କୁଡୁମୀ ବର୍ଗର ନେତ୍ରୀଙ୍କ ନାଁରେ କହି ବିଜେଡି ନିଜ କର୍ମୀଙ୍କୁ ଅସମ୍ମାନ କରିଛି: ଭାଜପା

ଭୁବନେଶ୍ୱର, ୧୦।୮(ସୁନିତ୍‌ ମିଶ୍ର): ଜଣେ କୁଡୁମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନାକରି ସମଗ୍ର କୁଡୁମୀ ସମାଜ, ମୟୂରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି ା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ସଂତୃପ୍ତ ମିଶ୍ରଙ୍କ ବକ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି ବୋଲି ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି। ସୁରଥ ଅଭିଯୋଗ କରିଛନ୍ତି, ମୁଖିଆଙ୍କ ଜିଲାର ଡାଳ, ପତ୍ର ସବୁ ଯାଇଥିବାବେଳେ କେବଳ ଥୁଣ୍ଟା ଗଛଟିଏ ବିଷୟରେ ସଂତୃପ୍ତ ମିଶ୍ର କ’ଣ କହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନବାବୁ ‘ସଂତୃପ୍ତ ମିଶ୍ର’ ନାମରେ ଯେଉଁ ମଞ୍ଜି କଟକରେ ଲଗାଇଥିଲେ ତାହା ତ ମୂଳରୁ ଗଜା ହେଲା ନାହିଁ, ଗଛ ଓ ଡାଳ ଆସିବ କେଉଁଠୁ। ଆମ ଦେଶ ଓ ରାଜ୍ୟକୁ ବାଂଲାଦେଶ ସହ ତୁଳନାକରି ନୂଆ ନେତା ସାଜିଥିବା ସଂତୃପ୍ତ ମିଶ୍ର ନିଜର ଅପରିପକ୍ୱତାର ପରିଚୟ ଦେଇଛନ୍ତି। ଜନନେତା, ପ୍ରତିଷ୍ଠାତା ସଦସ୍ୟ ଯେଉଁଠି ଅଲୋଡ଼ା ସେଇଠି ନୂଆ ନେତାଗିରି କରୁଥିବା ଏକ କମ୍ପାନୀର ପୂର୍ବତନ ଅଧିକାରୀ ଦଳର ଗଣତନ୍ତ୍ର କଥା କହୁଛନ୍ତି। ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କ ଛବି ଗାଏବ କରି ଗୁମାସ୍ତାର ଛବି ଯୋଡ଼ିଥିବା ବିଜେଡିର ନେତାମାନେ ‘ବରପୁତ୍ରଙ୍କ ସମ୍ମାନ’ କଥା କହିବା ହାସ୍ୟାସ୍ପଦ। ବାସ୍ତବରେ ବିଜେଡି ଶାସନରେ ବିଜୁବାବୁଙ୍କୁ ସବୁଠୁ ଅଧିକ ଅପମାନ କରିଛି। ଜଣେ ପ୍ରଶାସକରୁ ନେତା ହୋଇ ରାଜ୍ୟ ସାରା କୋଟି କୋଟି ଟଙ୍କା ଅପବ୍ୟୟକରି ହେଲିକପ୍ଟରରେ ବୁଲି ନେତାଙ୍କୁ ତଳେ ଠିଆକରି ଟ୍ରାଫିକ୍‌ ପୋଲିସ ଦାୟିତ୍ୱ ଦେଲେ ଏହା କିଭଳି ସମ୍ମାନ। ଦଳକୁ ପୁନରୁଦ୍ଧାର କରନ୍ତୁ ମନା ନାହିଁ, ପ୍ରଭାବଶାଳୀ କ୍ଷମତା କେନ୍ଦ୍ର ବିଷୟରେ କ’ଣ କହୁଛନ୍ତି, ତାହା ଜାଣିରଖିବା ଉଚିତ ବୋଲି ସୁରଥ କହିଛନ୍ତି। ସୂଚନାଯୋଗ୍ୟ, ବିଶ୍ୱ ଜନଜାତି ଦିବସ ପାଳନ ଅବସରରେ ଯୋଗଦେଇ ବିଜେଡିରୁ କଟକ ଲୋକ ସଭା ପ୍ରାର୍ଥୀ ହୋଇଥିବା ସଂତୃପ୍ତ ମିଶ୍ର ପରୋକ୍ଷରେ ପୂର୍ବତନ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତଙ୍କୁ ଟାର୍ଗେଟ କରିଥିଲେ ବୋଲି ଭାଜପା ଅଭିଯୋଗ ମଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?