେ ଏହା ବ୍ୟାପକ ପରିବର୍ତ୍ତନ ଆଣିପାରିବ।

ପ୍ରଶ୍ନ- ଓଡ଼ିଶାରେ ଚାଲିଥିବା ଏକକାଳୀନ ନିର୍ବାଚନ ନେଇ ଆପଣଙ୍କ ଆକଳନ କ’ଣ? ଉଭୟ ଲୋକ ସଭା ଓ ବିଧାନସଭାରେ କେତେ ଆସନ ଭାଜପାକୁ ମିଳିବ ବୋଲି ଭାବୁଛନ୍ତି?
ନଡ୍ଡା- ଓଡ଼ିଶାରେ ବିଧାନସଭା ଓ ଲୋକ ସଭା ନିର୍ବାଚନ ଏକକାଳୀନ ହୋଇଆସୁଛି। ଆମେ ନିଶ୍ଚିତ ଯେ, ଏଥର ଭାଜପା ଓଡ଼ିଶାରେ ଏକାକୀ ସରକାର ଗଠନ କରି ଇତିହାସ ରଚିବ। ଲୋକ ସଭା କଥା ଦେଖିଲେ ଓଡ଼ିଶାରେ ଭାଜପା ସର୍ବନିମ୍ନ ୧୭ରୁ ୧୮ ଆସନ ଜିତିବ।

ପ୍ରଶ୍ନ- ଆପଣଙ୍କ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଜଣେ ଓଡ଼ିଆଙ୍କୁ ଚେହେରା କରିବା ବିଷୟରେ କହୁଛନ୍ତି। ଯଦି ରାଜ୍ୟରେ ଭାଜପା ସରକାର ଗଠନ କରେ, ତେବେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ?
ନଡ୍ଡା-ନବନିର୍ବାଚିତ ବିଧାୟକମାନେ ଆସନ୍ତା ଜୁନ୍‌ ୬ରେ ମୁଖ୍ୟମନ୍ତ୍ରୀ କିଏ ହେବେ ଘୋଷଣା କରିବେ।

ପ୍ରଶ୍ନ- ଭାଜପା ପାର୍ଲାମେଣ୍ଟରେ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେବା ବିଷୟରେ କହିଆସୁଥିଲା। କିନ୍ତୁ ଏଥର ଆପଣଙ୍କ ଦଳ ୪୪୧ ଲୋକ ସଭା ଆସନ ମଧ୍ୟରୁ ମାତ୍ର ୭୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି, ଯାହା ୧୫.୮୭ ପ୍ରତିଶତ। ଏ ନେଇ କ’ଣ କହିବେ?
ନଡ୍ଡା- ଆସନ୍ତା ନିର୍ବାଚନରେ ଏହି ପ୍ରତିଶତ ବହୁ ମାତ୍ରାରେ ବଢ଼ିବ।

ପ୍ରଶ୍ନ- ବିଭିନ୍ନ ପର୍ଯ୍ୟାୟରେ ଅଦ୍ୟାବଧି ହୋଇଥିବା ନିର୍ବାଚନରେ ମତଦାନ ହାର କମ୍‌ ରହୁଥିବା ଦେଖାଯାଉଛି। ଭାଜପାଠାରୁ ଲୋକମାନେ ମୁହଁ ଫେରାଉଥିବାର ଏହା ସଙ୍କେତ କି?
ନଡ୍ଡା- କମ୍‌ ମତଦାନ ହାରର ପ୍ରଭାବ କେବଳ ଭାଜପା ଉପରେ ପଡୁନାହିଁ। ଆସନ୍ତା ପର୍ଯ୍ୟାୟ ନିର୍ବାଚନରେ
ଅଧିକ ମତଦାନ ପାଇଁ ସମସ୍ତେ ଚେଷ୍ଟା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଢିଲା ଟେନ୍‌ସନ୍‌: ଲାଗିଲା ପୁଣି ଝଟକା

ନୂଆଦିଲ୍ଲୀ,୨୬।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଇଦାନକୁ ଫେରିବା ଅପେକ୍ଷା ଆହୁରି ଲମ୍ବା ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରୁ ବାଦ…

ବିଧାନସଭାରେ ଛତାମଖନା ଆଇଏସ୍‌ଏସ୍‌ ପ୍ରସଙ୍ଗ ଉଠାଇଲେ ବିଧାୟକ କଳିକେଶ

ବଲାଙ୍ଗୀର,୨୫ା୯(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଧାନସଭାରେ ବଲାଙ୍ଗୀରର ଛତାମଖନା ଇନ୍‌-ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ଷ୍ଟ୍ରକଚର (ଆଇଏସ୍‌ଏସ୍‌)ର କ୍ଷତି, ଜଙ୍ଗଲ ନିଆଁ, କାମ୍ପା ପାଣ୍ଠି, ଜଙ୍ଗଲ…

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?