ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଭାଜପାର ବିକ୍ଷୋଭ

ବାରିପଦା ଅଫିସ,୨୦ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରତିବାଦରେ ବାରିପଦା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ବେପରୁଆ ମନୋଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ହେବା ନେଇ ଅଭିଯୋଗ ହୋଇଥିଲା। ଭାଜପା ଯୁବମୋର୍ଚ୍ଚା ମୟୂରଭଞ୍ଜ ତରଫରୁ ଶିକ୍ଷାମନ୍ତ୍ରୀ ସମୀର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କଡ଼ା ସମାଲୋଚନା କରିବା ସହିତ କୁଶ ପୁତ୍ତଳିକା ଦାହ କରାଯାଇଥିଲା।
ଅଭିଯୋଗ ଅନୁଯାୟୀ, ପରୀକ୍ଷା ଆରମ୍ଭରୁ କିଛି ବିଷୟର ପ୍ରଶ୍ନପତ୍ରରେ ତ୍ରୁଟି ସହିତ ସୋସିଆଲ ମିଡ଼ିଆରେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା। ଏହା ଦ୍ୱାରା ମେଧାବୀ ଛାତ୍ରୀଛାତ୍ରଙ୍କ ମନୋବଳକୁ ଭାଙ୍ଗି ଦେବାସହ ସେମାନଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧକାରମୟ କରିବାକୁ ଅପଚେଷ୍ଟା କରାଯାଉଛି। ଏଥି ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ଶିକ୍ଷାମନ୍ତ୍ରୀଙ୍କୁ ଦାୟୀ କରିଛ। କାର୍ଯ୍ୟକ୍ରମରେ ଭାଜପା ଜିଲା ସଭାପତି କାନ୍ଦ୍ରା ସରେନ, ଜିଲା ସାଧାରଣ ସମ୍ପାଦକ ବିଜୟ ଦାସ, ପ୍ରବୀଣ ପାତ୍ର, କବି ବିଷ୍ଣୁ ଶତପଥୀ, ଫାଗୁ ହଁାସଦା, ସୁମନ ସିଂ, ସୁକୁଲ ମୁର୍ମୁ, ଜିଲା ଯୁବ ସଭାପତି ବଲରାମ ସାହୁ, ଜିଲା ସାଧାରଣ ସମ୍ପାଦକ ଦେବବ୍ରତ ସାମଲ, ସମ୍ପାଦକ ସୁରଜ ଲୋହାର, ଉପସଭାପତି ସ୍ରୁଷ୍ଟି ଓତା, ମହିଳା ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ପାୟଲ ରାୟଙ୍କ ସହିତ ମାନସୀ ତ୍ରିପାଠୀ, କାଉନ୍‌ସିଲର ଭାଗ୍ୟଲକ୍ଷ୍ମୀ ନାୟକ, ରାଜ ଗୁପ୍ତା, ସସ୍ମିତା ପୃଷ୍ଟି, ଚିନ୍ମୟ ପଲେଇ, ଜଗଦୀଶ ବିନ୍ଧାଣୀ, ସୁସ୍ମିତା ବେହେରା, ଦୀପାଳୀ ନାୟକ, ସୁବ୍ରତ ମୁଖୀ, ଦୀପୁ ମୁର୍ମୁ ପ୍ରମୁଖଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri