Posted inଜାତୀୟ

ଦିଲ୍ଲୀରେ ଏବେ ଟ୍ରିପଲ୍‌ ଇଞ୍ଜିନ ସରକାର, ଭୁଶୁଡ଼ିଲା କେଜ୍‌ରିଓ୍ବାଲଙ୍କ କ୍ଷମତାର ଶେଷ ଦୁର୍ଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାରଠାରୁ’ଟ୍ରିପଲ ଇଞ୍ଜିନ’ ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି ଡେପୁଟି ମେୟର ପଦବୀ ମଧ୍ୟ ଭାଜପା ପାଖରେ ରହିଛି। ତେବେ ଆମ ଆଦମୀ ପାର୍ଟି(ଆପ୍‌) ପ୍ରଥମେ ମେୟର ନିର୍ବାଚନରେ ପ୍ରାର୍ଥୀ ଦେବାକୁ ମନା କରିଦେଇଥିଲା। ପରେ ନିର୍ବାଚନ ବର୍ଜନ କରିଥିଲା, ଯାହା ଫଳରେ ମେୟର ନିର୍ବାଚନ ଭାଜପାକୁ ଜିତିବା ପାଇଁ ବହୁତ ସହଜ ହୋଇଯାଇଥିଲା।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ(MCD) ମେୟର ନିର୍ବାଚନରେ ଭାଜପାକୁ ୧୩୩ଟି ଭୋଟ ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୮ଟି ଭୋଟ ମିଳିଛି। ଅପରପକ୍ଷେ ଆମ ଆଦମୀ ପାର୍ଟି ଏହି ନିର୍ବାଚନକୁ ବର୍ଜନ କରିଥିଲା। ଏପରି ପରିସ୍ଥିତିରେ ଭାଜପା ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ଜିତିନେଇଛି। ଏହା ସହିତ କେନ୍ଦ୍ର ଏବଂ ଦିଲ୍ଲୀରେ ଭାଜପା ସରକାର ହେବା ସହିତ ଏମ୍‌ସିଡିରେ ଦଳର ମେୟର ମଧ୍ୟ ନିର୍ବାଚିତ ହୋଇଛନ୍ତି।

ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନରେ ଭାଜପା ଅଧିକାଂଶ ଦିନ କ୍ଷମତାରେ ରହିଛି। ହେଲେ ଫେବୃଆରୀ ୨୦୨୩ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ମେୟର ପଦବୀ ଆମ ଆଦମୀ ପାର୍ଟି ପାଖରେ ଥିଲା ଏବଂ ଦଳର ସେଲି ଓବେରୟ ମେୟର ଥିଲେ।

ସର୍ଦ୍ଦାର ରାଜା ଇକବାଲ ସିଂହ କିଏ?
ଭାଜପା ନେତା ସର୍ଦ୍ଦାର ରାଜା ଇକବାଲ ସିଂହ ଏପର୍ଯ୍ୟନ୍ତ ଦିଲ୍ଲୀ ନଗର ନିଗମରେ ବିରୋଧୀ ଦଳ ନେତା ପଦବୀରେ ଥିଲେ। ପୂର୍ବରୁ ସେ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ପଦରେ କାର୍ଯ୍ୟ କରିଛନ୍ତି। ସର୍ଦ୍ଦାର ରାଜା ଇକବାଲ ସିଂହ ପୂର୍ବରୁ ଅକାଳୀ ଦଳରେ ଥିଲେ, କିନ୍ତୁ କୃଷି ଆଇନକୁ ନେଇ ଶିରୋମଣି ଅକାଳୀ ଦଳ ଏବଂ ଭାଜପା ମଧ୍ୟରେ ଦୂରତା ବଢ଼ିବା ପରେ ସେ ଭାଜପାରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?