Posted inଜାତୀୟ

ଭାଜପାକୁ ସର୍ବାଧିକ କର୍ପୋରେଟ୍‌ ଚାନ୍ଦା ଗୁଜରାଟରୁ ମିଳିଛି

ନୂଆଦିଲ୍ଲୀ,୨୮।୧୧(ପି.ଟି.): ୨୦୧୭ରୁ ୨୦୨୧ ମଧ୍ୟରେ ଗୁଜରାଟରୁ ଭାଜପା ସର୍ବାଧିକ କର୍ପୋରେଟ ଚାନ୍ଦା ପାଇଛି। ଏହି ଚାନ୍ଦା ପରିମାଣ କଂଗ୍ରେସ ପାଇଥିବା ଚାନ୍ଦାର ୧୬ ଗୁଣ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ରବିବାର ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଉକ୍ତ ରିପୋର୍ଟ ଅନୁଯାୟୀ ୨୦୧୬-୧୭ରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଗୁଜରାଟର ୧,୫୭୧ ଦାତାଙ୍କଠାରୁ ମୋଟ ୧୭୪.୦୬ କୋଟି ଟଙ୍କାର କର୍ପୋରେଟ୍‌ ଚାନ୍ଦା ଭାଜପା, କଂଗ୍ରେସ, ଏଏପି ଏବଂ ଏସ୍‌କେଏମ୍‌କୁ ମିଳିଛି। ସେଥିରୁ କେବଳ ଭାଜପାକୁ ୧,୫୧୯ ଦାତାଙ୍କଠାରୁ ୧୬୩.୫୪ କୋଟି ଟଙ୍କା ମିଳିଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟ ପକ୍ଷରେ କଂଗ୍ରେସ ଏହି ସମୟରେ ମାତ୍ର ୧୦.୪୬ କୋଟି ଟଙ୍କା କର୍ପୋରେଟ ଚାନ୍ଦା ପାଇଥିବା ଜଣାପଡ଼ିଛି। ଗୁଜରାଟରେ ନୂଆ ଦଳ ଭାବେ ଉଭା ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ୫ ବର୍ଷରେ ମୋଟ ୩.୨ ଲକ୍ଷ ଟଙ୍କା କର୍ପୋରେଟ୍‌ ଚାନ୍ଦା ମିଳିଥିବାବେଳେ ୨୦୧୭-୨୦ରେ ଆଦୌ ଚାନ୍ଦା ପାଇନାହିଁ।

ରିପୋର୍ଟ ଅନୁଯାୟୀ ଗତ ୫ ବର୍ଷରେ ବିଭିନ୍ନ ରାଜନୈତିକ ଦଳଙ୍କୁ ମୋଟ ୪,୦୧୪.୫୮ କୋଟି ଟଙ୍କାର କର୍ପୋରେଟ ଚାନ୍ଦା ମିଳିଛି। ସେଥିରୁ ଗୁଜରାଟରୁ ଆସିଥିବା ଚାନ୍ଦା ପରିମାଣ ୪.୩୪ ପ୍ରତିଶତ ବା ୧୭୪.୦୬ କୋଟି ଟଙ୍କା। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଉଭୟ ଜାତୀୟ ଏବଂ ଆଞ୍ଚଳିକ ଦଳଗୁଡ଼ିକ ମୋଟ ୧୨,୭୪୫.୬୧ ଚାନ୍ଦା ସଂଗ୍ରହ କରିଥିବା ସେମାନଙ୍କ ବାର୍ଷିକ ଅଡିଟ୍‌ ରିପୋର୍ଟରେ ଘୋଷଣା କରିଛନ୍ତି। ସେଥିରୁ ୮ ଜାତୀୟ ଦଳ ପାଇଥିବା ଚାନ୍ଦା ପରିମାଣ ୧୦,୪୭୧.୦୪ କୋଟି ଟଙ୍କା ବୋଲି ଏଡିଆର୍‌ ରିପୋର୍ଟରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୧୮ଜଣଙ୍କ ଜୀବନ, ୬ଜଣ ଗୁରୁତର

ଭେଟ୍‌ଲାପାଲେମ୍‌,୨୮ା୨: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରେ ଥିବା ଏକ ବାଣ କାରଖାନାରେ ଶନିବାର ଭୟଙ୍କର ବିସ୍ପୋରଣ ଘଟିଛି। ବିସ୍ପୋରଣରେ ୧୮ ଜଣଙ୍କ ମୃତ୍ୟୁ ଘଟିବା ସହ ୬ଜଣ ଗୁରୁତର…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri