Posted inଜାତୀୟ

ମମତାଙ୍କ ପୁତୁରା ଅଭିଷେକଙ୍କ ଗାଡ଼ି ଉପରେ ଆକ୍ରମଣ ଘଟଣାକୁ ନେଇ ୨ ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୩ା୮: ପଶ୍ଚିମବଙ୍ଗରେ ଦୁଇ ଜଣ ଭାଜପା କର୍ମୀଙ୍କୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ହତ୍ୟା କରିଛି। ମଙ୍ଗଳବାର ଏଭଳି ଗୁରୁତର ଅଭିଯୋଗ ଆଣିଛି ବିରୋଧୀ ଭାଜପା।

ଦିନକ ପୂର୍ବରୁ ସୋମବାର ଏକ ଭିଡିଓ ଶେୟାର କରିଥିଲେ ଟିଏମ୍‌ସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ। ସେଥିରେ ଅଭିଷେକଙ୍କ ଗାଡ଼ି ଆଗରେ ଭାଜପା ଝଣ୍ଡା ଧରି କିଛି ଲୋକ ତାଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ। କିଛି ସମୟ ପରେ ଜଣେ ବ୍ୟକ୍ତି ହାତରେ ବାଉନ୍ସ ଧରି ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାର ନିନ୍ଦା କରିବା ସହ ଆକ୍ରମଣକାରୀମାନେ ଭାଜପା କର୍ମୀ ନୁହନ୍ତି ବୋଲି ସଫେଇ ଦେଇଥିଲେ ଭାଜପାର ମୁଖ୍ୟ ପ୍ରବକ୍ତା ସମିକ ଭଟ୍ଟଚାର୍ଯ୍ୟ।ର

ଘଟଣା ପରେ ଭାଜପା କର୍ମୀଙ୍କୁ ଏକ ଫେସବୁକ ପୋଷ୍ଟରେ ଚେତାବନୀ ଦେଇଥିଲେ ପଶ୍ଚିମବଙ୍ଗର କୁଚ ବେହାର ଜିଲାର ଦିନହାତା ନିର୍ବାଚନ ମଣ୍ଡଳୀର ଟିଏମ୍‌ସି ବିଧାୟକ ଉଦୟନ ଗୁହା। ପୋଷ୍ଟରେ ଲେଖିଥିଲେ, ‘ତ୍ରିପୁରାରେ ଯାହା ଘଟିଲା, ସେଥି ପାଇଁ ଭାଜପା ନେତା ଓ କର୍ମୀଙ୍କ କଥା ବୁଝାହେବ’।

ପୂର୍ବ ମେଦିନପୁର ଜିଲାର ଇଗ୍ରା ଅଞ୍ଚଳର ତପନ ଖଟୁଆ ଓ ବିରଭୂମ ଜିଲାର ଖୋରାସୋଲ ଅଞ୍ଚଳର ଇନ୍ଦ୍ରିଜିତ ସୁତ୍ରଧାରଙ୍କୁ ସୋମବାର ରାତିରେ ହତ୍ୟା କରାଯାଇଛି। ଦୁହେଁ ଭାଜପା କର୍ମୀ। ମଙ୍ଗଳବାର ସକାଳେ ପୋଖରୀରେ ଭାସୁଥିବା ଖଟୁଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଝୁଲନ୍ତା ଅବସ୍ଥାରେ ମିଳିଛି ସୁତ୍ରଧାରଙ୍କ ମରଶରୀର। ଉଭୟଙ୍କ ମୃତ୍ୟୁ ପାଇଁ ଟିଏମ୍‌ସିକୁ ଦାୟୀ କରିଛି ଭାଜପା। ତେବେ ରାଜନୈତିକ ଫାଇଦା ପାଇଁ ଦୁଇଟି ଅସ୍ବାଭାବିକ ମୃତ୍ୟୁକୁ ଭାଜପା ହତ୍ୟା ଦର୍ଶାଉଥିବା ଉଭୟ ଜିଲାରେ ଟିଏମ୍‌ସି କର୍ମୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ…

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୨।୮ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri