କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍‌ ଦେଇଛି। ଏଥିରେ ନୂଆ ସଂସଦ ଭବନରେ ବିକ୍ଷୋଭକାରୀ ପଶିବା ଘଟଣାରେ ବିବାଦୀୟ ହୋଇଥିବା ମହୀଶୂର ଏମ୍‌ପି ପ୍ରତାପ ସିମ୍‌ହାଙ୍କ ସମେତ ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର, ଦିଲ୍ଲୀର ଏମ୍‌ପି ପ୍ରବେଶ ବର୍ମା, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, ଏମ୍‌ପି ମୀନାକ୍ଷୀ ଲେଖୀଙ୍କୁ ଉଦାହରଣ ଭାବେ ନିଆଯାଉଛି। ଏହି ନ୍ୟାୟରେ ମୟୂରଭଞ୍ଜ ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ଦଳ ପ୍ରାର୍ଥୀ କରି ନ ଥିବା ଚର୍ଚ୍ଚା ହେଉଛି। ସରକାରୀ ଅଧିକାରୀଙ୍କୁ ମାଡ଼ ଏବଂ କୁଡୁମୀ ସମ୍ପ୍ରଦାୟ ବିରୋଧୀ ମନ୍ତବ୍ୟ ପାଇଁ ଟୁଡୁ ବିବାଦୀୟ ହୋଇପଡ଼ିଥିଲେ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଲୋକ ସଭା ପ୍ରାର୍ଥୀ ତାଲିକାରୁ ଭାଜପା ବାଦ୍‌ ଦେବା ପରେ ଜିଲାର କୌଣସି ବିଧାନସଭା ଆସନରେ ପ୍ରାର୍ଥୀ କରାଯାଇପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ମଙ୍ଗଳବାର ମୟୂରଭଞ୍ଜ ଜିଲାର ବାକି ୪ଟି ଆସନ ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି ଓ କରଞ୍ଜିଆ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଟୁଡୁଙ୍କୁ ସ୍ଥାନ ମିଳିନାହିଁ। ଗତ ୫ବର୍ଷର କାର୍ଯ୍ୟକଳାପରେ ବିଶ୍ୱେଶ୍ୱରଙ୍କ ଉପରେ ଦଳ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଆଲୋଚନା ହେଉଛି ଯେ, ସଂଘ ପରିବାର (ଆରଏସ୍‌ଏସ୍‌) ସହ ସମ୍ପୃକ୍ତ ବିଶ୍ୱେଶ୍ୱରଙ୍କ ବାର୍ତ୍ତାଳାପକୁ ନେଇ ଜିଲାବାସୀଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଖପ୍ପା ହୋଇ ପଡ଼ିଥିଲେ। ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଅଣଦେଖା, କୁଡୁମୀ ସମ୍ପ୍ରଦାୟ ବିରୋଧୀ ମନ୍ତବ୍ୟ, ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଓ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ଭଳି ଆଚରଣ ଯୋଗୁ ସେ ବିଭିନ୍ନ ସମୟରେ ଅଡ଼ୁଆରେ ପଡ଼ିଥିଲା। ଲୋକେ ସମସ୍ୟା ନେଇ ତାଙ୍କ ପାଖକୁ ଅଭିଯୋଗ କରିବାକୁ ଯିବା ସମୟରେ ସେ କଟୁ କଥା କହୁଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହିସବୁ ଘଟଣା ଦଳର ଶୀର୍ଷ ନେତୃବୃନ୍ଦଙ୍କ ନିକଟରେ ପହଞ୍ଚତ୍ବା ପରେ ତାଙ୍କୁ ଟିକେଟରୁ ବଞ୍ଚତ୍ତ କରାଯାଇଥିବା ନେଇ ଆଲୋଚନା ଜୋର ଧରିଛି। ତେବେ ବିଶ୍ୱେଶ୍ୱର ଦଳରେ ରହି କାର୍ଯ୍ୟ କରିବେ ନା ଦଳ ପରିବର୍ତ୍ତନ କରିବେ ସେନେଇ ମୁହଁ ଖୋଲିନାହାନ୍ତି। ତାଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।
ମୟୂରଭଞ୍ଜ ଲୋକ ସଭା ଆସନ ସମେତ ଏହି ଜିଲାର ୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ସକାଶେ ଭାଜପା ପ୍ରାର୍ଥୀ ଘୋଷଣା ଶେଷ ହୋଇଛି। କେନ୍ଦ୍ରମନ୍ତ୍ରୀ ଟୁଡୁଙ୍କ ଭଳି ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ ମଧ୍ୟ ଭାଜପା ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିଛନ୍ତି। ତେବେ ଭାଜପା ଟିକେଟରୁ ବଞ୍ଚତ୍ତ ଆଶାୟୀମାନେ ଦଳ ପରିବର୍ତ୍ତନ କରିବାକୁ ମସୁଧା ଚଳାଇଥିବା ବେଳେ ବିଜେଡି ଘୋଷଣା କରି ନ ଥିବା ଜିଲାର ୩ ବିଧାନସଭା ଆସନ କରଞ୍ଜିଆ, ସାରସକଣା ଓ ବାଙ୍ଗିରିପୋଷି ଉପରେ ସମସ୍ତଙ୍କ ନଜର ରହିଛି।
ମେ ୨୫ରେ ଜିଲାର କରଞ୍ଜିଆ ବିଧାନସଭା କ୍ଷେତ୍ର ଓ ଜୁନ୍‌ ୧ରେ ଅବଶିଷ୍ଟ ୮ ବିଧାନସଭା ଆସନ ସମେତ ଏମ୍‌ପି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ମଙ୍ଗଳବାର ଭାଜପା ପକ୍ଷରୁ ପ୍ରକାଶିତ ତାଲିକାରେ ୨ ନୂଆ ଚେହେରାଙ୍କୁୁ ଗୁରୁତ୍ୱ ଦିଆଯାଇଛି। ରାଇରଙ୍ଗପୁର ବିଧାନସଭା ଆସନରୁ ଜୋଲେନ ବରଦା, କରଞ୍ଜିଆ ବିଧାନସଭା କ୍ଷେତ୍ରରୁ ପଦ୍ମଚରଣ ହାଇବୁରୁ, ବାଙ୍ଗରିପୋଷିରୁ ସଞ୍ଜଳି ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଥିବା ପୂର୍ବତନ ବିଧାୟକ ଭାଦବଙ୍କୁ ଦଳ ସାରସକଣା ଆସନ ପ୍ରାର୍ଥୀ ଚୟନ କରିଛି। ୨୦୦୪ରେ ଭାଦବ ଜେଏମ୍‌ଏମ୍‌ରୁ ଜିଲା ପରିଷଦ ସଭାପତି ହୋଇ ରାଜନୀତିରେ ଚର୍ଚ୍ଚିତ ଚେହେରା ଭାବେ ପରିଗଣିତ ହୋଇଥିଲେ। ୨୦୦୯ ବିଧାନସଭା ନିର୍ବାଚନ ହାରିବା ପରେ ୨୦୧୪ରେ ବିଜେଡିରେ ମିଶି ସାରସକଣା ଆସନରୁ ବିଧାୟକ ହୋଇଥିଲେ। ତେବେ ଦଳରେ ତାଙ୍କୁ ଅଣଦେଖା କରାଯିବାରୁ ସେ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଥିଲେ। ୨୦୧୯ରେ ସାରସକଣାରୁ ଭାଜପା ଟିକେଟରେ ବିଧାୟକ ହୋଇଥିବା ବୁଢ଼ାନଙ୍କ କାର୍ଯ୍ୟଶୈଳୀ ଓ ଲୋକପ୍ରିୟତା କମିଥିବାରୁ ଏହି ଆସନରେ ପ୍ରାର୍ଥୀ ବଦଳ କରାଯାଇଥିବା କୁହାଯାଉଛି। ସେହିପରି ବାଙ୍ଗିରିପୋଷି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଞ୍ଜଳିଙ୍କ ବାପା ଶୁକଦା ମୁର୍ମୁ ପୂର୍ବରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏଥର ତାଙ୍କ ଝିଅଙ୍କୁ ଭାଜପା ଟିକେଟ ଦେଇଛି। ସେହିପରି କରଞ୍ଜିଆ ଆସନରେ ପରାଜିତ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି। ନୂତନ ଚେହେରା ଭାବେ ରାଇରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଜୋଲେନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଏଠାକାର ବିଧାୟକ ନବଚରଣ ମାଝିଙ୍କୁ ମୟୂରଭଞ୍ଜ ଲୋକ ସଭା ପ୍ରାର୍ଥୀ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?