ବିଭୂତିଙ୍କୁ ଟକ୍କର ଦେବା ପାଇଁ ଭାଜପାର ପ୍ରାର୍ଥୀଖୋଜା

ଖୋର୍ଦ୍ଧା,୨ା୪(ପ୍ରଭାତ ପାଣିଗ୍ରାହୀ):ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲାର ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକାରେ ଜଟଣୀ ଆସନ ପାଇଁ ପୂର୍ବତନ ବିଧାୟକ ତଥା ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଏଠାରୁ ପ୍ରାର୍ଥୀ କରିଛି। ତାଙ୍କୁ ଟକ୍କର ଦେବା ପାଇଁ ଭାଜପା ଜଣେ ଟାଣୁଆ ଯୁବ ନେତୃତ୍ୱଙ୍କୁ ଖୋଜୁଥିବା ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ କଂଗ୍ରେସର ସୁରେଶ ରାଉତରାୟଙ୍କଠାରୁ ପରାଜିତ ହୋଇଥିବା ସତ୍ତ୍ୱେ ବିଜେଡି ପୁଣି ବିଭୂତିଙ୍କ ଉପରେ ଭରସା କରିଛି। ଭାଜପା ଏବଂ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ତେବେ ଦୁଇ ଦଳରୁ ପ୍ରାର୍ଥତ୍ତ୍ୱକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ଭାଜପାରେ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଲବି ଆରମ୍ଭ କରିଛନ୍ତି। ବିଭୂତିଙ୍କୁ ଟକ୍କର ଦେବା ଭଳି ଭାଜପା ପ୍ରାର୍ଥୀ ଖୋଜୁଥିବା ଜଣାପଡିଛି।
ବ୍ଲକର ୧୫ ଓ ଖୋର୍ଦ୍ଧାର ୭ ପଞ୍ଚାୟତ ଏବଂ ଭୁବନେଶ୍ୱର ବ୍ଲକର ୯ଟି ପଞ୍ଚାୟତ ଓ ଜଟଣୀ ପୌରାଞ୍ଚଳକୁ ନେଇ ଜଟଣୀ ବିଧାନସଭା କ୍ଷେତ୍ର ଗଠିତ। ୨୦୦୪, ୨୦୦୯ ଓ ୨୦୧୪ରେ ଏହି ଆସନ ବିଜେଡି ହାତରେ ରହିଥିବା ବେଳେ ୨୦୧୯ରେ କଂଗ୍ରେସରୁ ସୁରେଶ ରାଉତରାୟ ବିଧାୟକ ଅଛନ୍ତି। ସେପଟେ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ ରହିଛି। ସୁରଙ୍କ ପୁତୁରା ସଂଗ୍ରାମ ରାଉତରାୟ କଂଗ୍ରେସରୁ ଆଶାୟୀ ରହିଛନ୍ତି। ସଦ୍ୟ ଘଟଣା ଦେଖିଲେ ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକେଟରୁ ଲଢ଼ିବେ ବୋଲି ଆଲୋଚନା ହେଉଛି। ହେଲେ ଜଟଣୀର ସ୍ବାଭିମାନକୁ ଦୃଷ୍ଟିରେ ରଖି ସେ ଏଠାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରି ରାଜନୀତିରେ ନୂଆମୋଡ଼ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ତାଙ୍କ ସାନ ଭାଇ ମନ୍ମଥନାଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ଗତ ବିଧାନସଭା ନିର୍ବାଚନରେ ଏଠାରୁ ଭାଜପାରୁ ପ୍ରାର୍ଥୀ ହୋଥିବା ବିଶ୍ୱରଞ୍ଜନ ବଡ଼ଜେନା ପୁଣି ଥରେ ଟିକେଟ ପାଇବା ଲାଗି ଆଶାବାଦୀ ଅଛନ୍ତି। ସେହିପରି ବରିଷ୍ଠ ଭାଜପା ନେତା ତଥା ତୈଳ ନିଗମର ଅବୈତନିକ ନିର୍ଦ୍ଦେଶକ ସୁଦୀପ୍ତ ରାୟ ଦଳ ଟିକଟ ଦେଲେ ଲଢ଼ିବେ ବୋଲି କହିଛନ୍ତି। ଏବେ ଭାଜପାରେ ଯୋଗ ଦେଇଥିବା ସାମାଜିକ କର୍ମୀ ସନ୍ତୋଷ ଜେନା ମଧ୍ୟ ଆଶାୟୀ ରହିଛନ୍ତି। ଭାଜପା କାହାକୁ ପ୍ରାର୍ଥୀ କରିବ ସ୍ପଷ୍ଟ କରି ନ ଥିବା ବେଳେ ଆଶାୟୀ ପ୍ରାର୍ଥୀ ଭୋଟରଙ୍କ ନିକଟରେ ପହଞ୍ଚତ୍ବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳିଛି।
ଚଳିତବର୍ଷ ଜଟଣୀ ନିର୍ବାଚନମଣ୍ଡଳୀର ବିଭିନ୍ନ ପ୍ରସଙ୍ଗ ପ୍ରାର୍ଥୀଙ୍କୁ ଅଡୁଆ କରିପାରେ। ରାଜଧାନୀଠାରୁ ଅନତି ଦୂରରେ ଅବସ୍ଥିତି ସତ୍ତ୍ୱେ ଜଟଣୀର ବିକାଶ ଦୀପ ତଳ ଅନ୍ଧାର ସଦୃଶ। ଶ୍ରୀଜଗନ୍ନାଥ ଜମି ସ୍ବତ୍ୱଲିପି ପରିବର୍ତ୍ତନ ଲାଗି ଦୀର୍ଘ ବର୍ଷ ଧରି ଲୋକଙ୍କ ଦାବି ରହିଛି। ମେଡିକାଲ ସମସ୍ୟା, ଓଭରବ୍ରିଜ ନିର୍ମାଣ ପାଇଁ ଉଚ୍ଛେଦ ହୋଇଥିବା ବ୍ୟବସାୟୀଙ୍କୁ ଥଇଥାନ, ଉଚ୍ଛେଦ ବସ୍ତିବାସିନ୍ଦାଙ୍କୁ ଥଇଥାନ ହେଉ କିମ୍ବା ବେକାରି ସମସ୍ୟା, ଇନ୍ଦିରାଆବାସ ଭଳି ଅନେକ ପ୍ରସଙ୍ଗ ରହିଛି। ମେଡିକାଲରେ ଡାକ୍ତର ଓ କର୍ମଚାରୀ ପଦବୀ ଖାଲିପଡ଼ିଥିବା ବେଳେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ଅଭିଯୋଗ ହେଉଛି। କୌଣସି ଶିଳ୍ପାଞ୍ଚଳ ନ ଥିବାରୁ ଏଠାକାର ଯୁବକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଦୀର୍ଘ ଦଶନ୍ଧି ଧରି ଜଟଣୀ ସହର ଅବହେଳିତ ଅବସ୍ଥାରେ ରହିଥିବା ବେଳେ ବିକାଶ ଏକପ୍ରକାର ସ୍ଥାଣୁ ପାଲଟିଛି ବୋଲି ଜନତା ଅଭିଯୋଗ କରିଆସୁଛନ୍ତି। ପୁଣି ଜଟଣୀର ଦୁଃଖ ହେଉଛି ଏଠାରୁ ବିଜୟ ଲାଭ କରିଥିବା ବିଧାୟକ ରାଜଧାନୀର ବାସିନ୍ଦା। କୌଣସି କାମ ପଡିଲେ, ଲୋକେ ଭୁବନେଶ୍ୱର ଦୌଡିବାକୁ ବାଧ୍ୟ ହେଉଛନ୍ତି। ଚଳିତ ନିର୍ବାଚନରେ ଏହାର ପ୍ରତିଫଳନ ହେବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri