Posted inଜାତୀୟ

ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍‌ସି ମୁହାଁମୁହିଁ

କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଭାଜପାର ଅନେକ ନେତା ଓ କର୍ମକର୍ତ୍ତା କୋଲକତା ଓ ହାଓ୍ବଡାରେ ପହଞ୍ଚିଥିଲେ। ଏହି ସମୟରେ କେତେକ ସ୍ଥାନରେ ଭାଜପା କର୍ମକର୍ତ୍ତା ଓ ପୋଲିସ ମଧ୍ୟରେ ହିଂସା ଦେଖାଦେଇଥିବା ବେଳେ ଆଉ କେତେକ ସ୍ଥାନରେ ଭାଜପା ଓ ଟିଏମ୍‌ସି ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଇତିମଧ୍ୟରେ ପ୍ରଦର୍ଶନକାରୀମାନେ ପୋଲିସର କାର୍‌ରେ ନିଆଁ ଲଗାଇଥିବା ଦେଖିବାକୁ ମିଳିଛି। ଏତଦ୍‌ ବ୍ୟତୀତ ହାୱଡାରେ ପ୍ରଦର୍ଶନକାରୀମାନେ ପୋଲିସ ଉପରେ ପଥର ଫିଙ୍ଗିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ତେବେ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଛି। ଅନ୍ୟପଟେ ନବାନ୍ନା ମାର୍ଚ୍ଚ ସମୟରେ ସଚିବାଳୟକୁ ଘେରାଉ କରିବାକୁ ଯାଉଥିବା ବେଳେ ଏହାପୂର୍ବରୁ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ, ଏମ୍‌ପି ଲକେଟ ଚାଟାର୍ଜୀ ଏବଂ ରାହୁଲ ସିହ୍ନାଙ୍କ ସମେତ ଅନ୍ୟ ନେତା ଓ କର୍ମକର୍ତ୍ତାଙ୍କୁ ପୋଲିସ ହେପାଜତକୁ ନେଇଛି। ସେମାନଙ୍କୁ କୋଲକାତା ଲାଲବଜାର ସ୍ଥିତ ପୋଲିସ ହେଡକ୍ୱାର୍ଟରକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବିଦାୟ ନେବ ଟିଏମ୍‌ସି ଶାସନ’

ନବଦ୍ୱୀପ,୭ା୨(ପି.ଟି.): ପଶ୍ଚିମବଙ୍ଗ ଜନସାଧାରଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସନର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ସେମାନେ ମମତା ବାନାର୍ଜୀଙ୍କ ସରକାରକୁ ବିଦାୟ...

କାନାଡା ଗୁରୁଦ୍ୱାରାରେ ଖଲିସ୍ତାନୀ-ମଣିପୁର ବିଚ୍ଛିନ୍ନତାବାଦୀଙ୍କ ଗୁପ୍ତ ବୈଠକ…

ଇମ୍ଫାଲ,୨୩।୯ : ସୂଚନା ମୁତାବକ, ମଣିପୁରର ବିଚ୍ଛିନ୍ନତାବାଦୀ ସଂଗଠନର ଜଣେ ପ୍ରମୁଖ ନେତା, କାନାଡାର ବ୍ରିଟିଶ କଲମ୍ବିଆର ସୁରେ ଗୁରୁଦ୍ୱାରା ପରିଦର୍ଶନ କରି ଖାଲିସ୍ତାନୀଙ୍କ ଦ୍ୱାରା...

ଆଞ୍ଚଳିକ ଭାଷାରେ ହେବ ମେଡ଼ିକାଲ ପାଠପଢ଼ା…

ନୂଆଦିଲ୍ଲୀ, ୧୩।୨ : ଏଣିକି ଆଞ୍ଚଳିକ ଭାଷାରେ ମେଡ଼ିକାଲ ପାଠପଢ଼ା କରିହେବ। ଦୁଇଟି ଭାଷାରେ ଡାକ୍ତରୀ ପାଠପଢ଼ା ପାଇଁ ବିଚାର କରାଯାଉଛି। ଏହା ଦ୍ୱାରା ଛାତ୍ରୀଛାତ୍ର...

ମୃତ୍ୟୁ କ୍ଷେତ୍ର ପାଲଟିଛି ଏଲ୍‌ଓସି

ପୁଣେ, ୩୧।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଏବଂ ଅନ୍ତର୍ଜାତୀୟ ସୀମା ଯବାନ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ କ୍ଷେତ୍ରରେ...

ଲାଲକିଲ୍ଲାରେ ଅନ୍ନଦାତାଙ୍କ ଉପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୬ା୧- ଦେଶର ସାଧାରଣତନ୍ତ୍ର ଦିବସ ଅବସରରେ ବହୁ ସଂଖ୍ୟାରେ ଆନ୍ଦୋଳନରତ ଅନ୍ନଦାତାମାନେ ମଙ୍ଗଳବାର ବ୍ୟାରିକେଡ୍‌ ଡେଇଁ ଲାଲକିଲ୍ଲା ଉପରେ  ପତାକା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲା ପରିସରରୁ...

ଇରାନରେ ଭାରତୀୟଙ୍କ ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ,୯ା୧: ଓ୍ବାଶିଂଟନ ଓ ତେହେରାନ ଯୁଦ୍ଧମୁହଁ। ହୋଇଥିବାରୁ ଇରାନରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଚିନ୍ତା ବଢ଼ିଲାଣି। ସେଥିପାଇଁ ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶକୁ ଆଣିବା ଲାଗି...

ନଦୀକୁ ଖସିଲା ବରଯାତ୍ରୀ ଗାଡି: ୭ ନିଖୋଜ

ଲକ୍ଷ୍ନୌ, ୨୦।୬: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀ ଦଳକୁ ନେଇ ଯୋଉଥିବା ଏକ ପିକ୍‌ଅପ୍‌ ଗାଡି ନଦୀକୁ ଖସି ପଡିଛି। ଫଳରେ ୭...

‘କିଛି ଲୋକେ ଦେଶଭକ୍ତି ବୁଝିପାରନ୍ତି ନାହିଁ’

ନୂଆଦିଲ୍ଲୀ,୨୧।୧: ଦୀର୍ଘ ୫୦ ବର୍ଷ ହେଲା ଜଳୁଥିବା ଅମର ଜବାନ ଜ୍ୟୋତିକୁ ରାଜଧାନୀର ଇଣ୍ଡିଆ ଗେଟ୍‌ରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ଉପରେ...

Advertisement
Archives

Model This Week