Posted inଜାତୀୟ

୨୪ ଘଣ୍ଟା ଷଡଯନ୍ତ୍ର କରୁଛି ଭାଜପା, ଏଏପିର କାହାକୁ ବି ଗିରଫ କରିପାରେ: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୨୮।୯: ଗୁଜରାଟ ନିର୍ବାଚନରେ ପରାଜୟ ଭୟରେ ଏଏପିକୁ ଦମନ କରିବା ଲାଗି ଭାଜପା ଯଥାସମ୍ଭବ ଚେଷ୍ଟା କରୁଛି। ଏମିତିରେ ମିଥ୍ୟା ଅଭିଯୋଗରେ ଦଳର ଯେକୌଣସି କର୍ମୀଙ୍କୁ ଜେଲ ଯିବାକୁ ପଡ଼ିପାରେ ବୋଲି ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏଏପିର କମ୍ୟୁନିକେଶନ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ସିବିଆଇ ଗିରଫ କରିବାର ଗୋଟିଏ ଦିନ ପରେ କେଜ୍ରିଓ୍ବାଲଙ୍କ ବୟାନ ଆସିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ଏହି ମାଲାରେ ଅଭିଯୁକ୍ତ ଅଛନ୍ତି।

କେଜ୍ରିଓ୍ବାଲ ଦାବି କରିଛନ୍ତି ଯେ, ସିସୋଡିଆଙ୍କ ବିରୋଧରେ ମିଥ୍ୟା ବୟାନ ଦେବାକୁ ତଥା ଏଜେନ୍ସି ଚାପରେ ନଇଁବାକୁ ମନା କରିବା ପରେ ଅବକାରୀ ନୀତି ଘୋଟାଲାରେ ନାୟାରଙ୍କୁ ଗିରଫ କରାଯାଇଛି। ଗୁଜରାଟ ବିଧାନସଭାରେ ପରାଜୟ ଭୟରେ ଏଏପି ଦଳର ନେତାଙ୍କୁ ମିଥ୍ୟା ମାମଲାରେ ଫସାଇବା ଲାଗି କେନ୍ଦ୍ର ସରକାର ୨୪ ଘଣ୍ଟିଆ ଷଡଯନ୍ତ୍ର ରଚିଛନ୍ତି। କାରଣ ନାୟାରଙ୍କର ଉକ୍ତ ଘୋଟାଲା ସହ କୌଣସି ସମ୍ପର୍କ ନାହିଁ। ପ୍ରଥମେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନାଙ୍କୁ ଗିରଫ କରାଯାଇଥିଲା। ପରେ ଏଏପି ବିଧାୟକ ଅମାନତୁଲ୍ଲା ଖାଁ, ଆଉ ଏବେ ନାୟାରଙ୍କୁ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଆସନ୍ତା ସପ୍ତାହରେ ସେମାନେ ସିସୋଡିଆଙ୍କୁ ଗିରଫ କରିବାକୁ ଯାଉଥିବା କହିଛନ୍ତି। ଯଦି ଭାଜପା ନାୟାରଙ୍କ ଭଳି ଦଳର ଛୋଟ କର୍ମୀଙ୍କୁ ଗିରଫ କରିପାରେ ତେବେ ସେ କାହାକୁ ବି ଗିରଫ କରିପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri